ସରକାରୀ ବସ୍ ସେବାକୁ ଆହୁରି ସୁଦୃଢ଼ ଓ ଯାତ୍ରୀବନ୍ଧବ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)। ଏବେ ରାସ୍ତାରେ ଯାତ୍ରା ସମୟରେ ସରକାରୀ ବସ୍ ଖରାପ ହେଲେ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ କିମ୍ବା ହଇରାଣ ହେବାକୁ ହେବ ନାହିଁ।
ଜୟପୁରରେ OSRTC ପକ୍ଷରୁ ଏକ ସ୍ୱତନ୍ତ୍ର ଗେରେଜ୍ ମେଣ୍ଟେନାନ୍ସ ଟିମ୍ ଗଠନ କରାଯାଇଛି। ଏହି ଟିମ୍କୁ ଘରୋଇ ସଂସ୍ଥା ‘ରିଭିକନ୍’ ପରିଚାଳନା କରିବ। ଏହି ସେବା ପାଇଁ ସରକାର ପକ୍ଷରୁ ସଂସ୍ଥାକୁ ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଯଦି ରାସ୍ତାରେ କୌଣସି ସରକାରୀ ବସ୍ ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କାରଣରୁ ଖରାପ ହୁଏ, ତେବେ ଫୋନ୍ କଲ୍ ପାଇବାମାତ୍ରେ ଏହି ମେଣ୍ଟେନାନ୍ସ ଟିମ୍ ଅଗ୍ନିଶମ ବିଭାଗ ଭଳି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ। ଟିମ୍ ସଦସ୍ୟମାନେ ତୁରନ୍ତ ବସ୍ର ମରାମତି କାମ କରି ଯାତାୟାତ ସ୍ୱାଭାବିକ କରିବାକୁ ପ୍ରୟାସ କରିବେ।
ଏହି ସ୍ୱତନ୍ତ୍ର ଟିମ୍ରେ ପ୍ରାୟ ୧୫ ଜଣ କର୍ମଚାରୀ ରହିବେ। ଗାଡ଼ି ମେକାନିକ୍ ସହିତ ଯାନ ମରାମତି ସମ୍ବନ୍ଧୀୟ ବିଭିନ୍ନ ବିଭାଗର ଦକ୍ଷ କର୍ମଚାରୀମାନେ ଏଥିରେ ସାମିଲ ହେବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସେବା ୨୪ ଘଣ୍ଟିଆ ଭିତ୍ତିରେ ଉପଲବ୍ଧ ରହିବ।
OSRTCର ଏହି ପଦକ୍ଷେପ ଦ୍ୱାରା ସରକାରୀ ବସ୍ ସେବାର ଗୁଣମାନ ବଢ଼ିବା ସହ ଯାତ୍ରୀମାନଙ୍କ ସୁବିଧା ଓ ଭରସା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଲିଓନେଲ ମେସି ଓ ଆର୍ଜେଣ୍ଟିନାର କାହାଣୀ ସାଧାରଣ ଫୁଟବଲ୍&zw...
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଦିଲ୍ଲୀରେFire Safety NOC (No Objection Certificate)...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...