ଅନୁଗୁଳ:ଦାରିଦ୍ର୍ୟ ତାଙ୍କ ସ୍ୱପ୍ନକୁ ହରାଇ ପାରିନାହିଁ।ଆର୍ଥିକ ଅନଟନ ଭିତରେ ବି ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନ ନେଇ ଆଗକୁ ବଢ଼ୁଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଭାବାନ ଆଥଲେଟ୍ ଦୁଷ୍ମନ୍ତ ପ୍ରଧାନ।
ଗତ ଦୁଇ ବର୍ଷ ଧରି ରାଜ୍ୟସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତାର୧୦ କିଲୋମିଟର ରେସ୍ ୱାକିଂରେ ଦୁଷ୍ମନ୍ତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ସଫଳତା ରାଜ୍ୟ ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଆର୍ଥିକ ଅଭାବ ଏବେ ତାଙ୍କ କ୍ରୀଡ଼ା ଜୀବନ ପାଇଁ ବଡ଼ ବାଧା ହୋଇଛି।
ପରିବାରର ଦାୟିତ୍ୱ ନିଜ କାନ୍ଧରେ ଥିବାରୁ ଦୁଷ୍ମନ୍ତ ପ୍ରତିଦିନ ଏକବାଇକ୍ ଗ୍ୟାରେଜରେ କାମକରୁଛନ୍ତି। ହାତରେ ରେଞ୍ଚ ଓ ଅନ୍ୟାନ୍ୟ ଯନ୍ତ୍ର ଧରି ସେ ଦିନକୁ ପ୍ରାୟ୧୦୦ରୁ ୧୫୦ ଟଙ୍କାରୋଜଗାର କରୁଛନ୍ତି।
ଦୁଷ୍ମନ୍ତଙ୍କ ସଂଘର୍ଷ ଛୋଟବେଳୁ ଆରମ୍ଭ ହୋଇଥିଲା। ମାତ୍ର ୫ ବର୍ଷ ବୟସରେ ସେ ବାପାଙ୍କୁ ହରାଇଥିଲେ। ଏହାପରେ ତାଙ୍କ ମା’ ଦିନମଜୁରି କରି ତାଙ୍କୁ ବଡ଼ କରିଛନ୍ତି। ବୟସ ବଢ଼ିବା ସହ ତାଙ୍କ ମା’ଙ୍କ ପାଇଁ ଶାରୀରିକ ଶ୍ରମ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।
ପରିବାରକୁ ସରକାରଙ୍କ ପକ୍ଷରୁ ମାସକୁ୧୦ କିଲୋ ଚାଉଳ ଓ ୫୦୦ ଟଙ୍କାର ସହାୟତା ମିଳୁଛି। କିନ୍ତୁ ଏହା ପରିବାରର ମୌଳିକ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ।
ଆର୍ଥିକ ଅଭାବ ତାଙ୍କୁ ଅଟକାଇ ପାରିନାହିଁ। ଦୁଷ୍ମନ୍ତ ସକାଳୁ କିଛି ସମୟ ବ୍ୟାୟାମ ଓ ଅଭ୍ୟାସ କରିବା ପରେ ଗ୍ୟାରେଜକୁ କାମ କରିବାକୁ ଯାଆନ୍ତି। କାମ ସାରି ଘରକୁ ଫେରିବା ପରେ ପାଠପଢ଼ା ପାଇଁ ସମୟ ଦିଅନ୍ତି।
ତାଙ୍କ ପ୍ରତିଭା ଓ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରଶିକ୍ଷକ ନୀଳମଣି ଦାସ ମଧ୍ୟ ଚିହ୍ନଟ କରିଛନ୍ତି। ଦୁଷ୍ମନ୍ତଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଦେଖି ସେ ତାଙ୍କୁ ନିୟମିତ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦେଉଛନ୍ତି।
ତେବେ ପ୍ରତିଯୋଗିତାମୂଳକ ଆଥଲେଟିକ୍ସ ପାଇଁ ଆବଶ୍ୟକପୁଷ୍ଟିକର ଖାଦ୍ୟ, ଉନ୍ନତ ପ୍ରଶିକ୍ଷଣ ସୁବିଧା ଓ ଆର୍ଥିକ ସହାୟତାର ଅଭାବ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।
ରାଜ୍ୟସ୍ତରରେ ନିଜ ପ୍ରତିଭାର ପ୍ରମାଣ ଦେଇସାରିଥିବା ଦୁଷ୍ମନ୍ତଙ୍କ ଏବେ ଆବଶ୍ୟକଉପଯୁକ୍ତ ସହାୟତା ଓ ସୁଯୋଗ। ଯାହାଦ୍ୱାରା ଗ୍ୟାରେଜରେ କାମ କରୁଥିବା ଏହି ଯୁବ ଆଥଲେଟ୍ ଦିନେ ଦେଶ ପାଇଁ ପଦକ ଜିତିବାର ସ୍ୱପ୍ନକୁ ସାକାର କରିପାରିବେ
ଏସେଲ୍ ଗ୍ରୁପ୍‌ର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ରିଲାଏନ୍ସ...
ପୂର୍ବତନ ଭାରତୀୟ କ୍ରିକେଟର ଓ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଝିଅ...
ୟୁକ୍ରେନ୍ର କିଭ୍ ଅଞ୍ଚଳର ବୁଚା ଜିଲ୍ଲାର ମାଇଲା ଗାଁରେ ଶୁକ...
ଏକ ସମୟ ଥିଲା, ଜନ୍ମଦିନ କିମ୍ବା ବାର୍ଷିକୀରେ ଏକ ସୁନ୍ଦର ଆ...
ଜୁରିଖ ଡାଏମଣ୍ଡ ଲିଗ୍‌ରେ ପୁଣିଥରେ ଚମକିଛନ୍ତି ସ୍ୱିଡ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
କୋଭିଡ୍ ମହାମାରୀ ସମୟରେ Moderna ଏକ ଛୋଟ ବାୟୋଟେକ୍ କମ୍ପା...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଭାରତୀୟ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ପରେ ଏବେ ରୋହି...
ଭାରତୀୟ ବଜାରରେ ମିଳୁଥିବା ଅନେକ ପ୍ରସିଦ୍ଧ ଗ୍ଲୋବାଲ୍ ବ୍ରା...
ମୁକେଶ ଅମ୍ବାନୀଙ୍କ Reliance Industriesର ଡିଜିଟାଲ୍ ସେବ...