ଛାତ୍ରଛାତ୍ରୀଙ୍କୁ ଆର୍ଥିକ କ୍ଷେତ୍ରରେ ଦକ୍ଷ କରିବା ସହ ଉତ୍ତମ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଓଡ଼ିଶା ସରକାର ଏକ ନୂତନ ଶିକ୍ଷାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହି ଯୋଜନାରେ କଲେଜ ଛାତ୍ରଛାତ୍ରୀଙ୍କୁଷ୍ଟକ୍ ମାର୍କେଟ୍, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କିଂ, ବୀମା ଓ ଆର୍ଥିକ କାରବାରସମ୍ପର୍କରେ ମାଗଣା ବୃତ୍ତିଗତ ତାଲିମ ଦିଆଯିବ।
ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଆର୍ଥିକ ସେବା କ୍ଷେତ୍ର ପାଇଁ ଦକ୍ଷ ମାନବ ସମ୍ପଦ ପ୍ରସ୍ତୁତ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ବ୍ୟବହାରିକ ଜ୍ଞାନ ସହ ଶିଳ୍ପ ଆଧାରିତ ତାଲିମ ଯୋଗାଇବା।
ଏହି ଯୋଜନାରେବି.କମ୍ (B.Com), ବି.ବି.ଏ (BBA), ବି.ଏମ୍.ଏସ୍ (BMS), ଅର୍ଥନୀତି ଓ ବାଣିଜ୍ୟ ବିଷୟରେ ବି.ଏ (BA), ଏମ୍.ବି.ଏ (MBA) ଏବଂ ଏମ୍.କମ୍ (M.Com)ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ୩୦ ଘଣ୍ଟିଆ ପ୍ରଫେସନାଲ ସାର୍ଟିଫିକେଟ୍ କୋର୍ସକରାଯିବ।
କେବଳ ଶ୍ରେଣୀଗୃହ ଶିକ୍ଷା ନୁହେଁ, ଛାତ୍ରଛାତ୍ରୀଙ୍କୁନ୍ୟାସନାଲ ଇନଷ୍ଟିଟ୍ୟୁଟ୍ ଅଫ୍ ସିକ୍ୟୁରିଟିଜ୍ ମାର୍କେଟ୍ (NISM)ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ। ଏହି ସାର୍ଟିଫିକେସନ୍ ଆର୍ଥିକ ବଜାର ଓ ସିକ୍ୟୁରିଟିଜ୍ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ।
ଏହି ତାଲିମ ମାଧ୍ୟମରେ ଛାତ୍ରଛାତ୍ରୀମାନେଷ୍ଟକ୍ ମାର୍କେଟ୍, ବିନିଯୋଗ, ମ୍ୟୁଚୁଆଲ ଫଣ୍ଡ, ବିପଦ ପରିଚାଳନା (Risk Management), ବ୍ୟାଙ୍କିଂ ଓ ବୀମା କ୍ଷେତ୍ରସମ୍ପର୍କରେ ବ୍ୟବହାରିକ ଜ୍ଞାନ ଲାଭ କରିବେ, ଯାହା ସେମାନଙ୍କ ଚାକିରି ସୁଯୋଗକୁ ଆହୁରି ବଢ଼ାଇବ।
ପ୍ରଥମ ପର୍ଯ୍ୟାୟରେଭୁବନେଶ୍ୱର, ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁରସମେତ ପ୍ରମୁଖ ସହରଗୁଡ଼ିକର ୧୦୦ କିଲୋମିଟର ପରିସର ମଧ୍ୟରେ ଥିବା୯୭ଟି କଲେଜ ଓ ବିଶ୍ୱବିଦ୍ୟାଳୟରେଏହି ଯୋଜନା କାର୍ଯ୍ୟକାରୀ କରାଯିବ।
ଉଡ଼ାଣ ସମୟରେ ବିମାନ ଭିତରେ ହଠାତ୍ ଏକ ରହସ୍ୟମୟ ଦୁର୍ଗନ୍ଧ...
ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆୟୋଜିତ &l...
ପଶ୍ଚିମ ଏସିଆରେ ଯୁଦ୍ଧ ଓ କୂଟନୈତିକ ଟଣାଓଟରା ମଧ୍ୟରେ ପରିସ...
ଗାଜା ଯୁଦ୍ଧକୁ ନେଇ ଇସ୍ରାଏଲ ସରକାରଙ୍କ ନୀତିର ସମାଲୋଚନା କ...
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ଭୟାବହ...
ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ବଳଦେବ ଥାନା ଅନ୍ତର୍ଗତ ଛୌ...
ଜୁଲାଇ ୨୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଏବଂ ଏହାର ଆଖପାଖ...
ଶସ୍ତାରେ ବିଦେଶ ଭ୍ରମଣ କରିବାର ସ୍ୱପ୍ନ ତିନି ଜଣ ଭାରତୀୟ ପ...