ରାଜ୍ୟରେ ଚାଲିଥିବା ଏଲପିଜି ସଙ୍କଟ ମଧ୍ୟରେ ଛାତ୍ରାବାସରେ ଖାଦ୍ୟ ରନ୍ଧନ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ନ ହେବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ଯେଉଁ ସ୍ଥାନରେ ପାଇପ୍ଡ ନ୍ୟାଚୁରାଲ୍ ଗ୍ୟାସ୍ (PNG) ସୁବିଧା ଉପଲବ୍ଧ ରହିଛି, ସେଠାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ହଷ୍ଟେଲ ରୋଷେଇ ଘର ପାଇଁ PNG ସଂଯୋଗ ନେବାକୁ କୁହାଯାଇଛି।
ଏଲପିଜି ଅଭାବ ଯୋଗୁଁ ହଷ୍ଟେଲରେ ରୋଷେଇ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ବିଭାଗ ଏହି ପଦକ୍ଷେପ ନେଇଛି। ଯେଉଁ ଅଞ୍ଚଳରେ PNG ନେଟୱର୍କ ରହିଛି, ସେଠାରେ ତୁରନ୍ତ ସଂଯୋଗ ନେବା ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ୫ ସହର
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଏବଂ ସମ୍ବଲପୁରରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ PNG ସଂଯୋଗ ଗ୍ରହଣ କରିବାକୁ କୁହାଯାଇଛି।
ସୁରକ୍ଷା ନିୟମ ପାଳନ ଉପରେ ଗୁରୁତ୍ୱ
PNG ବ୍ୟବହାର ସମୟରେ ସମସ୍ତ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି।
ଏଥିସହ ସମ୍ପୃକ୍ତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସମ୍ପର୍କିତ ଅନୁପାଳନ ରିପୋର୍ଟ (Compliance Report) ଦାଖଲ କରିବାକୁ କୁହାଯାଇଛି।
ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ଖାଦ୍ୟ ବ୍ୟବସ୍ଥା ନିରନ୍ତର ଜାରି ରଖିବା ଏବଂ ରୋଷେଇ ଘରର କାର୍ଯ୍ୟ ସୁଚାରୁ ଭାବେ ଚାଲିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ବିଭାଗ ସ୍ପଷ୍ଟ କରିଛି।
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
FIFA ସଭାପତି ଜିଆନି ଇନ୍ଫାଣ୍ଟିନୋ ନିଜ ପଦରୁ ଇସ୍ତଫା ଦେବା...
‘India’s biggest rebel soldier’...
କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20Iରେ...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...