ଓଡ଼ିଶାର ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ସାଇନ୍ବୋର୍ଡରେ ଥିବା ସ୍ଥାନ ନାମର ପୁରୁଣା ଇଂରାଜୀ ବନାନ ଏବେ ବଦଳିବ। ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି।
ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେମାନଙ୍କ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଅନ୍ୟ ସରକାରୀ ପ୍ରତିଷ୍ଠାନରେ ସଂଶୋଧିତ ଇଂରାଜୀ ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ କହିଛନ୍ତି।
ପୂର୍ବରୁ ଏନେଇ ସମୟସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କିଛି ସରକାରୀ କାର୍ଯ୍ୟାଳୟରେ ଏବେ ବି ପୁରୁଣା ବନାନ ବ୍ୟବହାର ହେଉଥିବା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ପୁଣିଥରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ସରକାର ପୂର୍ବରୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକୁ ସାଇନ୍ବୋର୍ଡରେ ସଂଶୋଧିତ ବନାନ ବ୍ୟବହାର ପାଇଁ ୧ ମାସ ସମୟ ଦେଇଥିଲେ। ଏହା ସହିତ ଘରୋଇ ଓ ଅଣସରକାରୀ ପ୍ରତିଷ୍ଠାନଗୁଡ଼ିକୁ ପରିବର୍ତ୍ତନ ପାଇଁ ୬ ମାସ ସମୟ ଦିଆଯାଇଥିଲା।
କିନ୍ତୁ କିଛି ସରକାରୀ ପ୍ରତିଷ୍ଠାନରେ ଏବେ ବି ପୁରୁଣା ଇଂରାଜୀ ବନାନ ଥିବା ସାଇନ୍ବୋର୍ଡ ଦେଖିବାକୁ ମିଳିବାରୁ ଜିଲ୍ଲାପାଳମାନଙ୍କୁ ଏହାର ତଦାରଖ ଦାୟିତ୍ୱ ଦିଆଯାଇଛି।
ପୁରୁଣା ବନାନ ଥିବା ସାଇନ୍ବୋର୍ଡଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ବଦଳାଇବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ୭ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେଇ ବିଭାଗକୁ ଅନୁପାଳନ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସାରା ରାଜ୍ୟରେ ସରକାରୀ ସାଇନ୍ବୋର୍ଡରେ ସ୍ଥାନ ନାମର ସଂଶୋଧିତ ଇଂରାଜୀ ବନାନ ଯେପରି ଏକରୂପ ଭାବେ ବ୍ୟବହାର ହୁଏ, ତାହା ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରାୟ ଏକ ଦଶନ୍ଧି ଧରି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକ...
ମାଢ଼ି ରୋଗ ଏବଂ ଆଲ୍ଜାଇମର୍ସ ରୋଗ ମଧ୍ୟରେ କୌଣସି ସମ୍ପର୍କ...
ଆମେରିକାର ମାସାଚୁସେଟ୍ସରେ ନିଜ ୩ ଛୋଟ ସନ୍ତାନଙ୍କ ମୃତ୍ୟୁ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...
କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...