ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ତାତି: ଆଜିଠୁ ପ୍ରାର୍ଥୀପତ୍ର ଦାଖଲ, ଅକ୍ଟୋବର ୧୫ରେ ଭୋଟ୍

ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ସାହ ବଢ଼ିଛି। ଆଜି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବ।
 Odisha student union elections.
Odisha student union elections.

ଭୁବନେଶ୍ୱର: ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳତା ବଢ଼ିଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍‌ରେ ନିର୍ବାଚନ ହେଉଥିବାରୁ ବିଭିନ୍ନ ଛାତ୍ର ସଂଗଠନ ନିଜ ସମର୍ଥନ ବଢ଼ାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଆଜି ପ୍ରାର୍ଥୀପତ୍ର ଦାଖଲ

ନିର୍ବାଚନ ପାଇଁ ଆଜି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନାମାଙ୍କନପତ୍ର ଦାଖଲ କରିପାରିବେ। ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହେବ। ବୈଧ ପ୍ରାର୍ଥୀଙ୍କ ତାଲିକା ଅପରାହ୍ନ ୫ଟାରେ ପ୍ରକାଶ ପାଇବ।

ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

୧୩ ବିଶ୍ୱବିଦ୍ୟାଳୟ ଓ ୩୨୮ କଲେଜରେ ସିଧାସଳଖ ନିର୍ବାଚନ

ମିଳିଥିବା ସୂଚନା ଅନୁଯାୟୀ, ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି କଲେଜରେ ସିଧାସଳଖ ନିର୍ବାଚନ ହେବ। ଅନ୍ୟ ୨୦୫ଟି ଶିକ୍ଷାନୁଷ୍ଠାନରେ ଚୟନ ପ୍ରକ୍ରିୟା ମାଧ୍ୟମରେ ଛାତ୍ର ପ୍ରତିନିଧି ଚୟନ କରାଯିବ।

ଅକ୍ଟୋବର ୧୪ରେ ‘Why I Stand For’ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀମାନେ ନିଜର ମତ, ଲକ୍ଷ୍ୟ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା ଉପସ୍ଥାପନ କରିବାର ସୁଯୋଗ ପାଇବେ।

ଅକ୍ଟୋବର ୧୫ରେ ମତଦାନ

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୧୫ ଗୁରୁବାର ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ସେହି ଦିନ ଅପରାହ୍ନ ୨ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଗଣତି ପରେ ଫଳାଫଳ ଘୋଷଣା କରାଯିବ। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ପରଦିନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଶେଷ ଥର ପାଇଁ ୨୦୧୭ରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା। ଏବେ ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ହେଉଥିବାରୁ ବିଭିନ୍ନ ଛାତ୍ର ସଂଗଠନ କ୍ୟାମ୍ପସ୍‌ରେ ସମର୍ଥନ ଜୁଟାଇବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି।

LIVE TV
LIVE
Latest News
ଭାରତୀୟ ସିମ୍‌ରେ ପାକିସ୍ତାନରେ ଚାଲୁଥିଲା ହ୍ୱାଟସ୍‌ଆପ୍‌! ଗୁଇନ୍ଦା ନେଟୱର୍କର ତଦନ୍ତ କରୁଛି ଏନ୍‌ଆଇଏ

ଭାରତୀୟ ସିମ୍‌ରେ ପାକିସ୍ତାନରେ ଚାଲୁଥିଲା ହ୍ୱାଟସ୍‌ଆପ୍‌! ଗୁଇନ୍ଦା...

ଭାରତୀୟ ସିମ୍‌ କାର୍ଡ ଜରିଆରେ ପାକିସ୍ତାନରେ ହ୍ୱାଟସ୍...

ବିମାନ ଭିତରେ ‘ଲୋକାଲ୍ ଟ୍ରେନ୍’ ଭଳି ଦୃଶ୍ୟ! ସିଟ୍ ଛାଡ଼ି ବୁଲିଲେ ଯାତ୍ରୀ, ଭାଇରାଲ୍ ହେଲା ଭିଡିଓ

ବିମାନ ଭିତରେ ‘ଲୋକାଲ୍ ଟ୍ରେନ୍’ ଭଳି ଦୃଶ୍ୟ!...

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଶୃଙ୍ଖଳା ଓ ସୁରକ୍ଷା ନି...

‘ଲସ୍ ଆଞ୍ଜେଲସ୍‌କୁ ଆକ୍ରମଣ କରିବାକୁ ଦିଅନ୍ତୁ’: ଇରାନ ଯୁଦ୍ଧ ମନ୍ତବ୍ୟକୁ ନେଇ ଟ୍ରମ୍ପଙ୍କ ସ୍ପଷ୍ଟୀକରଣ

‘ଲସ୍ ଆଞ୍ଜେଲସ୍‌କୁ ଆକ୍ରମଣ କରିବାକୁ ଦିଅନ୍ତୁ’: ଇରାନ...

ୱାଶିଂଟନ୍: ଇରାନ-ଆମେରିକା ଯୁଦ୍ଧକୁ ନେଇ ନିଜର ବିବାଦୀୟ ମନ...

ବିଶ୍ୱ ଡାକ ଦିବସ ଆଜି: ମନେ ପଡ଼ୁଛି ଚିଠିର ସୁନେଲି ଦିନ, ଡାକିଆଙ୍କ ଅପେକ୍ଷାରେ ଥିଲା ଅନେକ ଭାବନା

ବିଶ୍ୱ ଡାକ ଦିବସ ଆଜି: ମନେ ପଡ଼ୁଛି...

ଭୁବନେଶ୍ୱର: ଆଜି ଅକ୍ଟୋବର ୯ ତାରିଖ। ସାରା ବିଶ୍ୱରେ ପାଳନ...

ୟୁକ୍ରେନରେ ରୁଷର ଭୟଙ୍କର ଗ୍ଲାଇଡ୍ ବମ୍ ଆକ୍ରମଣ, ୩୩ରୁ ଅଧିକ ମୃତ

ୟୁକ୍ରେନରେ ରୁଷର ଭୟଙ୍କର ଗ୍ଲାଇଡ୍ ବମ୍ ଆକ୍ରମଣ,...

କିଭ୍: ୟୁକ୍ରେନର ଫ୍ରଣ୍ଟଲାଇନ୍ ସହର କ୍ରାମାଟୋର୍ସ୍କରେ ରୁଷ...

ଆସାମର ନଗାଓଁ ଉପନିର୍ବାଚନ ଭୋଟ ଗଣତି ଆରମ୍ଭ, ନନ୍ଦୀଗ୍ରାମ ଉପରେ ବି ନଜର

ଆସାମର ନଗାଓଁ ଉପନିର୍ବାଚନ ଭୋଟ ଗଣତି ଆରମ୍ଭ,...

ନୂଆଦିଲ୍ଲୀ: ଆସାମର ନଗାଓଁ ଲୋକସଭା ଆସନ ଏବଂ ଅନ୍ୟ ରାଜ୍ୟର...

M23 ଯୁଦ୍ଧର ଛାୟାରେ ମିଲିସିଆଙ୍କ ‘ଛାୟା ଅର୍ଥନୀତି’: ବନ୍ଧୁକ, ସୁନା ଓ ରାସ୍ତା ଟୋଲ୍‌ରୁ ଚାଲିଛି କାରବାର

M23 ଯୁଦ୍ଧର ଛାୟାରେ ମିଲିସିଆଙ୍କ ‘ଛାୟା ଅର୍ଥନୀତି’:...

କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ (DRC)ର ଏକ ଦୁର୍ଗମ ଖଣି ଗାଁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+