ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ମୁଦ୍ରଣ ତ୍ରୁଟି ମିଳିବା ଘଟଣାକୁ ନେଇ ଓଡ଼ିଶା ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଘଟଣା ପଛରେ ଏକ ବଡ଼ ଷଡଯନ୍ତ୍ର ଥାଇପାରେ ବୋଲି ସରକାର ସନ୍ଦେହ କରୁଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟପୁସ୍ତକରେ ତ୍ରୁଟି ମିଳିବା ପରେ ସରକାର ଏହାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। କମିଟିକୁ ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଠ୍ୟପୁସ୍ତକ ପ୍ରସ୍ତୁତି, ଯାଞ୍ଚ, ସମ୍ପାଦନା ଏବଂ ମୁଦ୍ରଣ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତଦନ୍ତ କରାଯିବ। ପୂର୍ବରୁ ମଧ୍ୟ କିଛି ତ୍ରୁଟି ଦେଖାଯାଇଥିଲେ ଚଳିତ ବର୍ଷ ତ୍ରୁଟିର ସଂଖ୍ୟା ଅସ୍ୱାଭାବିକ ଭାବେ ଅଧିକ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି।
ସେ କହିଛନ୍ତି, ଯଦି ତଦନ୍ତରେ ଷଡଯନ୍ତ୍ରର ପ୍ରମାଣ ମିଳେ, ତେବେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ନୂଆ ପୁସ୍ତକ ଛାପିବା ପାଇଁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ମଧ୍ୟ ଦୋଷୀଙ୍କ ଠାରୁ ଆଦାୟ କରାଯିବ।
ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ କୌଣସି ପ୍ରଭାବ ନ ପଡ଼ିବା ପାଇଁ ସରକାର ସମସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକ ଫେରାଇ ନେବା ସହ ନୂତନ ଏବଂ ତ୍ରୁଟିମୁକ୍ତ ପୁସ୍ତକ ମୁଦ୍ରଣ କରି ପୁନର୍ବାର ବଣ୍ଟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧୀ ଅଭି...
ଏମ୍ବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମ...
ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ନିକଟସ୍ଥ ଏକ...
ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କଂଗ୍ର...
ହର୍ମୁଜ୍ ପ୍ରଣାଳୀରେ ସମ୍ପ୍ରତି ହୋଇଥିବା ଡ୍ରୋନ୍ ଆକ୍ରମଣ ପ...
ସାଇବର ନିର୍ଯାତନା ଏବଂ ମର୍ଫଡ୍ ଫଟୋ ଭାଇରାଲ୍ ଘଟଣାରେ ଭରତପ...
ନବରଙ୍ଗପୁର ଜିଲ୍ଲାର ଜଣେ ମହିଳା ଜଜଙ୍କୁ କେନ୍ଦ୍ର କରି ଆସି...