ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ ସାଇଡ୍ ମରାକୁ କେନ୍ଦ୍ର କରି ଘଟିଛି ଏକ ମରଣାନ୍ତକ ଆକ୍ରମଣ। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।
ସୂଚନା ଅନୁସାରେ, ପିପିଲିରୁ ଚାରିଛକ ଅଭିମୁଖେ ଏକ କାରରେ ଆସୁଥିବା ୪ ଜଣ ଯୁବକଙ୍କୁ ଅନ୍ୟ ଏକ କାରରେ ଆସିଥିବା କିଛି ଦୁର୍ବୃତ୍ତ ନିମାପଡ଼ା ଜୟଶ୍ରୀ ଛକ ନିକଟରେ ଅଟକାଇ ଆକ୍ରମଣ କରିଥିଲେ। ସାମାନ୍ୟ ସାଇଡ୍ ମରାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦ ପରେ ଦୁର୍ବୃତ୍ତମାନେ ଗାଡ଼ିର କାଚ ଭାଙ୍ଗିବା ସହ ଯୁବକମାନଙ୍କୁ ମାଡ଼ ମାରିଥିଲେ।
ଏହି ଆକ୍ରମଣରେ ଗାଡ଼ି ଚାଳକଙ୍କ ସମେତ ମୋଟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିବାବେଳେ ଘଟଣା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି।
ଘଟଣାକୁ ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ଭଙ୍ଗାରୁଜା ହୋଇଥିବା କାରକୁ ଜବତ କରିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ଆଧାର କରି ପୁଲିସ ତଦନ୍ତ ଚଳାଇଛି ଏବଂ ଫେରାର ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...