ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଏଲଓମାନେ ଘରକୁ ଘର ଯାଇ ଭୋଟରଙ୍କୁ ଦୁଇଟି ଫର୍ମ ପ୍ରଦାନ କରୁଛନ୍ତି। ଯେଉଁ ଭୋଟରମାନେ ଫର୍ମ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ବିଏଲଓମାନେ ସହଯୋଗ କରୁଛନ୍ତି।
ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଏହି ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ନୂତନ ଯୋଗ୍ୟ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ କରାଯିବ। ସେହିପରି ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ, ନାମ ଯୋଡ଼ା ଓ ବିଲୋପ ଭଳି କାର୍ଯ୍ୟ ମଧ୍ୟ କରାଯିବ।
ଜଣେ ବିଏଲଓ କହିଛନ୍ତି ଯେ, ଶୁକ୍ରବାର ଏନ୍ୟୁମେରେସନ୍ ଫର୍ମ ମିଳିଥିଲା ଏବଂ ଶନିବାରଠାରୁ ସେମାନେ ଘରେ ଘରେ ଯାଇ ଭୋଟରଙ୍କୁ ଫର୍ମ ବଣ୍ଟନ କରୁଛନ୍ତି। ଯଦି କୌଣସି ଭୋଟର ଫର୍ମ ପୂରଣ କରିପାରୁନାହାନ୍ତି, ତେବେ ସେମାନଙ୍କୁ ସହଯୋଗ କରାଯାଉଛି।
ଏହି ମାସବ୍ୟାପୀ ଅଭିଯାନ ଶେଷ ହେବା ପରେ ଜୁଲାଇ ୫ ତାରିଖରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଅନ୍ତିମ ଭୋଟର ତାଲିକା ସେପ୍ଟେମ୍ବର ୬ ତାରିଖରେ ପ୍ରକାଶ ପାଇବ।
ନିର୍ବାଚନ କମିଶନ ରାଜ୍ୟବାସୀଙ୍କୁ ଏହି ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବା ସହ ଆବଶ୍ୟକ ଦଲିଲପତ୍ର ସମୟ ମଧ୍ୟରେ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଅଧିକ ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ଦିଲ୍ଲୀରେFire Safety NOC (No Objection Certificate)...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...