ଗଭୀର ଅବପାତ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପାଣିପାଗ ବିଗିଡ଼ିଛି। ନାବରଙ୍ଗପୁରରେ ଭାରୀ ବର୍ଷା ସହ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ଆଇଏମ୍ଡି ପକ୍ଷରୁ ନାବରଙ୍ଗପୁର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିଲା।
ପ୍ରବଳ ବର୍ଷା ଯୋଗୁ ନିମ୍ନାଞ୍ଚଳରେ ଜଳବନ୍ଦୀ, ନଦୀ ଓ ନାଳାରେ ଜଳସ୍ତର ବୃଦ୍ଧି, ଫ୍ଲାସ୍ ଫ୍ଲଡ୍ ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ଗଛ ଉପୁଡ଼ିବା ଯୋଗୁ ବିଦ୍ୟୁତ୍ ଓ ଟେଲିକମ୍ ଭିତ୍ତିଭୂମି ମଧ୍ୟ ପ୍ରଭାବିତ ହୋଇପାରେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ନାବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କୁ ସତର୍କ ରହିବା ସହ ଆବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୟରେ ଲୋକଙ୍କୁ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ସତର୍କତା ଅନୁସରଣ କରିବାକୁ କୁହାଯାଇଛି।
‘କଲ୍କି ୨୮୯୮ ଏଡି’ର ସଫଳତା ପରେ ଏହାର ଦ୍ୱିତ...
ଭେଟେରାନ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ୨୦୨୪ ବର୍ଷ ପାଇଁ...
Bigg Boss 20 ଘରେ ନିଜ ବ୍ୟକ୍ତିଗତ ଜୀବନର ଏକ ଅଜଣା ଅଧ୍ୟା...
‘ସ୍ପାଇଡରମ୍ୟାନ୍’ ଭାବେ ବିଶ୍ୱସ୍ତରରେ ପରିଚି...
ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲାରେ ସୁପ୍ରିମ...
ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...