ଓଡ଼ିଶାରେ ନିଖୋଜ ହୋଇଥିବା ଦୁଇଟି ତଦନ୍ତ କମିଶନ ରିପୋର୍ଟ ମାମଲାର ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ଠାରୁ ଆବଶ୍ୟକ ତଥ୍ୟ ପାଇନଥିବା ସୂଚନା ମିଳିଛି।
ତଦନ୍ତକାରୀ ସଂସ୍ଥା ନିଖୋଜ ଫାଇଲ୍ ସମ୍ପର୍କିତ ତଥ୍ୟ ଜାଣିବା ପାଇଁ CMO, ଗୃହ ବିଭାଗ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ଦଲିଲ ଓ ସୂଚନା ମାଗିଥିଲା।
କିନ୍ତୁ ସୂତ୍ର ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ତଥ୍ୟ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଇନାହିଁ। ଯଦି ଆବଶ୍ୟକ ତଥ୍ୟ ଶୀଘ୍ର ମିଳିନଥାଏ, ତେବେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପୁଣିଥରେ ନୋଟିସ୍ ଜାରି କରାଯାଇପାରେ।
ଏହି ମାମଲାର ଏକ ଅଂଶ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତୀ ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ତଦନ୍ତ କମିଶନ ରିପୋର୍ଟ ନିଖୋଜ ହେବା। ଘଟଣା ସାମ୍ନାକୁ ଆସିବା ପରେ ଗୃହ ବିଭାଗ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲା।
ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏହି ତଦନ୍ତର ଦାୟିତ୍ୱ ନେଇଥିଲା। ନିଖୋଜ ଦଲିଲଗୁଡ଼ିକର ସନ୍ଧାନ ଏବଂ ସେଗୁଡ଼ିକ କିପରି ଅଦୃଶ୍ୟ ହେଲା ତାହାର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।
ଅଗଷ୍ଟ ୪ ତାରିଖରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଥିଲେ ଯେ, ଏହି ମାମଲାରେ ବୈଜ୍ଞାନିକ ଓ ଟେକ୍ନିକାଲ ପଦ୍ଧତିରେ ତଦନ୍ତ ଚାଲିଛି। ଆଗାମୀ ଦିନରେ ଆହୁରି ଅନେକଙ୍କୁ ପଚରାଉଚରା କରାଯିବ।
ସେ ଆହୁରି କହିଥିଲେ ଯେ, ତଦନ୍ତ ଏବେ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ପ୍ରମାଣ ଆଧାରରେ କିଏ ସାକ୍ଷୀ, କିଏ ସନ୍ଦିଗ୍ଧ କିମ୍ବା ଅଭିଯୁକ୍ତ ହେବେ ତାହା ନିର୍ଣ୍ଣୟ କରାଯିବ। ତେଣୁ ତଦନ୍ତ ସରିବା ପୂର୍ବରୁ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ନୁହେଁ।
ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
SMA ଔଷଧକୁ ନେଇ କେରଳରେ ଚର୍ଚ୍ଚା ଓ ବିବାଦ ମଧ୍ୟରେ ସ୍ୱାସ୍...
ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ବଲିଉଡ୍ ଅଭିନ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...