ପବିତ୍ର ରଥଯାତ୍ରା ଚାଲିଥିବା ବେଳେ ଓଡ଼ିଶାରେ ବର୍ଷାକୁ ନେଇ ବଡ଼ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ,ସୋମବାରଠାରୁ ଜୁଲାଇ ୧୭ ପର୍ଯ୍ୟନ୍ତରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ।
ପାଣିପାଗ ବିଭାଗ ସୋମବାର ପାଇଁ୨୦ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂଜାରି କରିଛି। ଏହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ିର ସମ୍ଭାବନା ଥିବାରୁ ସତର୍କ ରହିବାକୁ କୁହାଯାଇଛି।
ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ାଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରିଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଏବଂ ଗଜପତିଜିଲ୍ଲାରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଥିବାରୁ ଖୋଲା ସ୍ଥାନରେ ନ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ରଥଯାତ୍ରା ପାଇଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଭକ୍ତମାନଙ୍କ ସୁରକ୍ଷା ଓ ରଥଯାତ୍ରା ପରିଚାଳନାକୁ ଦୃଷ୍ଟିରେ ରଖି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ପାଣିପାଗ ବିଭାଗ ଲୋକମାନଙ୍କୁ ବଜ୍ରପାତ ସମୟରେ ଖୋଲା ସ୍ଥାନରୁ ଦୂରେ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛି।
Shapoorji Pallonji Groupର ଚେୟାରମ୍ୟାନ୍ Shapoorji Pa...
କୋଟି କୋଟି ଟଙ୍କାର ନିବେଶ ଓ କଥିତ ଆର୍ଥିକ ଅନିୟମିତତାକୁ ନ...
ଭାରତର ରିଅଲ୍ ଇଷ୍ଟେଟ୍ ବଜାରରେ୧ BHK ଘର ଏବେ ଏକ ଅଜବ ସ୍ଥି...
୧୯୯୦ ଦଶକରେ ରତନ ଟାଟାଙ୍କ ସାମ୍ନାରେ ଥିଲା ବଡ଼ ଚ୍ୟାଲେଞ୍ଜ...