ଓଡ଼ିଶାର SCERT ପକ୍ଷରୁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶନିବାର ସେ ଏହି ଘଟଣାର ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହିତ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (SCERT)କୁ କ୍ରାଇମବ୍ରାଞ୍ଚ ପୁଲିସ ଅଧୀକ୍ଷକ (SP)ଙ୍କ ନିକଟରେ ଆନୁଷ୍ଠାନିକ ଭାବେ ମାମଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରାୟ ୨,୦୦୦ରୁ ଅଧିକ ଭାଷାଗତ ଓ ତଥ୍ୟଗତ ତ୍ରୁଟି ଚିହ୍ନଟ ହେବା ପରେ ଏହାକୁ ନେଇ ବ୍ୟାପକ ସମାଲୋଚନା ହୋଇଥିଲା। ଏହା ପୂର୍ବରୁ ଉନ୍ନୟନ କମିଶନରଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।
ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଆଉ ତିନିଜଣଙ୍କୁ ନିଲମ୍ବନ କରାଯାଇଛି। ଏହା ସହ SCERTର ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ରାଜ୍ୟ ସରକାର ଏହି ଛାପା ତ୍ରୁଟି ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ, ତାହାର ମଧ୍ୟ ତଦନ୍ତ କରୁଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତ୍ରୁଟି ସରକାରଙ୍କୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିଲେ।
କ୍ରାଇମବ୍ରାଞ୍ଚ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଯାଞ୍ଚ କରି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହାର ତଦନ୍ତ କରିବ।
‘India’s biggest rebel soldier’...
ଭାରତରେ ବ୍ୟବସାୟ ଓ ନିବେଶର ସୁଯୋଗ ଖୋଜୁଛନ୍ତି ଜର୍ମାନ କମ୍...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଭାରତର ପ୍ରମୁଖ IT କମ୍ପାନୀ Infosysର ଶେୟରକୁ ନେଇ ନିବେଶକ...
୧୦ ଜିଲ୍ଲାକୁ Yellow Warning ଅକ୍ଟୋବର ୨୬ ଓ ୨୭ ପାଇଁ...
ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...