କଟକସ୍ଥିତ ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ପ୍ରସ୍ତାବକୁ ଅନୁମୋଦନ କରିଛି। ମଙ୍ଗଳବାର ଅନୁଷ୍ଠିତ କଲେଜିୟମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଅଧିକାରିକ ସୂଚନା ଅନୁସାରେ, ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ୪ ଜଣ ଆଇନଜୀବୀଙ୍କ ନାମ ସୁପାରିଶ କରାଯାଇଛି। ସେମାନେ ହେଲେସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାସ, ରାଜଜିତ ରାୟ ଏବଂ ଗୌତମ ମିଶ୍ର।
ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ନିଯୁକ୍ତି ପ୍ରକ୍ରିୟାର ଅଂଶ ଭାବେ କଲେଜିୟମ ଏହି ୪ ଜଣଙ୍କ ନାମ ସୁପାରିଶ କରିଛି।
ଏବେ ଏହି ନିଯୁକ୍ତି ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଛି। ସରକାରଙ୍କ ଅନୁମୋଦନ ପରେ ବିଚାରପତି ଭାବେ ନିଯୁକ୍ତି ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ଏହି ନିଯୁକ୍ତି ଅନୁମୋଦିତ ହେଲେ ଓଡ଼ିଶା ହାଇକୋର୍ଟରେ ୪ ଜଣ ନୂଆ ବିଚାରପତି ଯୋଗଦେବେ। ହାଇକୋର୍ଟରେ ବିଚାରାଧୀନ ମାମଲାର ଚାପ ମଧ୍ୟରେ ଏହି ନିଯୁକ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...