ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପୋଷ୍ଟ ଗ୍ରାଜୁଏଟ୍ (PG) ପାଠ୍ୟକ୍ରମର ଫେଜ୍-୨ e-Admission କାର୍ଯ୍ୟସୂଚୀ ଘୋଷଣା କରିଛି। Student Academic Management System (SAMS) ମାଧ୍ୟମରେ ଏହି ଆଡମିଶନ ପ୍ରକ୍ରିୟା ଚାଲିବ।
ଫେଜ୍-୨ରେ ପ୍ରଥମ ରାଉଣ୍ଡ ପ୍ରୋଭିଜନାଲ୍ ସିଟ୍ ଆଲଟମେଣ୍ଟ ସେପ୍ଟେମ୍ବର ୨୪ ତାରିଖ ଅପରାହ୍ନ ୪ଟାରେ ପ୍ରକାଶ ପାଇବ। ସିଟ୍ ପାଇଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୨୫ ସକାଳ ୧୦ଟାରୁ ସେପ୍ଟେମ୍ବର ୨୮ ସନ୍ଧ୍ୟା ୫ଟା ମଧ୍ୟରେ ରିପୋର୍ଟିଂ ଓ ଫି’ ପେମେଣ୍ଟ କରିବାକୁ ହେବ।
ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ PG ସିଟ୍ ପାଇନାହାନ୍ତି, ସେମାନେ ଫେଜ୍-୨ରେ ନୂଆ Choice ଦାଖଲ କରିପାରିବେ। Common Application Form (CAF) ମାଧ୍ୟମରେ Choice Submission ଓ Locking କରିବାକୁ ହେବ। Choice Lockingର ଶେଷ ସମୟ ସେପ୍ଟେମ୍ବର ୨୧ ରାତି ୧୧:୪୫।
Waitlisted ପ୍ରାର୍ଥୀମାନଙ୍କ Physical Reporting ସେପ୍ଟେମ୍ବର ୨୯ ସକାଳ ୧୦ଟାରୁ ସେପ୍ଟେମ୍ବର ୩୦ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ। ସେମାନଙ୍କ Merit List ଅକ୍ଟୋବର ୧ ଅପରାହ୍ନ ୨ଟାରେ ପ୍ରକାଶ ପାଇବ।
ଯଦି ସିଟ୍ ଖାଲି ରହେ, ତେବେ Waitlisted ପ୍ରାର୍ଥୀଙ୍କ ଆଡମିଶନ ଅକ୍ଟୋବର ୬ ସକାଳ ୧୦ଟାରୁ ଅକ୍ଟୋବର ୭ ସନ୍ଧ୍ୟା ୫ଟା ମଧ୍ୟରେ କରାଯିବ।
ବିଭାଗ ପକ୍ଷରୁ ପ୍ରାର୍ଥୀମାନଙ୍କୁ SAMS ପୋର୍ଟାଲରେ ଉପଲବ୍ଧ Common Prospectus ଓ ଗାଇଡ୍ଲାଇନ୍ ଭଲ ଭାବେ ପଢ଼ିବାକୁ କୁହାଯାଇଛି। PG e-Admission ସମ୍ପର୍କିତ ସହାୟତା ପାଇଁ 155335 କିମ୍ବା 1800-345-677 ହେଲ୍ପଲାଇନ୍ରେ ଯୋଗାଯୋଗ କରିପାରିବେ।
ପୃଥିବୀର ବଢ଼ୁଥିବା ତାପମାତ୍ରା ପୁଣିଥରେ ବୈଶ୍ୱିକ ଜଳବାୟୁ...
ଭାରତ ନିଜରସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (CBDC...
BRICS ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ଆର୍ଥିକ କାରବାରରେ ଡ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଦୁଇଦିନିଆ ୧୮ତମ ବ୍...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
BRICS ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ରୁଷ୍ ରାଷ୍ଟ୍ରପତି...