ଦିଲ୍ଲୀ ସମେତ ନୋଏଡା ସହରରେ ଗୁରୁବାର ସକାଳୁ ଭୟଙ୍କର ଟ୍ରାଫିକ୍ ଜାମ୍ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନୋଏଡା ଏକ୍ସପ୍ରେସୱେ, ଚିଲ୍ଲା ବର୍ଡର, ସେକ୍ଟର-୩୭ ସମେତ ଅନେକ ପ୍ରମୁଖ ରୁଟ୍ରେ ଶହ ଶହ ଗାଡ଼ି ଅଟକି ରହିଥିବାରୁ ଯାତାୟାତ ଧୀମା ହୋଇପଡ଼ିଛି।
ଏହି ଟ୍ରାଫିକ୍ ସମସ୍ୟା ପଛରେ ମୁଖ୍ୟତଃ ତିନୋଟି କାରଣ ଥିବା ଜଣାପଡ଼ିଛି।
ପ୍ରଥମତଃ, ଗ୍ରେଟର ନୋଏଡାରେ ଚାଲିଥିବା ୟୁପି ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ଶୋ’ ପାଇଁ ସେପ୍ଟେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରାଫିକ୍ ଡାଇଭର୍ସନ ଲାଗୁ ହୋଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭାରୀ ଓ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଥିବାରୁ ଅନ୍ୟ ରୁଟ୍ରେ ଗାଡ଼ି ସଂଖ୍ୟା ବଢ଼ିଛି।
ଦ୍ୱିତୀୟତଃ, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲରାଜ ମିଶ୍ରଙ୍କ ପତ୍ନୀଙ୍କ ନିଧନ ପରେ ସେକ୍ଟର-୫୧ ସ୍ଥିତ ବାସଭବନକୁ ନେତା ଓ ଅଧିକାରୀଙ୍କ ଯାଆସ ଲାଗି ରହିଥିଲା। ସୁରକ୍ଷା ବ୍ୟବସ୍ଥା କାରଣରୁ ସେକ୍ଟର-୩୭ ଓ ଏଲିଭେଟେଡ୍ ରୋଡ୍ରେ କିଛି ସମୟ ପାଇଁ ଯାନ ଚଳାଚଳ ବନ୍ଦ ରଖାଯାଇଥିବାରୁ ଟ୍ରାଫିକ୍ ଚାପ ବଢ଼ିଥିଲା।
ତୃତୀୟତଃ, ଯମୁନା ଏକ୍ସପ୍ରେସୱେ ନିକଟରେ ଘଟିଥିବା ବସ୍ ଅଗ୍ନିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ପରେ ସେକ୍ଟର-୯୪ସ୍ଥିତ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ପ୍ରଶାସନିକ ଅଧିକାରୀ ଓ ଆମ୍ବୁଲାନ୍ସର ଭିଡ଼ ଲାଗିଥିଲା। ଏହାର ପ୍ରଭାବ ଆଖପାଖ ରାସ୍ତାର ଯାତାୟାତ ଉପରେ ପଡ଼ିଥିଲା।
ଏହି ତିନୋଟି କାରଣରୁ ନୋଏଡାର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଚାପ ବଢ଼ିଥିବା ବେଳେ, ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ଟ୍ରାଫିକ୍ ଆଲର୍ଟ ଓ ବିକଳ୍ପ ରୁଟ୍ ମ୍ୟାପ୍ ଯାଞ୍ଚ କରିବାକୁ ସ୍ଥାନୀୟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ...
ଗୁରୁବାର ଭାରତୀୟ ଶେୟର ବଜାରରେ ବଡ଼ ଧରଣର ସେଲ୍-ଅଫ୍ ଦେଖିବ...
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରୀ ବ...
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ...
ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପବନ ଓ...
ଭାରତୀୟ ଅର୍ଥନୀତିକୁ ନେଇ ବିଶ୍ୱସ୍ତରରେ ନୂଆ ଆକଳନ ସାମ୍ନାକ...
ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାର...
ଓଡ଼ିଶାର ସରକାରୀ ସ୍କୁଲଗୁଡ଼ିକରେ ନୂଆ ପାଠ୍ୟକ୍ରମ ଅନୁଯାୟୀ...
ରୋଷେଇ ତେଲର ବଢ଼ୁଥିବା ଦରକୁ ନିୟନ୍ତ୍ରଣ କରିବା ଏବଂ ଆଗାମୀ...
ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟରେ ଆର୍ଥିକ କ୍ଷେତ୍ରର ଶେୟ...