Olive Ridley turtles gather near Gahirmatha coast but delay mass nesting

ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଗହୀରମଥାରେ ଏଯାଏଁ ଆରମ୍ଭ ହୋଇନି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ

ମାର୍ଚ୍ଚ ଶେଷ ହେବାକୁ ଆସିଲେ ମଧ୍ୟ କେନ୍ଦ୍ରାପଡାର ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ ହୋଇନଥିବାରୁ ପରିବେଶବିତ୍‌ମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି।

ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଥିବା ସତ୍ତ୍ୱେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ୍ ଅଧୀନ ଗହୀରମଥା ସମୁଦ୍ରତଟରେ ଏପର୍ଯ୍ୟନ୍ତ ଅଲିଭ୍ ରିଡ୍ଲେ କଇଁଛଙ୍କ ଗଣଅଣ୍ଡାଦାନ (Arribada) ଆରମ୍ଭ ହୋଇନାହିଁ। ସାଧାରଣତଃ ଫେବ୍ରୁଆରିରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି ବିରଳ ପ୍ରାକୃତିକ ଘଟଣା ଦେଖିବାକୁ ମିଳେ, କିନ୍ତୁ ଚଳିତ ବର୍ଷ ଏହାର ବିଳମ୍ବ ପରିବେଶବିତ୍ମାନଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି।

ସୂଚନା ଅନୁସାରେ, କୂଳରୁ ପ୍ରାୟ ୫୦୦ ମିଟର ମଧ୍ୟରେ ଲକ୍ଷାଧିକ କଇଁଛ ଏକ ମାସ ଧରି ରହିଥିଲେ ମଧ୍ୟ ସେମାନେ ବାଲୁକାଶଯ୍ୟାକୁ ଆସି ଅଣ୍ଡା ଦେଉନାହାନ୍ତି। ଏପଟେ ଋଷିକୁଲ୍ୟାରେ ଗଣଅଣ୍ଡାଦାନ ସମାପ୍ତ ହୋଇଥିବା ବେଳେ ଗହୀରମଥାରେ ଏହା ନ ହେବା ଏକ ଅସାମାନ୍ୟ ପରିସ୍ଥିତି ବୋଲି କୁହାଯାଉଛି।

ବିଶେଷଜ୍ଞମାନଙ୍କ ମତାନୁସାରେ, ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ହୋଇପାରେ। ଚଳିତ ବର୍ଷ ଅସ୍ୱାଭାବିକ ପାଣିପାଗ, ମେଘୁଆ ଆବହାଓା ଓ ବର୍ଷାପାଗ ଯୋଗୁଁ ବାଲିର ତାପମାତ୍ରା ଆବଶ୍ୟକ ସ୍ତରକୁ ପହଞ୍ଚି ପାରୁନାହିଁ, ଯାହା ଗଣଅଣ୍ଡାଦାନ ପ୍ରକ୍ରିୟାକୁ ବାଧା ପହଞ୍ଚାଉଛି।

ଏହା ସତ୍ତ୍ୱେ, ଚଳିତ ବର୍ଷ ବିକ୍ଷିପ୍ତ ଭାବେ କଇଁଛମାନେ ବିଭିନ୍ନ ସ୍ଥାନରେ ଅଣ୍ଡାଦାନ କରିଛନ୍ତି। ନାସୀ-୧, ନାସୀ-୨, ମାଦଳୀ, ସାତଭାୟା, ହବାଳିଖଟି, ଚିଞ୍ଚିରି ଓ ଦୋବନ୍ଧି ଅଞ୍ଚଳରେ ୩୫୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡା ଦେଇଥିବା ରେକର୍ଡ ହୋଇଛି। ସେହି ଅଣ୍ଡାଗୁଡ଼ିକୁ ସଂଗ୍ରହ କରି ହାଚେରିରେ ସୁରକ୍ଷିତ ରଖାଯାଇଥିଲା।

ଗତ ୨୩ ତାରିଖରୁ ଏହି ଅଣ୍ଡାରୁ ଶାବକ ବାହାରିବା ଆରମ୍ଭ ହୋଇଛି। ବିଭିନ୍ନ ବସାରୁ ଶତାଧିକ କଇଁଛ ଶାବକ ବାହାରି ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ାଯାଇଛି।

ପୂର୍ବବର୍ଷଗୁଡ଼ିକରେ ମଧ୍ୟ କେତେକ ସମୟରେ ଗଣଅଣ୍ଡାଦାନ ବିଳମ୍ବ ହୋଇଥିଲା କିମ୍ବା ହୋଇପାରି ନଥିଲା। ୨୦୦୮ ଓ ୨୦୧୪ରେ ଏହି ପ୍ରକ୍ରିୟା ନ ଘଟିଥିବା ଦେଖିବାକୁ ମିଳିଥିଲା।

ବର୍ତ୍ତମାନ ପରିସ୍ଥିତି ଦେଖି ପରିବେଶବିତ୍ମାନେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ ଉପରେ ଚିନ୍ତା ବ୍ୟକ୍ତ କରୁଛନ୍ତି ଏବଂ ଏହା ପ୍ରାକୃତିକ ସମତୋଳନ ପାଇଁ ଆଗାମୀଦିନରେ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ସତର୍କ କରିଛନ୍ତି।

Latest News
ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା କିପରି ଅନୁମୋଦନ ପାଇଲା?’: ଅନ୍ନାମଲାଇ

Toxic ଫିଲ୍ମକୁ ନେଇ ୟଶଙ୍କୁ ଟାର୍ଗେଟ୍, ‘ଏହା...

କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ ପୂର୍ଣ୍ଣିମାରେ ମିଠା ଦେଇ ମନାଇଲେ ରାମଦେବ

କଙ୍ଗନା ରଣାୱତ-ବାବା ରାମଦେବଙ୍କ ବିବାଦରେ ଅନ୍ତ, ରାକ୍ଷୀ...

ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ ତୀବ୍ର: କାନାଡା ଉପରେ ୫୦% ଟାରିଫ୍

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ...

ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଛି ଭରସା

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ...

୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...

Nepal Flash Floods: ଫରହାନ ଅଖତର, କଙ୍ଗନା ରଣାୱତଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ସହାୟତାର ଆହ୍ୱାନ

Nepal Flash Floods: ଫରହାନ ଅଖତର, କଙ୍ଗନା...

ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ ଲିଗାଲ୍ ନୋଟିସ୍

Toxic ଫିଲ୍ମ ରିଭ୍ୟୁକୁ ନେଇ ବିବାଦ, ୟୁଟ୍ୟୁବର୍‌-ଇନ୍‌ଫ୍ଲୁଏନ୍ସରଙ୍କୁ...

ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+