ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ବଡ଼ ରିଲିଫ୍ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ପ୍ରାଥମିକ ସହାୟତା ଭାବେ୧୧୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ଘୋଷଣା କରାଯାଇଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିବା ସହ ପ୍ରଭାବିତ ପରିବାରଙ୍କ ନିକଟରେ ଯେପରି ଶୀଘ୍ର ସହାୟତା ପହଞ୍ଚେ, ସେଥିପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସାମ୍ପ୍ରତିକ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଅନେକଙ୍କ ଘର ନଷ୍ଟ ହୋଇଥିବା ବେଳେ ବହୁ ଚାଷଜମି ଜଳମଗ୍ନ ହୋଇଛି। ଏହାସହ ଜୀବିକା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ସରକାରଙ୍କ ପକ୍ଷରୁ ଘୋଷିତ ୧୧୦ କୋଟି ଟଙ୍କାର ପ୍ରାଥମିକ ରିଲିଫ୍ ପ୍ୟାକେଜ୍ରେ ବନ୍ୟା ଯୋଗୁଁ ହୋଇଥିବା ବିଭିନ୍ନ କ୍ଷତିକୁ ସାମିଲ କରାଯାଇଛି। ଏଥିରେ—
ଆଦିଙ୍କୁ ନିୟମ ଅନୁସାରେ ଆର୍ଥିକ ସହାୟତା ମିଳିବ।
ବନ୍ୟା କ୍ଷୟକ୍ଷତିର ଆକଳନ ଜାରି ରହିଥିବାରୁ ଜିଲ୍ଲା ପ୍ରଶାସନଗୁଡ଼ିକୁ ରିଲିଫ୍ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କୁହାଯାଇଛି। ଯୋଗ୍ୟ ହିତାଧିକାରୀମାନେ ଯେପରି ତୁରନ୍ତ ସହାୟତା ପାଇପାରିବେ, ତାହା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି ଯେ ବନ୍ୟା ଜରୁରୀକାଳୀନ ପରିସ୍ଥିତି ସମୟରେରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ପୂର୍ବରୁ ୨୬ କୋଟି ଟଙ୍କାଜାରି କରାଯାଇଥିଲା। ଏହି ଅର୍ଥ ତୁରନ୍ତ ରିଲିଫ୍ ପ୍ରଦାନ, ଉଦ୍ଧାର କାର୍ଯ୍ୟ ଏବଂ ବନ୍ୟା ଯୋଗୁଁ ବିସ୍ଥାପିତ ଲୋକଙ୍କୁ ସହାୟତା ଯୋଗାଇବାରେ ବ୍ୟବହାର କରାଯାଇଛି।
ତେବେ୧୧୦ କୋଟି ଟଙ୍କାର ପ୍ୟାକେଜ୍ ଚୂଡ଼ାନ୍ତ କ୍ଷତିପୂରଣ ନୁହେଁ, ବରଂ ପ୍ରାଥମିକ ସହାୟତାବୋଲି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।
ବର୍ତ୍ତମାନ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିସ୍ତୃତ ସର୍ଭେ ଓ ଆକଳନ ଚାଲିଛି। ଚୂଡ଼ାନ୍ତ ସର୍ଭେ ଶେଷ ହେବା ପରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ କ୍ଷତିର ପରିମାଣ ଅନୁସାରେଅତିରିକ୍ତ ଆର୍ଥିକ ସହାୟତାଯୋଗାଇ ଦିଆଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି।
ରିଆଲିଟି ଶୋ’ରୁ ଲୋକପ୍ରିୟତା ହାସଲ କରିଥିବା ଏଲଭିଶ...
ଭୁବନେଶ୍ୱର: ବନ୍ୟା ପରିସ୍ଥିତିକୁ ନେଇ ଚାଉଳ ବଣ୍ଟନରେ କୌଣସ...
ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ରିଆଲିଟି ଶୋ&r...
ନୂଆଦିଲ୍ଲୀ: ୨୦୨୦ ମସିହାରେ ଘଟିଥିବା ଦିଲ୍ଲୀ ସାମ୍ପ୍ରଦାୟି...
ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷି...
ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ‘ଲଭ୍ ଆଣ୍ଡ ୱାର୍&r...
ଚେନ୍ନାଇ: ତାମିଲନାଡୁର ଶାସକ ଦଳ DMK କଂଗ୍ରେସ ବିରୋଧରେ ଗୁ...
ସଂସଦରେPublic Examinations (Amendment) Bill, 2026ପା...