ବାଘଛାଲ ଚୋରା କାରବାରର ପର୍ଦ୍ଦାଫାସ୍, ୨ଟି କଲରାପତରିଆ ବାଘଛାଲ ଜବତ, ୬ ଗିରଫ

ଗଜପତି ଜିଲ୍ଲାରେ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାର ବିରୋଧରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ବଡ଼ଧରଣର ଚଢ଼ଉ କରାଯାଇଛି।
Odisha Tiger Skin Smuggling.
Odisha Tiger Skin Smuggling.

ପାରଳାଖେମୁଣ୍ଡି: ବାଘଛାଲ ଚୋରା କାରବାରର ପର୍ଦ୍ଦାଫାସ୍ କରିଛି ବନ ବିଭାଗ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଦୁଇଟି ପୃଥକ ସ୍ଥାନରେ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘଛାଲ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ୩ଟି ମୋଟରସାଇକେଲ ଓ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ ହୋଇଛି।

ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରଥମ ଚଢ଼ଉ

ଅକ୍ଟୋବର ୮ ତାରିଖରେ ପାରଳାଖେମୁଣ୍ଡିର ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଦେବଗିରି ବନାଞ୍ଚଳର ଏକ ଟିମ୍ ଚଢ଼ଉ କରିଥିଲା। ଏହି ସମୟରେ ହାଡୁଭାଙ୍ଗି ଗ୍ରାମର ଗୋରିଲା ରବି ଏବଂ ପାରିଡ଼ା ଗ୍ରାମର ପ୍ରଫୁଲ୍ଲ ଘାଣ୍ଟାଙ୍କୁ ଧରାଯାଇଥିଲା।

ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘଛାଲ, ଗୋଟିଏ ମୋଟରସାଇକେଲ ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା।

ଦ୍ୱିତୀୟ ଚଢ଼ଉରେ ଆଉ ୪ ଗିରଫ

ପ୍ରଥମ ଚଢ଼ଉରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅକ୍ଟୋବର ୯ ତାରିଖରେ ମୋହନା ବନାଞ୍ଚଳର ତୁଳସୀନଗର ନିକଟରେ ଆଉ ଏକ ଚଢ଼ଉ କରାଯାଇଥିଲା।

ଏହି ଚଢ଼ଉରେ ଜଗା ମଲ୍ଲିକ, ବିଜୟ ନନ୍ଦ ନାୟକ, ତ୍ରିଲୋଚନ ପାତ୍ର ଏବଂ ଦୀପକ କୁମାର ନାୟକଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଆଉ ଗୋଟିଏ ବାଘଛାଲ, ୨ଟି ମୋଟରସାଇକେଲ ଓ ୪ଟି ମୋବାଇଲ ଫୋନ୍ ଜବତ ହୋଇଥିଲା।

ଆନ୍ତର୍ଜାତୀୟ ରାକେଟ୍‌ର ସମ୍ପୃକ୍ତି ନେଇ ତଦନ୍ତ

ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ୍. ନାଗରାଜୁଙ୍କ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ବାଘଗୁଡ଼ିକୁ କେଉଁଠାରେ ଓ କେବେ ଶିକାର କରାଯାଇଥିଲା ଏବଂ ଏହି କାରବାର ପଛରେ କୌଣସି ଆନ୍ତର୍ଜାତୀୟ ରାକେଟ୍ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି।

ବନ୍ୟଜନ୍ତୁଙ୍କ ଅବୈଧ ଶିକାର ଓ ଅଙ୍ଗପ୍ରତ୍ୟଙ୍ଗର ଚୋରା କାରବାରକୁ ରୋକିବା ପାଇଁ ବନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

LIVE TV
LIVE
Latest News
ଦୀର୍ଘ ସମୟ ବସି ରହିବା ଧୂମପାନ ଭଳି ବିପଜ୍ଜନକ? ଗେମିଂ ଓ OTT ବିଞ୍ଜ୍‌ ୱାଚିଂରୁ ବଢ଼ିପାରେ ରକ୍ତ ଜମାଟ ବିପଦ!

ଦୀର୍ଘ ସମୟ ବସି ରହିବା ଧୂମପାନ ଭଳି...

ନୂଆଦିଲ୍ଲୀ:ଲଗାତାର ଗେମ୍ ଖେଳିବା, OTTରେ ଗୋଟିଏ ପରେ ଗୋଟି...

ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ: UN ଅଧିକାରୀଙ୍କ ଅପରାଧିକ ଆଚରଣ ବିରୋଧରେ ‘ଜିରୋ ଟଲେରାନ୍ସ’ କହିଲେ ସାଂସଦ ପ୍ରିୟା ସରୋଜ

ଜାତିସଂଘରେ ଭାରତର କଡ଼ା ଆଭିମୁଖ୍ୟ: UN ଅଧିକାରୀଙ୍କ...

 ଜାତିସଂଘ (UN)ରେ ଭାରତ ପକ୍ଷରୁ ନିଜର ଆଭିମୁଖ୍ୟ ରଖି...

‘Comrade Kalyan’ ରିଭ୍ୟୁ: ଶ୍ରୀ ବିଷ୍ଣୁଙ୍କ ନକ୍ସଲ କମେଡିରେ ପୁରୁଣା ହାସ୍ୟ, ଦୁର୍ବଳ କାହାଣୀ

‘Comrade Kalyan’ ରିଭ୍ୟୁ: ଶ୍ରୀ ବିଷ୍ଣୁଙ୍କ ନକ୍ସଲ...

କ’ଣ ରହିଛି ‘Comrade Kalyan’ର କାହା...

“ମୁଁ ୮ଟି ଯୁଦ୍ଧ ରୋକିଛି, ମୋତେ ୮ଟି ନୋବେଲ ପୁରସ୍କାର ମିଳିବା କଥା”: ଡୋନାଲ୍ଡ ଟ୍ରମ୍ପ

“ମୁଁ ୮ଟି ଯୁଦ୍ଧ ରୋକିଛି, ମୋତେ ୮ଟି...

ନୋବେଲ ଶାନ୍ତି ପୁରସ୍କାର ନମିଳିବାକୁ ନେଇ ଆମେରିକାର ରାଷ୍ଟ...

ଦୀପିନ୍ଦର ଗୋୟଲଙ୍କ ‘Temple’ ୱେୟାରେବଲ୍‌: ମସ୍ତିଷ୍କକୁ ରକ୍ତ ପ୍ରବାହ ମାପିବ, ଜାଣନ୍ତୁ ଫିଚର୍ସ, ଦାମ ଓ ଲଞ୍ଚ ତାରିଖ

ଦୀପିନ୍ଦର ଗୋୟଲଙ୍କ ‘Temple’ ୱେୟାରେବଲ୍‌: ମସ୍ତିଷ୍କକୁ ରକ୍ତ...

ସାଧାରଣତଃ ସ୍ମାର୍ଟୱାଚ୍ ଓ ଅନ୍ୟ ୱେୟାରେବଲ୍ ଡିଭାଇସ୍ ହୃଦ୍...

ମାତ୍ର ₹୨ କୋଟି ବଜେଟ୍‌ରେ ₹୪୦୦ କୋଟିରୁ ଅଧିକ ଆୟ! ‘ହନୁମାନ ଅଂଶ’ ଓ ‘ଦୃଶ୍ୟମ୍ ୩’ର ରୋଜଗାର ପଛର ଅସଲ କାହାଣୀ

ମାତ୍ର ₹୨ କୋଟି ବଜେଟ୍‌ରେ ₹୪୦୦ କୋଟିରୁ...

ବଲିଉଡ୍‌ରେ ଦୁଇଟି ଭିନ୍ନ ଧରଣର ଫିଲ୍ମ ‘ହନୁମା...

ମାଉଞ୍ଜାରୋ, ଓଜେମ୍ପିକ୍‌ ସମେତ ଔଷଧର ବିଜ୍ଞାପନ ଉପରେ ଲାଗିପାରେ କଟକଣା, ନିୟମ ବଦଳାଇବାକୁ କେନ୍ଦ୍ରର ପ୍ରସ୍ତାବ

ମାଉଞ୍ଜାରୋ, ଓଜେମ୍ପିକ୍‌ ସମେତ ଔଷଧର ବିଜ୍ଞାପନ ଉପରେ...

ନୂଆଦିଲ୍ଲୀ: ଡାକ୍ତରଙ୍କ ପରାମର୍ଶ ବିନା ପ୍ରେସ୍‌କ୍ରି...

ସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବେଆଇନ ହସ୍ତକ୍ଷେପ ରୋକିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ, CDMOଙ୍କୁ ଚିଠି

ସ୍ୱାସ୍ଥ୍ୟ ଉପକରଣ କ୍ରୟରେ ବେଆଇନ ହସ୍ତକ୍ଷେପ ରୋକିବାକୁ...

 ଭୁବନେଶ୍ବର : ରାଜ୍ୟର ସରକାରୀ ଡାକ୍ତରଖାନା ଓ ସ୍ୱାସ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+