ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବ ବ୍ରହ୍ମପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ବ୍ରହ୍ମପୁରର ଫାଷ୍ଟ ଗେଟ୍ ନିକଟ କାଶୀନଗର ଅଞ୍ଚଳରେ ଭାରୀ ବର୍ଷା ପରେ ରାସ୍ତାଘାଟରେ ପାଣି ଜମିବା ସହ ଅନେକ ଘରେ ବର୍ଷାଜଳ ପଶିଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଳ ନିଷ୍କାସନ ପାଇଁ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରୟାସ ହୋଇଥିଲେ ମଧ୍ୟ ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ନିଷ୍କାସିତ ହୋଇପାରିନଥିଲା। ଫଳରେ ଅସନ୍ତୋଷ ପ୍ରକାଶ କରି ଲୋକେ ଦୁଦୁମା କଲୋନୀ ବସ୍ଷ୍ଟାଣ୍ଡ ନିକଟରେ ରାସ୍ତାକୁ ଓହ୍ଲାଇଥିଲେ।
ପ୍ରତିବାଦ ସମୟରେ ସ୍ଥାନୀୟ ଲୋକେ ବସ୍ ଚଳାଚଳ ମଧ୍ୟ ବନ୍ଦ କରିଥିଲେ। ଫଳରେ କିଛି ସମୟ ପାଇଁ ଏହି ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ପୌର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ।
ପୌର କର୍ମଚାରୀଙ୍କ ଆଲୋଚନା ପରେ ଲୋକେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ ଏବଂ ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଅନ୍ୟପଟେ, ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁରର ଏକାଧିକ ନିମ୍ନାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ରିପୋର୍ଟ ହୋଇଛି।
ପାକିସ୍ତାନର ଘନିଷ୍ଠ ସହଯୋଗୀ ଭାବେ ପରିଚିତ ତୁର୍କୀ ଏବେ ଇନ...
ଭାରତୀୟ ଟେକ୍ ପ୍ରଫେସନାଲ୍ଙ୍କ ପାଇଁ ଏକ ବଡ଼ ଉପଲବ୍ଧି।IIIT...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...
ମଙ୍ଗଳବାରର ହ୍ରାସ ପରେ ବୁଧବାର, ସେପ୍ଟେମ୍ବର ୨୩ରେ ପୁଣି ଗ...
IIT Bombayର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ରବୀନ୍ଦ...
Tata Groupର holding companyTata Sonsକୁ ନେଇ ଚାଲିଥିବ...
IIT ବମ୍ବେର ଦ୍ୱିତୀୟ ବର୍ଷର BTech ଛାତ୍ର ସାହିଲ ୱାକୋଡେଙ...
ମୁମ୍ବାଇରଆଇଆଇଟି ବମ୍ବେରେ ଛାତ୍ର ସାହିଲ ରବୀନ୍ଦ୍ର ୱାକୋଡେ...