ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ମାର୍ଗ ମଧ୍ୟରୁ ଅନ୍ୟତମହର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିବା ଅଭିଯୋଗ ପରେ ଆମେରିକା ସିଧାସଳଖ ଭାବେ **ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କୋର୍ପ୍ସ (IRGC)**କୁ ଦାୟୀ କରିଛି।
ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁସାରେ,ସିଙ୍ଗାପୁର ପତାକା ବହନ କରୁଥିବା ‘Ever Lovely’ନାମକ କଣ୍ଟେନର ଜାହାଜକୁ ଓମାନ ଉପକୂଳ ନିକଟରେ ଡ୍ରୋନ୍ ମାଧ୍ୟମରେ ଟାର୍ଗେଟ କରାଯାଇଥିଲା। ଏହି ଘଟଣା ଆମେରିକା–ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ପ୍ରୟାସ ଉପରେ ପ୍ରଶ୍ନ ଉଠାଇଛି।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ଆକ୍ରମଣ ପଛରେIRGCର ହାତ ରହିଛି। ତେବେ ଏହି ଘଟଣା ନେଇ ଆମେରିକା ସରକାର ପକ୍ଷରୁ କୌଣସି ଔପଚାରିକ ବିବୃତ୍ତି ଜାରି ହୋଇନାହିଁ।
ଅନ୍ୟପଟେ, ଇରାନ ସରକାର ମଧ୍ୟ ଏହି ଅଭିଯୋଗ ସମ୍ପର୍କରେ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ଆମେରିକା–ଇରାନ ଚୁକ୍ତି ପରେ ଇରାନ ପୂର୍ବରୁ ଚେତାବନୀ ଦେଇଥିଲା ଯେ, ତାହାର ଅନୁମତି ବିନା ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।
ବ୍ରିଟେନ ନୌସେନାପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି ଯେ ଓମାନ ଉପକୂଳ ନିକଟରେ ଏକ ମାଲବାହୀ ଜାହାଜ ଉପରେ ପ୍ରୋଜେକ୍ଟାଇଲ୍ ଆକ୍ରମଣ ଘଟିଥିଲା। ଏଥିରେ ଜାହାଜର କଣ୍ଟ୍ରୋଲ୍ ରୁମ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କୌଣସି ଜୀବନହାନି ଘଟିନଥିବା ସୂଚନା ମିଳିଛି।
ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀର ସୁରକ୍ଷା, ବିଶ୍ୱ ତୈଳ ପରିବହନ ଓ ଆନ୍ତର୍ଜାତୀୟ ବାଣିଜ୍ୟକୁ ନେଇ ପୁଣି ଚିନ୍ତା ବଢ଼ିଛି।
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏବେ ଆଉ ଜଣେ ସିନେମା ଷ୍ଟ...
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସ...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ତିରୁଚିରାପଲ୍ଲୀ: ତାମିଲନାଡୁରେ ପ୍ରକୃତିର ତାଣ୍ଡବ। ରାଜ୍ୟର...
ତାମିଲନାଡୁ ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ମୁଖ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...