ଭୁବନେଶ୍ୱରରେ ଅନଲାଇନ୍ ସେବା ଯୋଗାଉଥିବା Ola, Uber ଓ Rapido ଡ୍ରାଇଭରଙ୍କ ଆନ୍ଦୋଳନ ତୃତୀୟ ଦିନରେ ମଧ୍ୟ ଜାରି ରହିଛି। ବୁଧବାର ଆନ୍ଦୋଳନକାରୀମାନେ ଲୋୟର ପିଏମ୍ଜିରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳନ ଯୋଗୁଁ ରାସ୍ତାରେ ଯାତାୟାତ ଓ କ୍ୟାବ୍ ସେବା ପ୍ରଭାବିତ ହୋଇଛି।
ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିୟନ୍ ନେତୃତ୍ୱରେ ଡ୍ରାଇଭରମାନେ ୩୦ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି। ଅନଲାଇନ୍ ଟ୍ୟାକ୍ସି ସେବାର ଭଡ଼ା ସରକାର ନିୟନ୍ତ୍ରଣ କରିବା ସହ ଯାତ୍ରୀଙ୍କ ପାଇଁ ଏକ ନିର୍ଦ୍ଧାରିତ ଭଡ଼ା ବ୍ୟବସ୍ଥା କରିବାକୁ ଡ୍ରାଇଭରମାନେ ଦାବି କରିଛନ୍ତି।
ସେମାନଙ୍କ ଦାବି ଅନୁସାରେ, ଦିନରେ କିଲୋମିଟର ପିଛା ୧୨ ଟଙ୍କା ଓ ରାତିରେ କିଲୋମିଟର ପିଛା ୧୫ ଟଙ୍କା ଭଡ଼ା ଧାର୍ଯ୍ୟ କରାଯାଉ। ଏହାସହ ଇନ୍ଧନ ଦର ବଢ଼ିଲେ ଭଡ଼ା ମଧ୍ୟ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି।
ଡ୍ରାଇଭରମାନେ ପିକ୍ ଆୱାର୍ ଓ ସପ୍ତାହାନ୍ତ ବୋନସ୍, ଦୀର୍ଘ ଦୂରତାର ପିକ୍ଅପ୍ ପାଇଁ ଅତିରିକ୍ତ ଟଙ୍କା ଏବଂ ଅପେକ୍ଷା ସମୟ ପାଇଁ ଅଧିକ ଚାର୍ଜ ଦାବି କରିଛନ୍ତି।
ଜଣେ ଡ୍ରାଇଭର କହିଛନ୍ତି ଯେ ସରକାର ପ୍ରତିଥର ଆଶ୍ୱାସନ ଦେଉଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ। ପରିବାରର ଖର୍ଚ୍ଚ ଚଳାଇବା ସହ ଋଣ ପରିଶୋଧ କରିବା ମଧ୍ୟ କଷ୍ଟକର ହେଉଥିବା ସେ କହିଛନ୍ତି।
ଅନ୍ୟପଟେ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ ସେମାନଙ୍କର ଯାତ୍ରୀଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ, କେବଳ ନିଜ ଦାବି ପୂରଣ ଚାହୁଁଛନ୍ତି।
ତୁରନ୍ତ ରାଜ୍ୟ ସରକାର ଆନ୍ଦୋଳନକାରୀ ସଂଘ ସହ ଆଲୋଚନା କରି ଦାବିଗୁଡ଼ିକର ସମାଧାନ କରୁ ବୋଲି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିୟନ୍ ଦାବି କରିଛି।
ପଶ୍ଚିମବଙ୍ଗ ବାର୍ କାଉନସିଲ ନିର୍ବାଚନରେ ତୃଣମୂଳ କଂଗ୍ରେସ...
ରାଜକୁମାର ସନ୍ତୋଷୀ ଓ ସନି ଦେଓଲଙ୍କ ଯୋଡ଼ି ‘ଘାୟଲ&r...
ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ UPI ଏକ ବଡ଼ ବିପ୍ଳବ...
ଜୁଲାଇ ୨୦୨୬ରେ ଦେଶର ନିଯୁକ୍ତି କ୍ଷେତ୍ରରେ ସୁଧାରର ସଙ୍କେତ...
‘ବସ୍ ସ୍କାମ୍’ ନାମରେ ଏକ ନୂଆ ସାଇବର ଠକେଇ କ...
ପାନ୍ ମସଲା ସହ ସଂଯୁକ୍ତ ଏକ ଚୁଇଂ ଏଲାଇଚି ବ୍ରାଣ୍ଡର ବିଜ୍ଞ...
ପ୍ରାୟ ଦୁଇ ଦଶନ୍ଧି ପରେ ପୁଣିଥରେ ପରଦାକୁ ଫେରିଛନ୍ତି ଇମ୍ର...
‘KGF: Chapter 2’ ପରେ ପ୍ରାୟ ଚାରି ବର୍ଷ ଧ...
CJP ଓ ବାମଦଳ ପକ୍ଷରୁ ଆୟୋଜିତ ପ୍ରତିବାଦ ଏବଂ ଆନ୍ଦୋଳନରେ ଛ...
ତାମିଲନାଡୁର ରାଜନୀତିରେ ଅଭିନେତାରୁ ରାଜନେତା ହୋଇଥିବା ସି....
ବିହାରର ସିୱାନରେ ଛାତ୍ର ଆନ୍ଦୋଳନ ସମୟରେ AK-47ରୁ ଗୁଳିଚାଳ...
ଆଇଟି ଷ୍ଟକ୍‌ରେ ବିକ୍ରି ଚାପ ଓ ବଢ଼ୁଥିବା ଅଶୋଧିତ ତୈ...