ଭାରତ ନିଜରସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (CBDC)ବା ଡିଜିଟାଲ୍ ଟଙ୍କାକୁ ବ୍ରିକ୍ସ ସହଯୋଗୀ ଦେଶଗୁଡ଼ିକର ଡିଜିଟାଲ୍ କରେନ୍ସି ସହ ଯୋଡ଼ିବା ପାଇଁ ଉଦ୍ୟମ କରୁଛି। ସରକାରୀ ସୂତ୍ର ଅନୁସାରେ, ଥାଇଲ୍ୟାଣ୍ଡ, ମାଲେସିଆ ଓ ଭିଏତନାମ ସହ ଏନେଇ ଆଲୋଚନା ଆଗୁଆ ପର୍ଯ୍ୟାୟରେ ପହଞ୍ଚିଛି।
ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛିସୀମାପାର ପେମେଣ୍ଟ୍କୁ ଅଧିକ ଦ୍ରୁତ, ସୁବିଧାଜନକ ଓ ଖର୍ଚ୍ଚ କମ୍ କରିବା। ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପେମେଣ୍ଟ୍ କନେକ୍ଟିଭିଟି ବଢ଼ାଇବା ଏବଂ ଅନ୍ତର୍ଜାତୀୟ କାରବାରକୁ ସହଜ କରିବା ପାଇଁ ଭାରତ ଏହି ପ୍ରସ୍ତାବ ରଖିଛି।
ସମ୍ପ୍ରତି ନୂଆଦିଲ୍ଲୀରେ ଅନୁଷ୍ଠିତ୧୮ତମ ବ୍ରିକ୍ସ ସମ୍ମିଳନୀପରେ ଏହି ଆଲୋଚନା ଆହୁରି ଗୁରୁତ୍ୱ ପାଇଛି। ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ବିଭିନ୍ନ ଦେଶର ନେତାମାନେ ଯୋଗ ଦେଇଥିଲେ।
ସେପ୍ଟେମ୍ବର ୧୨ର ନୂଆଦିଲ୍ଲୀ ଘୋଷଣାନାମାରେ ପେମେଣ୍ଟ୍ ସିଷ୍ଟମ୍ର ଇଣ୍ଟରଅପରେବିଲିଟି ଏବଂ ବାଣିଜ୍ୟ ଓ ନିବେଶରେ ସ୍ଥାନୀୟ ମୁଦ୍ରାର ଅଧିକ ବ୍ୟବହାର ନେଇ କାର୍ଯ୍ୟକୁ ସମର୍ଥନ କରାଯାଇଥିଲା। ତେବେ ସମସ୍ତ ଦେଶ ପାଇଁ ଗୋଟିଏ ମାତ୍ର ପଦ୍ଧତି ଲାଗୁ ହୋଇପାରିବ ନାହିଁ ବୋଲି ମଧ୍ୟ ଏଥିରେ ସ୍ୱୀକାର କରାଯାଇଛି।
CBDC ହେଉଛି କୌଣସି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ଜାରି ହେଉଥିବା ସେହି ଦେଶର ମୁଦ୍ରାର ଡିଜିଟାଲ୍ ରୂପ। କ୍ରିପ୍ଟୋକରେନ୍ସିଠାରୁ ଏହା ଭିନ୍ନ, କାରଣ CBDC ସମ୍ପୃକ୍ତ କେନ୍ଦ୍ରୀୟ ବ୍ୟାଙ୍କର ସମର୍ଥନ ପାଇଥାଏ।
ଭାରତରଡିଜିଟାଲ୍ ରୁପି ବା e-Rupeeକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିଟେଲ୍ ଓ ହୋଲସେଲ୍—ଉଭୟ କ୍ଷେତ୍ର ପାଇଁ ବିକଶିତ କରୁଛି। ଅନ୍ୟ ଦେଶର CBDC ସହ ଡିଜିଟାଲ୍ ରୁପି ଯୋଡ଼ାଗଲେ ମଧ୍ୟସ୍ଥ ସଂସ୍ଥାର ଆବଶ୍ୟକତା କମିବା ସହ ସୀମାପାର ଟଙ୍କା ପଠାଇବା ଆହୁରି ଦ୍ରୁତ ହୋଇପାରେ।
RBI ଡିଜିଟାଲ୍ ରୁପିର ନୂଆ ବ୍ୟବହାର ନେଇ ମଧ୍ୟ ଅନୁସନ୍ଧାନ କରୁଛି। ଏଥିରେ ଦୁଇରୁ ତିନୋଟି ଦେଶ ସହ ସୀମାପାର କାରବାର ମଧ୍ୟ ସାମିଲ ରହିଛି।
ତେବେ ଡିଜିଟାଲ୍ ରୁପି ଏବେ ମଧ୍ୟପାଇଲଟ୍ ପର୍ଯ୍ୟାୟରେରହିଛି। ଏହାର ବ୍ୟବହାର ବଢ଼ାଇବା ଏବଂ ନୂଆ କ୍ଷେତ୍ରରେ ପ୍ରୟୋଗ ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସମ୍ଭାବନା ଉପରେ କାମ କରୁଛନ୍ତି।
ଏହା ସହିତ ଅନ୍ତର୍ଜାତୀୟ ବାଣିଜ୍ୟରେସ୍ଥାନୀୟ ମୁଦ୍ରାରେ ଲେନଦେନ, ଦ୍ୱିପାକ୍ଷିକ ମୁଦ୍ରା ବ୍ୟବସ୍ଥା ଏବଂ ଭାରତୀୟ ଟଙ୍କାର ଅଧିକ ବ୍ୟବହାରଉପରେ ମଧ୍ୟ ଭାରତ ଗୁରୁତ୍ୱ ଦେଉଛି। ଅର୍ଥାତ୍, ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ କେବଳ ଗୋଟିଏ ମୁଦ୍ରା ଉପରେ ନିର୍ଭର ନକରି ଏକାଧିକ ବିକଳ୍ପ ସୃଷ୍ଟି କରିବା ଭାରତର ଲକ୍ଷ୍ୟ ରହିଛି।
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ଭୁବନେଶ୍ୱର:ଦିନରେ ପୁଲିସ ଡ୍ରାଇଭର, ଆଉ ସନ୍ଧ୍ୟା ହେଲେ ଚେନ...
ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...
ନବରଙ୍ଗପୁର: ମଶାଣିରେ ଅମାନବୀୟ ଓ ଚାଞ୍ଚଲ୍ୟକର ଘଟଣା। ସମାଧ...
ଜମ୍ମୁ-କାଶ୍ମୀରରେ ଶାସକ ନ୍ୟାସନାଲ୍ କନଫରେନ୍ସ ଦଳ ଭିତରେ ଦ...
ରାତିରେ ହଠାତ୍ ଥରି ଉଠିଲା ଜମ୍ମୁ-କାଶ୍ମୀର ଓ ଲଦାଖର କିଛି...
ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...
ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କ ଚିନ୍ତା ବଢ଼ାଇଛି...