କୋର୍ଟଙ୍କ ଆଦେଶ ସତ୍ତ୍ୱେ ପତ୍ନୀ କିମ୍ବା ପିଲାଙ୍କୁ ଭରଣପୋଷଣ ଟଙ୍କା ଦେଉନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏଣିକି କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ରାଶି କାଟି ସିଧାସଳଖ ପତ୍ନୀ କିମ୍ବା ପିଲାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ହେଉଥିବା ଜନଅଭିଯୋଗ ଶୁଣାଣି ସମୟରେ ଏଭଳି ଅନେକ ଅଭିଯୋଗ ଆସିଥିବା ଜଣାପଡ଼ିଛି। କୋର୍ଟ ଭରଣପୋଷଣ କିମ୍ବା ଛାଡ଼ପତ୍ର ପରେ ଦିଆଯିବାକୁ ଥିବା ଆର୍ଥିକ ସହାୟତା ପ୍ରଦାନ ପାଇଁ ଆଦେଶ ଦେଇଥିଲେ ମଧ୍ୟ କିଛି ସରକାରୀ କର୍ମଚାରୀ ଏହା ପାଳନ କରୁନଥିବା ଅଭିଯୋଗ ରହିଛି।
ମୁଖ୍ୟମନ୍ତ୍ରୀ ଏହି ମାମଲାଗୁଡ଼ିକୁ ଗୁରୁତ୍ୱର ସହ ନେଇ କୋର୍ଟଙ୍କ ଆଦେଶ ଯେପରି ଠିକ୍ ଭାବେ ପାଳନ ହୁଏ, ସେଥିପାଇଁ ଏକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ନୂଆ ବ୍ୟବସ୍ଥା ଅନୁଯାୟୀ, କୋର୍ଟଙ୍କ ଭରଣପୋଷଣ ନିର୍ଦ୍ଦେଶ ମିଳିବା ପରେ ସମ୍ପୃକ୍ତDrawing and Disbursing Officer (DDO)କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ ସମୟରେ ଆଦେଶରେ ଉଲ୍ଲେଖ ଥିବା ରାଶି କାଟିବେ।
ଏହାପରେ କଟାଯାଇଥିବା ଟଙ୍କାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ କୋର୍ଟ ଆଦେଶରେ ଉଲ୍ଲେଖିତ ପତ୍ନୀ କିମ୍ବା ପିଲାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯିବ।
ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଭରଣପୋଷଣ ଟଙ୍କା ପାଇବା ପାଇଁ ମହିଳା କିମ୍ବା ପିଲାମାନଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟର ଦ୍ୱାରସ୍ଥ ହେବାକୁ ନପଡ଼ିବା ଏବଂ କୋର୍ଟଙ୍କ ଆଦେଶକୁ ସରକାରୀ କର୍ମଚାରୀମାନେ ଅନୁପାଳନ କରିବା ନିଶ୍ଚିତ କରିବା।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...