ବାଲେଶ୍ୱର/ଭୁବନେଶ୍ୱର:ଓଡ଼ିଶାରେ ୫ଟି ଓରାଂଉଟାନ୍ କିପରି ଆସିଲେ, ଏହାକୁ ନେଇ ରହସ୍ୟ ଆହୁରି ଘନୀଭୂତ ହୋଇଛି। ଘଟଣାର ତଦନ୍ତ ପାଇଁ ବୁଧବାର ବାଲେଶ୍ୱରରେ ପହଞ୍ଚିଛିସ୍ପେଶାଲ ଟାସ୍କ ଫୋର୍ସ (STF)। ଓରାଂଉଟାନ୍ଙ୍କ ଓଡ଼ିଶା ଆସିବା ପଛରେ କୌଣସି ଚାଲାଣ କିମ୍ବା ଅନ୍ତର୍ଜାତୀୟ ଲିଙ୍କ୍ ରହିଛି କି ନାହିଁ, ତାହା ଖୋଜାଯାଉଛି।
STF ଅଧିକାରୀମାନେ ସ୍ଥାନୀୟ ସୂଚନା, ବୈଜ୍ଞାନିକ ପ୍ରମାଣ ଏବଂ ସମ୍ଭାବ୍ୟ ଅନ୍ତର୍ଜାତୀୟ ତସ୍କରୀ ଲିଙ୍କ୍ ଉପରେ ତଦନ୍ତ କରୁଛନ୍ତି। ଏହାସହ ରେଳ ଷ୍ଟେସନ୍ ଓ ବିମାନବନ୍ଦରର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଓରାଂଉଟାନ୍ଙ୍କୁ ଓଡ଼ିଶାକୁ ଆଣିବା ପାଇଁ ଜଳପଥ ବ୍ୟବହାର ହୋଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଏଥିପାଇଁଭାରତୀୟ କୋଷ୍ଟ ଗାର୍ଡସହ ସମନ୍ୱୟ କରାଯାଉଛି।
ଏହି ତଦନ୍ତରେ ରାଜ୍ୟ ବନ ବିଭାଗ ଓWildlife Crime Control Bureau (WCCB)ମଧ୍ୟ ସହଯୋଗ କରୁଛନ୍ତି। STF DIG କନୱର ବିଶାଲ ସିଂହ କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ କେବଳ ସନ୍ଦେହ ଆଧାରରେ ତଦନ୍ତ ଆଗକୁ ବଢ଼ାଯିବ ନାହିଁ। ତଥ୍ୟ, ସଂଖ୍ୟା ଓ ବୈଜ୍ଞାନିକ ପ୍ରମାଣ ଆଧାରରେ ତଦନ୍ତ କରାଯାଉଛି। ଦେଶରେ ଏଭଳି ଘଟଣା ପୂର୍ବରୁ କେତେ ଘଟିଛି, ସେନେଇ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି।
ଭୋଗରାଇ ଅଞ୍ଚଳର ଜଳେଶ୍ୱର ରେଞ୍ଜର ଦୁଇଟି ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଂଉଟାନ୍ଙ୍କୁ ମଙ୍ଗଳବାର ରାତି ପ୍ରାୟ୧୦ଟା ୩୦ରେ ନନ୍ଦନକାନନଅଣାଯାଇଛି। ସେମାନଙ୍କୁ ନନ୍ଦନକାନନ ଭେଟେରିନାରୀ ହସ୍ପିଟାଲରେ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ବର୍ତ୍ତମାନ ସମସ୍ତ ଓରାଂଉଟାନ୍ ସ୍ଥିର ଥିବା ଜଣାପଡ଼ିଛି।
ସ୍ୱାସ୍ଥ୍ୟ ଓ ବ୍ୟବହାର ଉପରେ ନଜର ରଖିବା ପାଇଁ ସେମାନଙ୍କୁ ପ୍ରାୟଏକ ମାସପର୍ଯ୍ୟନ୍ତ ନିରୀକ୍ଷଣରେ ରଖିବାକୁ ଯୋଜନା ହୋଇଛି। ୫ଟି ଓରାଂଉଟାନ୍ଙ୍କ ପାଇଁ ୩ ଜଣ ଡାକ୍ତର ଓ ୩ ଜଣ କେୟାରଗିଭରଙ୍କୁ ପାଳିକ୍ରମେ ନିୟୋଜିତ କରାଯିବ। ରାତି ସମୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଡାକ୍ତରଙ୍କ ବ୍ୟବସ୍ଥା ରହିବ।
