ରାଜ୍ୟରେ ଜାରି ରହିଥିବା ପ୍ରବଳ ଖରା ଓ ଅସହ୍ୟ ଗୁଳୁଗୁଳି ପାଗ ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ଜିଲ୍ଲାରେ ଗ୍ରୀଷ୍ମ ଛୁଟିକୁ ଆହୁରି ଦୁଇ ଦିନ ବଢ଼ାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ ବ୍ୟବସ୍ଥା ଲାଗୁ କରାଯାଇଛି।
ସରକାରୀ ବିଜ୍ଞପ୍ତି ଅନୁସାରେ, ପୁରୀ ଜିଲ୍ଲାରେ ପୂର୍ବରୁ ଜୁନ୍ ୨୦ ପର୍ଯ୍ୟନ୍ତ ଘୋଷିତ ହୋଇଥିବା ଗ୍ରୀଷ୍ମ ଛୁଟିକୁ ବର୍ତ୍ତମାନ ଜୁନ୍ ୨୨ ପର୍ଯ୍ୟନ୍ତ ବଢ଼ାଯାଇଛି। ବଢ଼ୁଥିବା ତାପମାତ୍ରା ଓ ଅସୁବିଧାଜନକ ପାଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଅନ୍ୟପଟେ, ଖୋର୍ଦ୍ଧା ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପରିଚାଳିତ ବିଦ୍ୟାଳୟକୁ ସକାଳୁଆ କ୍ଲାସ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ।
ନିର୍ଦ୍ଦେଶ ଅନୁଯାୟୀ, ଜୁନ୍ ୧୯ରୁ ଜୁନ୍ ୨୫ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୬ଟା ୩୦ ମିନିଟ୍ରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ କ୍ଲାସ ଚାଲିବ।
ସ୍କୁଲ କର୍ତ୍ତୃପକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ORS, ପ୍ରଥମିକ ଚିକିତ୍ସା ସୁବିଧା, ଯଥେଷ୍ଟ ବାୟୁ ଚଳାଚଳ ବ୍ୟବସ୍ଥା ଓ ସାମଗ୍ରିକ ସୁରକ୍ଷା ନିଶ୍ଚିତ କରିବାକୁ କୁହାଯାଇଛି।
ଏହାସହ ମଧ୍ୟାହ୍ନ ଭୋଜନ (Mid-Day Meal) ଏବଂ PM POSHAN କାର୍ଯ୍ୟକ୍ରମ ପୂର୍ବବତ୍ ଚାଲିବ ବୋଲି ସ୍ପଷ୍ଟ କରାଯାଇଛି। ମୁଖ୍ୟଶିକ୍ଷକ, ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ପାଗ ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।
ପ୍ରଶାସନ କହିଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଶିକ୍ଷାଦାନ କାର୍ଯ୍ୟ ନିରବଚ୍ଛିନ୍ନ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ କରାଗଲେ ନିୟମ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
ନାଇଜେରିଆ ସେନା ଭାରତରେ ସ୍ୱତନ୍ତ୍ର ଜଙ୍ଗଲ ଓ ପାହାଡ଼ି ଯୁଦ...
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...