OUSSSC announces Odisha Police SI recruitment exam by October with another chance for paper leak affected candidates.

ଓଡ଼ିଶା ପୋଲିସ SI ପରୀକ୍ଷାକୁ ନେଇ ବଡ଼ ଅପଡେଟ୍: ପ୍ରଶ୍ନପତ୍ର ଲିକ୍‌ରେ ବଞ୍ଚିତ ପ୍ରାର୍ଥୀଙ୍କୁ ମିଳିବ ପୁଣି ସୁଯୋଗ

ଗତବର୍ଷ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ବାତିଲ ହୋଇଥିବା ଓଡ଼ିଶା ପୋଲିସ SI ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛି OUSSSC। ଚେୟାରମ୍ୟାନ୍‌ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି, ଚଳିତବର୍ଷ ଅକ୍ଟୋବର ସୁଦ୍ଧା ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ପୁଣି ପରୀକ୍ଷା ଦେଇପାରିବେ।

ଓଡ଼ିଶା ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷା ପ୍ରସଙ୍ଗରେ ଲକ୍ଷାଧିକ ଆଶାୟୀଙ୍କ ପାଇଁ ବଡ଼ ଖବର ଆସିଛି। ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (OUSSSC) ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ ବୁଧବାର ସୂଚନା ଦେଇଛନ୍ତି ଯେ, ଚଳିତବର୍ଷଅକ୍ଟୋବର ସୁଦ୍ଧା SI ନିଯୁକ୍ତି ପରୀକ୍ଷା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟରଖାଯାଇଛି।

ଗତବର୍ଷ ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ପରୀକ୍ଷା ବାତିଲ ହୋଇଥିଲା। ଫଳରେ ରାଜ୍ୟର ପ୍ରାୟ୧.୫ ଲକ୍ଷ ପ୍ରାର୍ଥୀନିଯୁକ୍ତି ପ୍ରକ୍ରିୟାରୁ ବଞ୍ଚିତ ହୋଇଥିଲେ। ବର୍ତ୍ତମାନ ସେହି ସମସ୍ତ ପ୍ରାର୍ଥୀଙ୍କୁ ପୁଣି ଥରେ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ ବୋଲି କମିଶନ୍ ସ୍ପଷ୍ଟ କରିଛି।

ଚେୟାରମ୍ୟାନ୍ କହିଛନ୍ତି ଯେ,ପୂର୍ବରୁ ଥିବା ଆବେଦନକାରୀଙ୍କ ତାଲିକା ଅପରିବର୍ତ୍ତିତ ରହିବ।ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ। ବୟସ ସୀମାକୁ ନେଇ କୌଣସି ସମସ୍ୟା ହେଲେ ମଧ୍ୟ ପୂର୍ବରୁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ପରୀକ୍ଷା ଦେବାକୁ ଯୋଗ୍ୟ ହେବେ।

ସେ ଆହୁରି କହିଛନ୍ତି ଯେ,ସିଲାବସ୍, ପରୀକ୍ଷା ପ୍ୟାଟର୍ନ, ପ୍ରଶ୍ନର ପ୍ରକାର ଏବଂ ମାର୍କିଂ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ।ପରୀକ୍ଷା ପୂର୍ବବତ୍ MCQ ଆଧାରିତ ହେବ। ଗୋଟିଏ ପେପର୍ ୧୦୦ ନମ୍ବର ଓ ଅନ୍ୟଟି ୨୦୦ ନମ୍ବରର ହେବ। ଇଂରାଜୀ, ଓଡ଼ିଆ ସହ ସମସ୍ତ ବିଷୟ ପୂର୍ବବତ୍ ରହିବ।

ତେବେ ପରୀକ୍ଷାଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ରେ ହେବ, ସେନେଇ ପରେ ନିଷ୍ପତ୍ତି ନିଆଯିବ। କମିଶନ୍ର ପ୍ରାଥମିକତା ହେଉଛି ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ପରୀକ୍ଷା ଆୟୋଜନ କରିବା।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ପ୍ରଶ୍ନପତ୍ର ଲିକ୍ ଘଟଣା ସାମ୍ନାକୁ ଆସିବା ପରେ ପରୀକ୍ଷାକୁ ତୁରନ୍ତ ବାତିଲ କରାଯାଇଥିଲା। ଏହି ମାମଲାର ତଦନ୍ତ ବର୍ତ୍ତମାନCBIକରୁଛି। ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୬ ଜଣଙ୍କ ବିରୋଧରେ ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ ହୋଇଛି।

Latest News
ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର ୨୦୨୬

ସାପ୍ତାହିକ ରାଶିଫଳ: ୭ ସେପ୍ଟେମ୍ବରରୁ ୧୪ ସେପ୍ଟେମ୍ବର...

ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...

ଦିଲ୍ଲୀ PG ଟ୍ରାଜେଡି ଦିନ ପଡ଼ୋଶୀ କୋଠା ପାଇଁ ଡିମୋଲିସନ୍ ନୋଟିସ୍: ମ୍ୟୁନିସିପାଲ ନିରୀକ୍ଷଣ ନେଇ ବଢ଼ିଲା ପ୍ରଶ୍ନ

ଦିଲ୍ଲୀ PG ଟ୍ରାଜେଡି ଦିନ ପଡ଼ୋଶୀ କୋଠା...

ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

ବିସ୍ଫୋରଣ ପରେ ପୁଣେରେ ବିଦ୍ୟୁତ ବିପର୍ଯ୍ୟୟ, ୩.୧ ଲକ୍ଷ ଉପଭୋକ୍ତା ପ୍ରଭାବିତ

ବିସ୍ଫୋରଣ ପରେ ପୁଣେରେ ବିଦ୍ୟୁତ ବିପର୍ଯ୍ୟୟ, ୩.୧...

ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+