ଦାଦାବଟି ଓ ବ୍ଲାକମେଲ୍ ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ଏକ ବେସରକାରୀ ନ୍ୟୁଜ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କ ବିରୋଧରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ। ଚାଲିଥିବା ତଦନ୍ତର ଅଂଶ ଭାବେ ପୁଲିସ ସୁଧାଂଶୁ ରାଉତଙ୍କ ନାମରେ ଥିବା ୪ଟି ବ୍ୟାଙ୍କ ଖାତାକୁ ଫ୍ରିଜ୍ କରିଛି।
ପୋଲିସ ସୂଚନା ଅନୁଯାୟୀ, ଏହି ଖାତାଗୁଡ଼ିକରେ ଲକ୍ଷାଧିକ ଟଙ୍କା ଜମା ରହିଛି। ଅଭିଯୁକ୍ତଙ୍କ ଆର୍ଥିକ କାରବାର ଏବଂ ଏହି ଅର୍ଥର ଉତ୍ସ ସମ୍ପର୍କରେ ତଦନ୍ତ କରାଯାଉଛି।
ସୁଧାଂଶୁ ରାଉତ ଏପର୍ଯ୍ୟନ୍ତ ଫେରାର ଥିବା ବେଳେ, ତାଙ୍କ ଅବସ୍ଥିତି ସମ୍ପର୍କରେ ପୁଲିସ କୌଣସି ସୂଚନା ପାଇନାହିଁ। ତାଙ୍କୁ ଠାବ କରି ଗିରଫ କରିବା ପାଇଁ ଓଡ଼ିଶା ବାହାରକୁ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ପଠାଯାଇଛି। ଏହାପୂର୍ବରୁ ପୁଲିସ ଉକ୍ତ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟାଳୟକୁ ସିଲ୍ କରିବା ସହ ତଲାସି ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଥିଲା।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ କଥିତ ଅପପ୍ରଚାର ଅଭିଯୋଗ ପରେ କ୍ୟାପିଟାଲ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୁଲିସ ଦାବି କରିଛି ଯେ, ଖରାପ ଖବର ପ୍ରସାରଣ ଏବଂ ଚରିତ୍ର ହନନର ଧମକ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ନ୍ୟୁଜ୍ ଚ୍ୟାନେଲକୁ ବ୍ୟବହାର କରାଯାଉଥିଲା।
ଏହି ମାମଲାରେ ପୋଲିସସୁଧାଂଶୁ ରାଉତଙ୍କ ଦୁଇଜଣ ସହଯୋଗୀଙ୍କୁ ପୂର୍ବରୁ ଗିରଫ କରି ଅଦାଲତକୁ ଚାଲାଣ କରିସାରିଛି। ଏହାସହ ଚନ୍ଦ୍ରଶେଖରପୁର ଥାନାରେ ମଧ୍ୟ ସୁଧାଂଶୁ ରାଉତ ଏବଂ ତାଙ୍କ ସଂସ୍ଥା ବିରୋଧରେ ଆଉ ଏକ ଅପରାଧିକ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ଥିବା ବେଳେ, ତାଙ୍କୁ ଗିରଫ କରିବା ଏବଂ କଥିତ ଦାଦାବଟି ଚକ୍ରର ଆର୍ଥିକ କାରବାରର ପର୍ଦ୍ଦାଫାଶ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ଭାରତ ଓ ବାଂଲାଦେଶ ମଧ୍ୟରେ ଯାତ୍ରୀଙ୍କ ପାଇଁ ଆସିପାରେ ବଡ଼...
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧ...
୮ମ ବେତନ କମିସନକୁ ନେଇ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
ଭାରତର ହାଇ-ସ୍ପିଡ୍ ରେଳ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ।...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...