ସେମାନଙ୍କ ଯତ୍ନ ନେବା ସମୟରେ କେୟାରଗିଭରମାନେ କଡ଼ା ସ୍ୱଚ୍ଛତା ନିୟମ ପାଳନ କରିବେ। ୫ଟି ଓରାଂଉଟାନ୍ଙ୍କ ମଧ୍ୟରେ ଦୁଇଟି ମାଈ ଥିବା ବେଳେ ଗୋଟିଏ ଛୋଟ ଶାବକ ରହିଛି। ସେମାନେ ପରସ୍ପର ସହ ଘନିଷ୍ଠ ଭାବେ ରହୁଥିବାରୁ ସେମାନଙ୍କୁ ଅଲଗା ନକରି ଏକାଠି ରଖାଯାଇଛି।
ଓରାଂଉଟାନ୍ଙ୍କୁ ଫଳ, କଦଳୀ, ଆପଲ୍, ଶୁଖିଲା ଫଳ ଓ କ୍ଷୀର ଦିଆଯାଉଛି। ତେବେ ଛୋଟ ଶାବକଟି ଏପର୍ଯ୍ୟନ୍ତ ଶକ୍ତ ଖାଦ୍ୟ ଖାଇପାରୁନଥିବାରୁ ପ୍ରତି ଦୁଇ ଘଣ୍ଟାରେ ପତଳା ଖାଦ୍ୟ ଦିଆଯାଉଛି।
ଓଡ଼ିଶା ସରକାର ୫ଟି ଓରାଂଉଟାନ୍ଙ୍କୁ ନନ୍ଦନକାନନ ଜୁଲୋଜିକାଲ୍ ପାର୍କରେ ସ୍ଥାୟୀ ଭାବେ ରଖିବା ପାଇଁ **Central Zoo Authority (CZA)**ର ଅନୁମତି ମାଗିଛି ବୋଲି ବନ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ କହିଛନ୍ତି।
ତେବେ ଓରାଂଉଟାନ୍ଙ୍କୁ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶନ କରାଯିବ କି ନାହିଁ, ତାହା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ନୂଆ ପରିବେଶ ସହ ଖାପ ଖୁଆଇବା ପ୍ରକ୍ରିୟା ପରେ ନିଷ୍ପତ୍ତି ନିଆଯିବ। ଏହାସହ ଏହି ଓରାଂଉଟାନ୍ଗୁଡ଼ିକ ବାହାର ଦେଶରୁ ଆସିଛନ୍ତି କିମ୍ବା କୌଣସି ଚିଡ଼ିଆଖାନାରୁ ବେଆଇନ ଭାବେ ନିଆଯାଇଛନ୍ତି କି ନାହିଁ, ତାହା ଜାଣିବା ପାଇଁ ଅନ୍ୟ ଚିଡ଼ିଆଖାନା ସହ ମଧ୍ୟ ଯୋଗାଯୋଗ କରାଯାଉଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଓରାଂଉଟାନ୍ମାନଙ୍କ ବୟସ ପ୍ରାୟ ଏକ ବର୍ଷ ହୋଇଥିବାରୁ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖି ସ୍ୱାସ୍ଥ୍ୟ ପରୀକ୍ଷା ସହ ନିରନ୍ତର ଯତ୍ନ ନିଆଯାଉଛି।
ଓରାଂଉଟାନ୍ଗୁଡ଼ିକୁ କିଏ ଆଣିଲା ଏବଂ ସେମାନେ କେଉଁଠାରୁ ଆସିଲେ, ଏହାର ଉତ୍ତର ଖୋଜିବା ପାଇଁSTF ଓ WCCBର ମିଳିତ ତଦନ୍ତଚାଲିଛି। ଓରାଂଉଟାନ୍ ଭାରତ କିମ୍ବା ଓଡ଼ିଶାର ସ୍ଥାନୀୟ ପ୍ରଜାତି ନୁହେଁ ହୋଇଥିବାରୁ ସେମାନେ ବାହାରୁ ଅଣାଯାଇଥାଇପାରନ୍ତି ବୋଲି ତଦନ୍ତକାରୀମାନେ ଆଶଙ୍କା କରୁଛନ୍ତି। ତେବେ ପ୍ରକୃତ ଉତ୍ସ ଓ ଓଡ଼ିଶାକୁ ଆସିବାର ରାସ୍ତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...