ମୟୂରଭଞ୍ଜରେ ୪୦.୯୪ ଲକ୍ଷ ଟଙ୍କା ହଡ଼ପ ମାମଲା: ବେତନଟୀ LAMPCSର ପୂର୍ବତନ ଏମ୍‌ଡିଙ୍କୁ ଗିରଫ କଲା ଭିଜିଲାନ୍ସ

ମୟୂରଭଞ୍ଜ ଜିଲ୍ଲା ବେତନଟୀ LAMPCSର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଦାସଙ୍କୁ ୪୦.୯୪ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଚାଷୀଙ୍କଠାରୁ ଆଦାୟ ହୋଇଥିବା ଅର୍ଥ ସୋସାଇଟି ଖାତାରେ ଜମା ନକରି ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରିଥିବା ଅଭିଯୋଗ ରହିଛି।
Odisha Vigilance arrests former Betnoti LAMPCS Managing Director in Rs 40.94 lakh misappropriation case.
Odisha Vigilance arrests former Betnoti LAMPCS Managing Director in Rs 40.94 lakh misappropriation case.

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଲାର୍ଜ ସାଇଜ୍ଡ ଆଦିବାସୀ ମଲ୍ଟିପର୍ପୋଜ୍ କୋ-ଅପରେଟିଭ୍ ସୋସାଇଟି (LAMPCS)ରେ ବହୁଚର୍ଚ୍ଚିତ ଆର୍ଥିକ ଦୁର୍ନୀତି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଓଡ଼ିଶା ଭିଜିଲାନ୍ସ। ସୋସାଇଟିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ (Managing Director) ହିମାଂଶୁ ଦାସଙ୍କୁ ୪୦ ଲକ୍ଷ ୯୪ ହଜାର ୩୦୬ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ଗିରଫ କରାଯାଇଛି।

ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ୨୦୧୭-୧୮ ଆର୍ଥିକ ବର୍ଷରେ ହିମାଂଶୁ ଦାସ ବେତନଟୀ LAMPCSର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ଋଣଗ୍ରସ୍ତ ଚାଷୀମାନଙ୍କଠାରୁ କୃଷି ଋଣ ପରିଶୋଧ, ଫସଲ ଋଣ, ସଦସ୍ୟ ଶେୟାର ପୁଞ୍ଜି, ଆବେଦନପତ୍ର ଶୁଳ୍କ ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲେ। ଚାଷୀଙ୍କୁ ସରକାରୀ ରସିଦ ଦିଆଯାଇଥିଲେ ମଧ୍ୟ ସେହି ଅର୍ଥ ସୋସାଇଟିର ଆକାଉଣ୍ଟରେ ଜମା କରାଯାଇନଥିଲା।

ତଦନ୍ତରେ ଆହୁରି ସାମ୍ନାକୁ ଆସିଛି ଯେ, ସଂଗୃହୀତ ଟଙ୍କାର ହିସାବ ସୋସାଇଟିର ଡେ-ବୁକ୍ରେ ଇଚ୍ଛାକୃତ ଭାବେ ଲିପିବଦ୍ଧ କରାଯାଇନଥିଲା। ବରଂ ସେହି ଅର୍ଥକୁ ବ୍ୟକ୍ତିଗତ ସ୍ୱାର୍ଥରେ ବ୍ୟବହାର କରାଯାଇଥିବାରୁ ସରକାରୀ ଓ ସମବାୟ ପାଣ୍ଠିର ୪୦,୯୪,୩୦୬ ଟଙ୍କାର ଆତ୍ମସାତ୍‌ ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଜୋରଦାର କରାଯାଇଥିଲା। ପ୍ରମାଣ ମିଳିବା ପରେ ଭିଜିଲାନ୍ସ ହିମାଂଶୁ ଦାସଙ୍କୁ ଗିରଫ କରି ବାରିପଦା ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରିଛି।

ସୂଚନାଯୋଗ୍ୟ ଯେ, ଏହି ଆର୍ଥିକ ଅନିୟମିତତା ଘଟଣା ପରେ ହିମାଂଶୁ ଦାସଙ୍କୁ ୪ ଏପ୍ରିଲ ୨୦୨୨ରେ ସରକାରୀ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏବେ ତାଙ୍କ ଗିରଫ ପରେ ମାମଲାର ତଦନ୍ତ ଆହୁରି ବ୍ୟାପକ ହେବା ସହ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି।

LIVE TV
LIVE
Latest News
ଭାରତକୁ ଇରାନର ବଡ଼ ଆଶ୍ୱସ୍ତି! ହର୍ମୁଜ୍‌ ପ୍ରଣାଳୀ ଦେଇ ଯାଇପାରିବ ଭାରତୀୟ ଜାହାଜ, ତେଲ ଓ ଗ୍ୟାସ୍‌ ଯୋଗାଣକୁ ମିଳିବ ରାହତ

ଭାରତକୁ ଇରାନର ବଡ଼ ଆଶ୍ୱସ୍ତି! ହର୍ମୁଜ୍‌ ପ୍ରଣାଳୀ...

ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: କାକିନାଡ଼ାରେ ୬୫ଟି ଜରୁରୀ କଲ୍, ରାସ୍ତାରୁ ଉପୁଡ଼ା ଗଛ ହଟାଇଲା ଅଗ୍ନିଶମ ବାହିନୀ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: କାକିନାଡ଼ାରେ ୬୫ଟି ଜରୁରୀ...

ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର ଜରୁରୀ ଅବତରଣ, ତଦନ୍ତ ଜାରି

ୟୁରୋପରେ ବିମାନକୁ ବୋମା ଧମକ! ଏକାଧିକ ବିମାନର...

ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...

ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି

ଉତ୍ତରାଖଣ୍ଡରେ ବର୍ଷା ଓ ତୁଷାରପାତ ଆଶଙ୍କା, ୫...

ଉତ୍ତରାଖଣ୍ଡରେ ବଦଳିଲା ପାଣିପାଗ ଉତ୍ତରାଖଣ୍ଡରେ ବର୍ଷା...

ସାପ୍ତାହିକ ରାଶିଫଳ: ୨ ନଭେମ୍ବରରୁ ୯ ନଭେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୨ ନଭେମ୍ବରରୁ ୯ ନଭେମ୍ବର...

♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍! 'ପରବର୍ତ୍ତୀ ଓବାମା' ଭାବେ ଚର୍ଚ୍ଚା, ୨୦୨୮ରେ ରାଷ୍ଟ୍ରପତି ଦୌଡ଼କୁ ନେଇ ଚର୍ଚ୍ଚା

ଆମେରିକା ରାଜନୀତିର ନୂଆ ଚେହେରା ଜନ୍ ଓସଫ୍!...

ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪ ରାଜ୍ୟରେ ଆଲର୍ଟ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’! ୪...

ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, IMDର ସତର୍କତା

ରାତିସାରା ବର୍ଷାରେ ଥରିଲା ଦିଲ୍ଲୀ-NCR! ୧୦ ରାଜ୍ୟରେ...

ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+