ଓଡ଼ିଶା ସରକାର ମଙ୍ଗଳବାର କେଜିରୁ ପିଜି (KG to PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (SOP) ଜାରି କରିଛନ୍ତି। ଏଥିରେ ଯୋଜନାର ଯୋଗ୍ୟତା, ଫି’ ନିୟମ ଏବଂ ଶିକ୍ଷାନୁଷ୍ଠାନର ଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଆର୍ଥିକ ସମସ୍ୟା କାରଣରୁ ଯେପରି କୌଣସି ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି।
ଏହି ଯୋଜନାରେ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଚାଲୁଥିବା ସମସ୍ତ ନିୟମିତ ଶିକ୍ଷା କୋର୍ସ ସାମିଲ ହେବ। ତେବେ ବୃତ୍ତିଗତ (Professional) କୋର୍ସଗୁଡ଼ିକୁ ଏହି ଯୋଜନାରୁ ବାହାରେ ରଖାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ, ମାଗଣା ଶିକ୍ଷା ଯୋଜନା କାରଣରୁ କଲେଜଗୁଡ଼ିକର ଆର୍ଥିକ କ୍ଷତି ହେବ ନାହିଁ। ସରକାର ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବେ।
ଚଳିତ ଶିକ୍ଷାବର୍ଷ ପାଇଁ ପୁନଃ ନାମଲେଖା ପ୍ରକ୍ରିୟା ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (SAMS) ମାଧ୍ୟମରେ କରାଯିବ। ଯେଉଁ ଛାତ୍ରଛାତ୍ରୀ ପୂର୍ବରୁ ଆଡମିଶନ ଫି’ ଦେଇଛନ୍ତି, ସେମାନଙ୍କୁ ସରକାରୀ ନିୟମ ଅନୁସାରେ ଟଙ୍କା ଫେରସ୍ତ କରାଯିବ।
ଏସ୍ଓପି ଅନୁସାରେ, ମାଗଣା ଶିକ୍ଷାର ସୁବିଧା ଜାରି ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରଖିବାକୁ ପଡ଼ିବ।
ମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ଜାତୀୟ ଶିକ୍ଷା ନୀତି-୨୦୨୦ର ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ସହ ଜଡ଼ିତ। ରାଜ୍ୟରେ ଉଚ୍ଚଶିକ୍ଷାରେ ଭର୍ତ୍ତି ହାର ବୃଦ୍ଧି କରିବାରେ ଏହା ସହାୟକ ହେବ।
ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା...
ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କନ୍ଧପଡ଼ା ଗାଁରେ...
ଆଇପିଏଲ୍ର ଇତିହାସରେ ସବୁଠାରୁ ସଫଳ କୋଚ୍-ଅଧିନାୟକ ଯୋଡ଼ି ଭ...
ଭୁବନେଶ୍ୱରର ଶାସ୍ତ୍ରୀ ନଗରରେ ଘଟିଥିବା ଭୟାବହ ସଡ଼କ ଦୁର୍ଘ...
ଭାରତର ପୂର୍ବତନ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଯୁବ ପ୍ର...
ପୁରୀ ରଥଯାତ୍ରା କେବଳ ରଥ, ପରମ୍ପରା ଓ ଧାର୍ମିକ ଆୟୋଜନ ନୁହ...
୧୯୯୯ ମସିହାର ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦ...
ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ନିରାଶାଜନକ ପ...