ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏବେ ବି ମଧ୍ୟମ ଧରଣର ବନ୍ୟା ସ୍ଥିତି ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀ ନିଜ ନିଜ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ବର୍ଷାର ପରିମାଣ କମିଥିବାରୁ ଆଗାମୀ ଦିନରେ ଜଳସ୍ତର ଧୀରେ ଧୀରେ କମିବାର ଆଶା ରହିଛି। ତେବେ ପ୍ରଭାବିତ ଅଞ୍ଚଳରୁ ବନ୍ୟାଜଳ ସମ୍ପୂର୍ଣ୍ଣ ହଟିବାକୁ ଆହୁରି ପ୍ରାୟ ୪ ଦିନ ସମୟ ଲାଗିପାରେ।
ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ (EIC) ଦିଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ବୈତରଣୀ ନଦୀର ସ୍ଥିତି ବିଶେଷ ଭାବେ ଗମ୍ଭୀର ରହିଛି। ବନ୍ୟାଜଳ କମିବାକୁ ପ୍ରାୟ ୪ ଦିନ ଲାଗିପାରେ।
ଅନ୍ୟପଟେ ବ୍ରାହ୍ମଣୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ତେବେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବର୍ଷା କମିବାରୁ ନଦୀଜଳସ୍ତରରେ ଧୀରେ ଧୀରେ ହ୍ରାସ ଦେଖାଯାଉଛି।
ଯାଜପୁର ଜିଲ୍ଲାରେ ସୃଷ୍ଟି ହୋଇଥିବା ଦୁଇଟି ଘାଇର ମରାମତି କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ସ୍ଥାନଗୁଡ଼ିକରେ ଅଧିକାରୀମାନେ ନଜର ରଖିବା ସହ ବନ୍ୟାଜଳର ପ୍ରବାହ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଉଛନ୍ତି।
ବର୍ତ୍ତମାନ ବର୍ଷା କମିଥିବାରୁ ସ୍ଥିତିରେ ସୁଧାର ଆଶା କରାଯାଉଛି। ତେବେ ଆଗାମୀ କିଛି ଦିନର ପାଣିପାଗ ଉପରେ ସମଗ୍ର ସ୍ଥିତି ନିର୍ଭର କରୁଛି। ପୁଣି ପ୍ରବଳ ବର୍ଷା ହେଲେ ବନ୍ୟା ସ୍ଥିତି ଅଧିକ ଗମ୍ଭୀର ହୋଇପାରେ।
ଏପଟେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ। ଏହି ଦୁଇ ନଦୀର ଜଳସ୍ତର ନିୟନ୍ତ୍ରଣ ମଧ୍ୟରେ ରହିଥିବା ଅଧିକାରୀମାନେ କହିଛନ୍ତି।
EICଙ୍କ ସୂଚନା ଅନୁସାରେ, ପ୍ରଭାବିତ ନଦୀଗୁଡ଼ିକର ଜଳସ୍ତର ଆଜି ରାତି ପର୍ଯ୍ୟନ୍ତ ବଢ଼ିପାରେ, ଏହା ପରେ ଜଳସ୍ତର ହ୍ରାସ ପାଇବାର ଆଶା ରହିଛି।
ପଡ଼ୋଶୀ ଝାଡ଼ଖଣ୍ଡରେ ହେଉଥିବା ବର୍ଷା ଉପରେ ମଧ୍ୟ ନଜର ରଖାଯାଉଛି। କାରଣ ଝାଡ଼ଖଣ୍ଡର ବର୍ଷା ଓଡ଼ିଶାର ନଦୀଗୁଡ଼ିକୁ ଜଳ ପ୍ରବେଶକୁ ପ୍ରଭାବିତ କରିପାରେ।
ବର୍ତ୍ତମାନ ଚାନ୍ଦିଲି ଡ୍ୟାମ୍କୁ ପ୍ରାୟ ୧,୫୦୦ କ୍ୟୁସେକ୍ ବନ୍ୟାଜଳ ପ୍ରବେଶ କରୁଛି। ଏହି ପ୍ରବାହ ପ୍ରାୟ ୬,୦୦୦ କ୍ୟୁସେକ୍ରେ ପହଞ୍ଚିଲେ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଜଳ ସମ୍ପଦ ବିଭାଗର EIC କହିଛନ୍ତି ଯେ ହୀରାକୁଦ ଓ ରେଙ୍ଗାଲି ଭଳି ଡ୍ୟାମ୍ ଥିବାରୁ ସେଠାରେ ବନ୍ୟା ପରିଚାଳନା କରିବା ସମ୍ଭବ। କିନ୍ତୁ ବୈତରଣୀ ନଦୀରେ କୌଣସି ଡ୍ୟାମ୍ ନଥିବାରୁ ଏହାର ବନ୍ୟାଜଳକୁ ନିୟନ୍ତ୍ରଣ କରିବାର ସୁଯୋଗ ସୀମିତ।
ଆକୁଆପଦାରେ ଗତ ମାସ ୨୭ ତାରିଖରେ ଜଳସ୍ତର ୨୦.୫ ମିଟରରେ ପହଞ୍ଚିଥିଲା, ଯେଉଁଠାରେ ବିପଦ ସଙ୍କେତ ୧୭.୮୩ ମିଟର। ଆଜି ରାତି ସୁଦ୍ଧା ଜଳସ୍ତର ପ୍ରାୟ ୧୯.୩ ମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶା କରାଯାଉଛି।
ପୁନଃପୁନଃ ଲଘୁଚାପ ସୃଷ୍ଟି ହେବାରୁ ଉତ୍ତର ଓଡ଼ିଶାରେ ବାରମ୍ବାର ବନ୍ୟା ପରିସ୍ଥିତି ଦେଖାଦେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ପରିସ୍ଥିତି ଉପରେ ଜଳ ସମ୍ପଦ ବିଭାଗ ନିରନ୍ତର ନଜର ରଖିଥିବା ବେଳେ ବନ୍ୟାପ୍ରବଣ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ...
ଭାରତରେ ରହୁଥିବା କିଛି ବର୍ଗର ବିଦେଶୀ ନାଗରିକଙ୍କୁ ବଡ଼ ଆଶ...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଇସ୍ରାଏଲ୍‌ର ରାଜନୀତିରେ ବଡ଼ ହଲଚଲ୍। ଦୀର୍ଘଦିନ ଧରି...