ଓଡ଼ିଶା ପୋଲିସ SI ପରୀକ୍ଷାକୁ ନେଇ ବଡ଼ ଅପଡେଟ୍: ପ୍ରଶ୍ନପତ୍ର ଲିକ୍‌ରେ ବଞ୍ଚିତ ପ୍ରାର୍ଥୀଙ୍କୁ ମିଳିବ ପୁଣି ସୁଯୋଗ

ଗତବର୍ଷ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ବାତିଲ ହୋଇଥିବା ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛି OUSSSC। ଚେୟାରମ୍ୟାନ୍‌ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି, ଚଳିତବର୍ଷ ଅକ୍ଟୋବର ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ପୁଣି ପରୀକ୍ଷା ଦେଇପାରିବେ।
OUSSSC announces Odisha Police SI recruitment exam by October with another chance for paper leak affected candidates.
OUSSSC announces Odisha Police SI recruitment exam by October with another chance for paper leak affected candidates.

ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପ୍ରସଙ୍ଗରେ ଲକ୍ଷାଧିକ ଆଶାୟୀଙ୍କ ପାଇଁ ବଡ଼ ଖବର ଆସିଛି। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ବୁଧବାର ସୂଚନା ଦେଇଛନ୍ତି ଯେ, ଚଳିତବର୍ଷଅକ୍ଟୋବର ସୁଦ୍ଧା SI ନିଯୁକ୍ତି ପରୀକ୍ଷା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟରଖାଯାଇଛି।

ଗତବର୍ଷ ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ପରୀକ୍ଷା ବାତିଲ ହୋଇଥିଲା। ଫଳରେ ରାଜ୍ୟର ପ୍ରାୟ୧.୫ ଲକ୍ଷ ପ୍ରାର୍ଥୀନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନ ସେହି ସମସ୍ତ ପ୍ରାର୍ଥୀଙ୍କୁ ପୁଣି ଥରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ ବୋଲି କମିଶନ୍ ସ୍ପଷ୍ଟ କରିଛି।

ଚେୟାରମ୍ୟାନ୍ କହିଛନ୍ତି ଯେ,ପୂର୍ବରୁ ଥିବା ଆବେଦନକାରୀଙ୍କ ତାଲିକା ଅପରିବର୍ତ୍ତିତ ରହିବ।ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ। ବୟସ ସୀମାକୁ ନେଇ କୌଣସି ସମସ୍ୟା ହେଲେ ମଧ୍ୟ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ପରୀକ୍ଷା ଦେବାକୁ ଯୋଗ୍ୟ ହେବେ।

ସେ ଆହୁରି କହିଛନ୍ତି ଯେ,ସିଲାବସ୍, ପରୀକ୍ଷା ପ୍ୟାଟର୍ନ, ପ୍ରଶ୍ନର ପ୍ରକାର ଏବଂ ମାର୍କିଂ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ।ପରୀକ୍ଷା ପୂର୍ବବତ୍ MCQ ଆଧାରିତ ହେବ। ଗୋଟିଏ ପେପର୍ ୧୦୦ ନମ୍ବର ଓ ଅନ୍ୟଟି ୨୦୦ ନମ୍ବରର ହେବ। ଇଂରାଜୀ, ଓଡ଼ିଆ ସହ ସମସ୍ତ ବିଷୟ ପୂର୍ବବତ୍ ରହିବ।

ତେବେ ପରୀକ୍ଷାଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ରେ ହେବ, ସେନେଇ ପରେ ନିଷ୍ପତ୍ତି ନିଆଯିବ। କମିଶନ୍ର ପ୍ରାଥମିକତା ହେଉଛି ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ପରୀକ୍ଷା ଆୟୋଜନ କରିବା।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ତୁରନ୍ତ ବାତିଲ କରାଯାଇଥିଲା। ଏହି ମାମଲାର ତଦନ୍ତ ବର୍ତ୍ତମାନCBIକରୁଛି। ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୬ ଜଣଙ୍କ ବିରୋଧରେ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ ହୋଇଛି।

LIVE TV
LIVE
Latest News
ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ ବଜେଟ୍ ୩୦ ଲକ୍ଷରୁ କମ୍

ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ...

ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...

Infosys ADR ୬% ଖସିଲା: FY27 Growth Guidance କମାଇ ୧-୨% କଲା କମ୍ପାନୀ

Infosys ADR ୬% ଖସିଲା: FY27 Growth...

ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ ବାହାରକୁ ଗଲା ୨.୭ ବିଲିୟନ ଡଲାର

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ...

ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...

MIT ବନାମ IIT: ଜଣେ ସାଧାରଣ MIT ଛାତ୍ର JEE Advanced ପାସ୍ କରି IITରେ ଭର୍ତ୍ତି ହୋଇପାରିବେ କି?

MIT ବନାମ IIT: ଜଣେ ସାଧାରଣ MIT...

MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦ ନୂଆ PG ସିଟ୍‌କୁ କେନ୍ଦ୍ରର ମଞ୍ଜୁରୀ

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦...

​​​​​​​​​​​​ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ ଟାର୍ଗେଟ୍‌: AI ନେଇ ମାଇକ୍ରୋସଫ୍ଟର ଚେତାବନୀ

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ...

ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...

ଭାରତରେ ବ୍ୟବସାୟ ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍ପାନୀ: ପୀୟୂଷ ଗୋୟଲ

ଭାରତରେ ବ୍ୟବସାୟ ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍ପାନୀ:...

ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ ପ୍ରଶ୍ନ ନୁହେଁ, ସଠିକ୍ ପ୍ରଶ୍ନ ବାଛିବା ହିଁ ସଫଳତାର ଚାବି

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ...

CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+