ବନ୍ୟା ପ୍ରଭାବିତ ଓଡ଼ିଶାର ୨୨ଟି ଜିଲ୍ଲା ପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଜାରି କରିଛନ୍ତି। ଏହି ସୂଚନା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି।
ମନ୍ତ୍ରୀଙ୍କ କହିବାନୁସାରେ, ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଆଧାରରେ ଡିରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ପଠାଯିବ।
ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ସର୍ବାଧିକ ଆର୍ଥିକ ସହାୟତା ମଞ୍ଜୁର ହୋଇଛି। ବାଲେଶ୍ୱରକୁ ୨୨.୦୩ କୋଟି ଟଙ୍କା, ଯାଜପୁରକୁ ୨୦.୨୦ କୋଟି ଟଙ୍କା ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହାଛଡ଼ା ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି, ମୟୂରଭଞ୍ଜକୁ ୫.୦୨ କୋଟି, ସୁବର୍ଣ୍ଣପୁରକୁ ୨.୩୧ କୋଟି, ଖୋର୍ଦ୍ଧାକୁ ୨.୦୬ କୋଟି ଏବଂ ବୌଦ୍ଧକୁ ୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ମଧ୍ୟ କ୍ଷତିର ପରିମାଣ ଅନୁଯାୟୀ ସହାୟତା ଦିଆଯାଇଛି।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ଅନେକ ଜିଲ୍ଲାରୁ ବନ୍ୟା ପାଣି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ ଏବଂ କିଛି ନଦୀର ଜଳସ୍ତର ସାଧାରଣଠାରୁ ଅଧିକ ରହିଛି। ଚଳିତ ମୌସୁମୀ ବର୍ଷାରେ ଓଡ଼ିଶାରେ ସ୍ୱାଭାବିକ ବର୍ଷାଠାରୁ ପ୍ରାୟ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବାରୁ ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ବର୍ତ୍ତମାନ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ସମୀକ୍ଷା ବୈଠକ ଚାଲିଛି। ବିଭିନ୍ନ ବିଭାଗରୁ ବିସ୍ତୃତ କ୍ଷତି ରିପୋର୍ଟ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆସିବାର ଆଶା କରାଯାଉଛି। ଏହାସହ ବନ୍ୟା ପରେ ବନ୍ଧ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟର ବିବରଣୀ ମଧ୍ୟ ଜିଲ୍ଲାଗୁଡ଼ିକୁ ମାଗିଛନ୍ତି ସରକାର।
ଅନ୍ତିମ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ହେଲେ ଅଧିକ ରିଲିଫ ଓ ପୁନର୍ବାସ ସହାୟତା ଘୋଷଣା କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବହନ କରୁଥିବା...
ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିଙ୍କ ଫିଟନେସ୍‌କ...
‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ସାରା ଦେଶ...
ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ଅଗଷ୍ଟ ୧୫ର...
ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧୀ ଆନ୍ଦୋଳନ ମାଧ୍ୟମରେ ଜା...
ଆମେରିକାର କାଲିଫର୍ଣ୍ଣିଆରଟ୍ରମ୍ପ ନ୍ୟାସନାଲ୍ ଗଲ୍ଫ କ୍ଲବ୍ପ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...
ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଲର୍ଡ...
ଏସିଆନ୍ ଗେମ୍ସ କ୍ରିକେଟ୍ରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବ...