ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା: କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ, ଏକାଧିକ ଜିଲ୍ଲାକୁ ଅରେଞ୍ଜ-ୟେଲୋ ଆଲର୍ଟ

ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଯୋଗୁଁ ଓଡ଼ିଶାରେ ମୌସୁମୀ ବର୍ଷା ଆହୁରି ସକ୍ରିୟ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
IMD issues red warning for extremely heavy rainfall in Kalahandi and Kandhamal Odisha
IMD issues red warning for extremely heavy rainfall in Kalahandi and Kandhamal Odisha

ଭୁବନେଶ୍ୱର:ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା।ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟ ଲଘୁଚାପ କ୍ଷେତ୍ରଯୋଗୁଁ ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିପାରେ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

କଳାହାଣ୍ଡି ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ

ଅତି ପ୍ରବଳ ବର୍ଷା ଆଶଙ୍କାକୁ ନଜରରେ ରଖିକଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂଜାରି କରିଛି IMD। ଏହି ଦୁଇ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ।

ସେହିପରିନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା ଓ ମାଲକାନଗିରି ଭଳି ଜିଲ୍ଲାକୁୟେଲୋ ୱାର୍ଣ୍ଣିଂଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ବାଙ୍କୀରେ ୧୦ ସେମି ବର୍ଷା

ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।କଟକର ବାଙ୍କୀରେ ୧୦ ସେମି ବର୍ଷାହୋଇଥିବା ବେଳେ ଖୋର୍ଦ୍ଧାର ଜଟଣୀ ଓ ଚିଲିକା ଏବଂ ପୁରୀର କୃଷ୍ଣପ୍ରସାଦରେ ୮ ସେମି ଲେଖାଏଁ ବର୍ଷା ରେକର୍ଡ ହୋଇଛି।

ଏହାସହ ବିଭିନ୍ନ ଜିଲ୍ଲାରେଘଡ଼ଘଡ଼ି ସହ ବଜ୍ରପାତ ଓ ଝଟକା ପବନହେବାର ମଧ୍ୟ ସମ୍ଭାବନା ରହିଛି। ଭୁବନେଶ୍ୱରରେ ଆଗାମୀ ୨୪ ଘଣ୍ଟା ଆକାଶ ସାଧାରଣତଃ ମେଘୁଆ ରହିବା ସହ ଗୋଟିଏ କିମ୍ବା ଦୁଇ ପର୍ଯ୍ୟାୟରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏଠାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୩୧ ଡିଗ୍ରୀ ଓ ସର୍ବନିମ୍ନ ୨୫ ଡିଗ୍ରୀ ରହିବା ଆକଳନ କରାଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ନଯିବାକୁ ପରାମର୍ଶ

ପ୍ରବଳ ବର୍ଷା ଯୋଗୁଁଜଳବନ୍ଦୀ, ରାସ୍ତାରେ ପାଣି ଜମିବା, ବନ୍ୟା ଓ ଯାତାୟାତ ବାଧାପ୍ରାପ୍ତହେବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି।

ଏଥିସହ ଆଗାମୀ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ଏହାର ନିକଟ ସମୁଦ୍ରକୁ ମତ୍ସ୍ୟଜୀବୀମାନେ ନଯିବାକୁପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ସହ ଝଟକା ପବନ ବହିବାର ଆଶଙ୍କା ରହିଛି।

LIVE TV
LIVE
Latest News
ସରକାରୀ ସ୍କୁଲରେ ଆସିବ ନୂଆ ଶିକ୍ଷା ବ୍ୟବସ୍ଥା! ୨୦୨୭ ଜୁନ୍ ସୁଦ୍ଧା ସବୁ ସ୍କୁଲରେ କନ୍ନଡ ସହ ଇଂରାଜୀରେ ପାଠପଢ଼ା

ସରକାରୀ ସ୍କୁଲରେ ଆସିବ ନୂଆ ଶିକ୍ଷା ବ୍ୟବସ୍ଥା!...

ସରକାରୀ ସ୍କୁଲରେ ପାଠପଢ଼ାର ମାନ ବଢ଼ାଇବା ସହ ଛାତ୍ରଛାତ୍ରୀ...

ସାଇବର ଅପରାଧୀଙ୍କ ନିଦ ହଜାଇବ OpenAIର ନୂଆ AI! Linuxରେ ୯୪୮ଟି ସୁରକ୍ଷା ଦୁର୍ବଳତା ଚିହ୍ନଟ କଲା GPT-6 Cyber

ସାଇବର ଅପରାଧୀଙ୍କ ନିଦ ହଜାଇବ OpenAIର ନୂଆ...

ଦୁନିଆରେ ଦିନକୁ ଦିନ ବଢ଼ୁଛି ସାଇବର ଆକ୍ରମଣ। ବ୍ୟାଙ୍କିଂ ବ...

ଚୀନରେ ଭୂକମ୍ପ, ଥରିଲା ଜମ୍ମୁ-କାଶ୍ମୀର ଓ ଲଦାଖ! ପ୍ରଭାବିତ ଅଞ୍ଚଳରେ ଲୋକେ ଆତଙ୍କିତ

ଚୀନରେ ଭୂକମ୍ପ, ଥରିଲା ଜମ୍ମୁ-କାଶ୍ମୀର ଓ ଲଦାଖ!...

ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...

ଜମ୍ମୁ-କାଶ୍ମୀରରେ ଓମାର ସରକାର ପାଇଁ ବଢ଼ିଲା ଅଡ଼ୁଆ! ଫାରୁକ୍‌ଙ୍କ ଘରେ ୧୫ ଅସନ୍ତୁଷ୍ଟ ବିଧାୟକ, ରଖିଲେ ୩ଟି ସର୍ତ୍ତ

ଜମ୍ମୁ-କାଶ୍ମୀରରେ ଓମାର ସରକାର ପାଇଁ ବଢ଼ିଲା ଅଡ଼ୁଆ!...

ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...

ସରକାରୀ ଚାକିରି ଆଶାୟୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଉପହାର! MPSC ସମେତ ନିଯୁକ୍ତି ପରୀକ୍ଷାରେ ବୟସ ସୀମା ୧ ବର୍ଷ କୋହଳ

ସରକାରୀ ଚାକିରି ଆଶାୟୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ବଡ଼...

ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭ ବର୍ଷ ବୟସରେ ୧ ଲକ୍ଷ ଟଙ୍କାରେ ତିଆରି କଲେ ସୋଲାର ଗାଡ଼ି

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭...

ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...

ଦୀପାବଳି ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ବାୟୁର ଭୟ! ଚତୁର୍ଥ ଦିନ ପାଇଁ ‘ଅତି ଖରାପ’ ଶ୍ରେଣୀରେ AQI, ଗମ୍ଭୀର ସ୍ତରକୁ ଯିବା ଆଶଙ୍କା

ଦୀପାବଳି ପୂର୍ବରୁ ଦିଲ୍ଲୀରେ ବିଷାକ୍ତ ବାୟୁର ଭୟ!...

 ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...

CA Foundation Result 2026: ଘୋଷଣା ହେଲା CA ଫାଉଣ୍ଡେସନ୍ ରେଜଲ୍ଟ, ୯୦.୨୫% ନମ୍ବର ରଖି ଯୁଗ୍ମ ଟପ୍ପର ହେଲେ ଦୁଇ ଛାତ୍ରୀ

CA Foundation Result 2026: ଘୋଷଣା ହେଲା...

ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+