ମଧ୍ୟପ୍ରାଚ୍ୟରେ ଚାଲିଥିବା କୂଟନୀତିକ ତତ୍ପରତା ମଧ୍ୟରେ ନ୍ୟୁୟର୍କ ଟାଇମ୍ସର ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ ଦାବି କରାଯାଇଛି ଯେ, ଆମେରିକା ଗତ ଏପ୍ରିଲ ମାସରେ ଇରାନକୁ ସତର୍କ କରିଥିଲା ଯେ ଇସ୍ରାଏଲ, ଇରାନର ବିଦେଶମନ୍ତ୍ରୀ ଆବାସ ଆରାଘଚି ଏବଂ ସଂସଦୀୟ ବାଚସ୍ପତି ମହମ୍ମଦ ବଘେର୍ ଗାଲିବାଫଙ୍କୁ ଟାର୍ଗେଟ କରିପାରେ।
ରିପୋର୍ଟ ଅନୁସାରେ, ସେହି ସମୟରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ଚାଲିଥିଲା। କିଛି ଆମେରିକୀୟ ଅଧିକାରୀଙ୍କ ଆକଳନ ଥିଲା ଯେ, ଇସ୍ରାଏଲ ଏହି ଆଲୋଚନାରେ ସାମିଲ ଥିବା ଇରାନୀ ନେତାମାନଙ୍କୁ 'ବୈଧ ସାମରିକ ଲକ୍ଷ୍ୟ' ଭାବେ ଦେଖିପାରେ।
ରିପୋର୍ଟରେ କୁହାଯାଇଛି ଯେ, ଏପ୍ରିଲ ୮ର ଅସ୍ତ୍ରବିରତି ପରେ ସପ୍ତାହକ ମଧ୍ୟରେ ଆରାଘଚି ଓ ଗାଲିବାଫଙ୍କୁ ଟାର୍ଗେଟ କରାଯାଇପାରେ ବୋଲି ୱାସିଂଟନରେ ଆଶଙ୍କା ପ୍ରକାଶ ପାଇଥିଲା। ଏହା ପରେ ଆମେରିକା ତେହେରାନକୁ ସମ୍ଭାବ୍ୟ ବିପଦ ସମ୍ପର୍କରେ ସୂଚନା ଦେଇଥିବା ଦାବି କରାଯାଇଛି।
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପାକିସ୍ତାନର ଇସଲାମାବାଦରୁ ତେହେରାନ ଫେରୁଥିବା ବେଳେ ଗାଲିବାଫଙ୍କ ବିମାନକୁ ଟାର୍ଗେଟ କରାଯାଇପାରେ ବୋଲି ଆମେରିକା ଇରାନକୁ ସୂଚନା ଦେଇଥିଲା। ଏହା ପରେ ଇରାନୀ କର୍ତ୍ତୃପକ୍ଷ ତାଙ୍କ ବିମାନର ରୁଟ୍ ପରିବର୍ତ୍ତନ କରି ଉତ୍ତର ଇରାନର ଏକ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିବା ଦାବି ହୋଇଛି।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଇରାନକୁ ନେଇ ନୀତିଗତ ମତଭେଦ ଆହୁରି ସ୍ପଷ୍ଟ ହୋଇଥିଲା। ୱାସିଂଟନ ଓ ତେହେରାନ ମଧ୍ୟରେ ହୋଇଥିବା ଆଲୋଚନାକୁ ଇସ୍ରାଏଲ ସମର୍ଥନ କରୁନଥିବା ବେଳେ ଆମେରିକା ଶାନ୍ତି ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଚାହୁଁଥିଲା।
ଏହା ସହ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିବା କଥିତ ଫୋନ୍ ବାର୍ତ୍ତାଳାପରେ ମଧ୍ୟ ମତଭେଦ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ବିଶ୍ୱର ପ୍ରମୁଖ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ Binanceରେ...
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
ଦୀପାବଳି ସଫାସୁତୁରା କେବଳ ଘରେ ନୁହେଁ, ଆର୍ଥିକ ଜୀବନରେ ବି...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ଦୁର୍ବଳ ହେଲା ବାତ୍ୟା ମୁରାସୁ, ଓଡ଼ିଶାରେ ଆହୁରି ୨ ଦିନ ବର...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଓଡ଼ିଶା ଏବେ...
ଆଦିବାସୀ ସମ୍ପ୍ରଦାୟର ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ଜମ...