ଭୁବନେଶ୍ୱର: ଓଡ଼ିଶା ପୋଲିସ ବିଭାଗରେ ଖାଲି ପଡ଼ିଛି ୨୬ ହଜାରରୁ ଅଧିକ ପଦବୀ। ରାଜ୍ୟରେ ପୋଲିସ ବିଭାଗର ମୋଟ ୮୪ ହଜାର ୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୨୬ ହଜାର ୧୦୧ଟି ପଦବୀ ଏବେ ବି ଖାଲି ରହିଛି। ବିଧାନସଭାରେ ଏକ ଲିଖିତ ଉତ୍ତର ମାଧ୍ୟମରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ପୋଲିସ ବିଭାଗର ବିଭିନ୍ନ ବର୍ଗରେ ୬ ହଜାର ୮୮୫ଟି ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ବିଜ୍ଞାପନ ମଧ୍ୟ ପ୍ରକାଶ କରାଯାଇଛି।
ଏହାବ୍ୟତୀତ ୨୯୮ଟି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ପଦବୀ ପୂରଣ ପାଇଁ OUSSSCକୁ ଅନୁରୋଧ କରାଯାଇଛି। ଏହି ପଦବୀଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ାଇବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ସେହିପରି ବାତିଲ ହୋଇଥିବା ୬୦୯ଟି ସବ୍-ଇନ୍ସପେକ୍ଟର (SI) ଏବଂ ୨୫୩ଟି ଆର୍ମଡ୍ ସବ୍-ଇନ୍ସପେକ୍ଟର (ASI) ପଦବୀ ପାଇଁ ପରୀକ୍ଷା ପ୍ରକ୍ରିୟା ସମାପନ କରିବାକୁ କୁହାଯାଇଛି।
ରାଜ୍ୟରେ ଆଇନଶୃଙ୍ଖଳା ପରିଚାଳନା ଓ ଅପରାଧ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବା ପାଇଁ ପୋଲିସ ବିଭାଗରେ ଖାଲି ପଦବୀ ପୂରଣ ଏବେ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଆଗାମୀ ଦିନରେ ଏହି ନିଯୁକ୍ତି ପ୍ରକ୍ରିୟା କେତେ ଶୀଘ୍ର ଶେଷ ହେଉଛି, ତାହା ଉପରେ ନଜର ରହିବ।
ବାୟୁ ପ୍ରଦୂଷଣ ବଢ଼ୁଥିବା ସମୟରେ ଅନେକ ଲୋକ ଘର ଭିତରର ବାୟୁ...
ହୃଦୟ ଅସ୍ତ୍ରୋପଚାରରେ ଆସୁଛି ବଡ଼ ପରିବର୍ତ୍ତନ ଚିକିତ୍ସ...
ଅନେକ ସମୟରେ ଭରପେଟ ଖାଇବା ପରେ ମଧ୍ୟ କିଛି ଲୋକଙ୍କୁ ଖୁବ୍...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଧାର୍ମିକ ସ୍ଲୋଗାନକୁ ନେଇ ରାଜନ...
ହାଇଦ୍ରାବାଦ: ୨୦୨୮ ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେ...
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...
ଦାମୀ ଫେସିଆଲ୍ ନୁହେଁ, ଘରେ ତିଆରି କରନ୍ତୁ ଏହି ଜୁସ୍! ଗାଜ...
ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ସାମାଜିକ, ରାଜନୈତିକ ଓ ସାଂସ୍କ...