ବନ୍ଧୁତାରୁ ବ୍ଲାକମେଲ୍‌! ବନ୍ଧୁକ ଦେଖାଇ ବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ, ଟଙ୍କା ନେଇ ଫେରାର ଡାକବାବୁ

ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ଜଣେ ବିବାହିତା ମହିଳା ଟେନ୍ସା ଡାକଘରରେ କାର୍ଯ୍ୟରତ ଡାକବାବୁ ରମାକାନ୍ତ ନାୟକଙ୍କ ବିରୋଧରେ ବନ୍ଧୁକ ଦେଖାଇ ଦୁଷ୍କର୍ମ, ବ୍ଲାକମେଲ୍‌, ବିବାହର ମିଛ ପ୍ରତିଶ୍ରୁତି ଏବଂ ଆର୍ଥିକ ଠକେଇର ଗୁରୁତର ଅଭିଯୋଗ ଆଣିଛନ୍ତି। ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉଚିତ ପଦକ୍ଷେପ ହୋଇନଥିବା ସେ ଅଭିଯୋଗ କରିଛନ୍ତି।
Married woman accuses Odisha postman of rape, blackmail and financial fraud in Sundargarh.
Married woman accuses Odisha postman of rape, blackmail and financial fraud in Sundargarh.

ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଲକର ଜଣେ ବିବାହିତା ମହିଳା ଟେନ୍ସା ଡାକଘରରେ କାର୍ଯ୍ୟରତ ଡାକବାବୁ ରମାକାନ୍ତ ନାୟକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିବା ପରେ ବନ୍ଧୁକ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏହା ସହ ବିବାହର ପ୍ରତିଶ୍ରୁତି ଦେଇ ବ୍ଲାକମେଲ୍ କରିବା ସହ ଆର୍ଥିକ ଠକେଇ କରିଥିବା ଅଭିଯୋଗ ହୋଇଛି।

ପୀଡ଼ିତା କହିଛନ୍ତି ଯେ, ଜଣେ ସମ୍ପର୍କୀୟଙ୍କ ମାଧ୍ୟମରେ ରମାକାନ୍ତ ନାୟକ ତାଙ୍କ ଫୋନ୍ ନମ୍ବର ପାଇଥିଲେ। ପରେ ସେ ନିୟମିତ ଫୋନ୍ କରିବା ସହ ଘରକୁ ଆସୁଥିଲେ। ବିରୋଧ କଲେ ଆତ୍ମହତ୍ୟା କରିବାର ଧମକ ଦେଉଥିଲେ ଏବଂ ପରବର୍ତ୍ତୀ ସମୟରେ ସ୍ୱାମୀ ଓ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି।

ମହିଳାଙ୍କ କହିବା ଅନୁସାରେ, ଅଭିଯୁକ୍ତ ନିଜ ସ୍ତ୍ରୀଙ୍କ ସହ ବିବାହ ବିଚ୍ଛେଦ ହୋଇଯାଇଥିବା କହି କିଛି ଦସ୍ତାବିଜ ଦେଖାଇଥିଲେ। ପରେ କୋର୍ଟରେ ଲିଭ୍-ଇନ୍ ସମ୍ପର୍କ ସମ୍ବନ୍ଧୀୟ ପ୍ରମାଣପତ୍ର କରାଇ ତାଙ୍କ ବିଶ୍ୱାସ ଜିତିଥିଲେ। ପରେ ସେ ମହିଳାଙ୍କୁ ପରିବାର ଛାଡ଼ି ଯିବାକୁ ବାଧ୍ୟ କରିଥିଲେ। ଏହା ପରେ ତାଙ୍କଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ରହିଛି।

ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି ଯେ, ସେ ଟେନ୍ସା ପୁଲିସ ଫାଣ୍ଡି ଏବଂ ଲହୁଣୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଏଫ୍ଆଇଆର୍ ରୁଜୁ କରିବା ପରିବର୍ତ୍ତେ ପ୍ରଥମେ ନିଖୋଜ ମାମଲା ରୁଜୁ କରିବାକୁ ପରାମର୍ଶ ଦିଆଯାଇଥିଲା। ଏପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ଉପରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସେ କହିଛନ୍ତି।

ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି କି ନାହିଁ ସେନେଇ ସରକାରୀ ସ୍ତରରୁ ସ୍ପଷ୍ଟ ସୂଚନା ମିଳିନାହିଁ।

LIVE TV
LIVE
Latest News
କେବଳ ସଠିକ୍ ଉତ୍ତର ଦେଲେ AI ଭରସାଯୋଗ୍ୟ ନୁହେଁ! ସୁରକ୍ଷା ଓ ପକ୍ଷପାତମୁକ୍ତ ମୂଲ୍ୟାୟନ ଜରୁରୀ: IIT ମାଡ୍ରାସ୍ ପ୍ରଫେସର

କେବଳ ସଠିକ୍ ଉତ୍ତର ଦେଲେ AI ଭରସାଯୋଗ୍ୟ...

AIର ଭରସା କେବଳ ସଠିକ୍ ଉତ୍ତରରେ ନୁହେଁ, ସୁରକ୍ଷା ଓ ନିରପେ...

୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ ପଞ୍ଜାବ ସିଭିଲ୍ ସର୍ଭିସେସ୍ କୋଚିଂ ଦେବେ ସରକାର

୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ...

ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...

ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ, ପରିବହନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ସ୍ପେନ୍‌ରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୬୮ ମୃତ,...

ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...

ମାର୍ଶାଘାଇରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଅଭିଯୁକ୍ତ ଗିରଫ

ମାର୍ଶାଘାଇରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨...

କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭ ବର୍ଷ ବୟସରେ ୧ ଲକ୍ଷ ଟଙ୍କାରେ ତିଆରି କଲେ ସୋଲାର ଗାଡ଼ି

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭...

ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...

SBIରେ ସାଇବର ଆକ୍ରମଣ: ୩,୮୯୭ ଗ୍ରାହକଙ୍କ ତଥ୍ୟ ଡାର୍କ ୱେବ୍‌ରେ ଲିକ୍

SBIରେ ସାଇବର ଆକ୍ରମଣ: ୩,୮୯୭ ଗ୍ରାହକଙ୍କ ତଥ୍ୟ...

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜ ଗ୍ରାହକଙ୍କ ତଥ୍ୟ...

ପଶୁଚିକିତ୍ସା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର! ଇଣ୍ଟର୍ନସିପ୍ ଷ୍ଟାଇପେଣ୍ଡ୍ ୧୧ ହଜାରରୁ ବଢ଼ି ୧୮ ହଜାର ଟଙ୍କା

ପଶୁଚିକିତ୍ସା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର!...

ପଶୁଚିକିତ୍ସା ଇଣ୍ଟର୍ନଙ୍କ ଷ୍ଟାଇପେଣ୍ଡ୍ରେ ୭ ହଜାର ଟଙ୍କା...

ଆମେରିକାରେ ଧରାପଡ଼ିଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ!

ଆମେରିକାରେ ଧରାପଡ଼ିଲା ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର...

ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+