ଓଡ଼ିଶାରେ ମଧ୍ୟାହ୍ନ ଭୋଜନ ଯୋଜନାରେ କାମ କରୁଥିବା ରାନ୍ଧୁନୀ ଓ ସହାୟକମାନେ ତୃତୀୟ ଦିନ ଧରି ତାଙ୍କର ଆନ୍ଦୋଳନ ଜାରି ରଖିଛନ୍ତି। ବକେୟା ଦରମା ଓ ଦୀର୍ଘଦିନର ଅନ୍ୟାନ୍ୟ ଦାବି ପୂରଣ ପାଇଁ ସେମାନେ ଏହି ଆନ୍ଦୋଳନକୁ ଆରୋ ତୀବ୍ର କରିଛନ୍ତି।
All Odisha Midday Meal Cook-Cum-Helper Associationର ସଦସ୍ୟମାନେ ଲଗାତାର ଧରଣାରେ ବସି ରାତି ଦିନ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଦାବି ହେଉଛି ଗତ ତିନି ମାସର ବକେୟା ଭତ୍ତା ଶୀଘ୍ର ଦେବା ସହ ଦରମା ବୃଦ୍ଧି କରାଯାଉ।
ଆନ୍ଦୋଳନକାରୀମାନେ ରାସ୍ତାରେ ନାମି ଅଭିଯୋଗ କରିଛନ୍ତି ଯେ, ସେମାନଙ୍କର ପୁନଃପୁନଃ ଦାବି ସତ୍ୱେ ମଧ୍ୟ ସରକାର ପକ୍ଷରୁ କୌଣସି ସ୍ପଷ୍ଟ ପଦକ୍ଷେପ ନିଆଯାଇନାହିଁ।
ସଂଘ ତରଫରୁ ଅନେକ ଦାବି ଉଠାଯାଇଛି, ଯାହାରେ ବକେୟା ଦରମା ପ୍ରଦାନ, ‘ସମ କାମକୁ ସମ ଦରମା’ ନୀତି ପ୍ରୟୋଗ, ଦରମା ବୃଦ୍ଧି ଓ ପ୍ରତିମାସ ପ୍ରଥମ ସପ୍ତାହରେ ଦରମା ଦେବା ଅନ୍ତର୍ଭୁକ୍ତ।
ଏହା ସହିତ ସେମାନେ ଅବସର ଗ୍ରହଣ ବୟସକୁ ୬୨ ବର୍ଷ କରିବା, ବର୍ଖାସ୍ତ ରାନ୍ଧୁନୀଙ୍କୁ ପୁନଃନିଯୁକ୍ତି ଓ ପୂର୍ବତନ ସରକାର ଘୋଷିତ ୧ ଲକ୍ଷ ଟଙ୍କା ମୃତ୍ୟୁ ସହାୟତା ଦେବାକୁ ମଧ୍ୟ ଦାବି କରିଛନ୍ତି।
ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ତିନି ମାସ ଧରି ଦରମା ନମିଳିବାରୁ ସେମାନେ ଅସୁବିଧାରେ ପଡ଼ିଛନ୍ତି। ଅନେକେ ବର୍ଷରୁ ବର୍ଷ କାମ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ନିଯୁକ୍ତି ପତ୍ର କିମ୍ବା ପରିଚୟ ପତ୍ର ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସରକାର ପକ୍ଷରୁ ଦାବି ପୂରଣ ନ ହେଉଅ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସପଷ୍ଟ କରିଛି।
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...