ମିଆଁମାରରେ ସିଭିଲିଆନ୍ ବିମାନ ଉପରେ ଡ୍ରୋନ୍‌ ଆକ୍ରମଣ ପଛରେ ଆମେରିକୀୟ ଭାଡ଼ାଟିଆ ଯୋଦ୍ଧା ସମେତ ୭ ବିଦେଶୀ: କୋର୍ଟରେ NIAର ଦାବି

ମିଆଁମାରରେ ଏକ ସିଭିଲିଆନ୍ ବିମାନ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣରେ ଆମେରିକୀୟ ନାଗରିକ ତଥା ଭାଡ଼ାଟିଆ ଯୋଦ୍ଧା ମାଥ୍ୟୁ ଆରନ୍‌ ଭାନ୍‌ଡାଇକ୍‌ଙ୍କ ସମେତ ୭ ଜଣ ବିଦେଶୀ ନାଗରିକଙ୍କ ସମ୍ପୃକ୍ତି ଥିବା ଦିଲ୍ଲୀ କୋର୍ଟରେ ଦାବି କରିଛି NIA। ମାର୍ଚ୍ଚରେ ଗିରଫ ହୋଇଥିବା ଏହି ବିଦେଶୀମାନେ ବର୍ତ୍ତମାନ ତିହାର ଜେଲ୍‌ରେ ଅଛନ୍ତି।
US mercenary Matthew Aaron VanDyke linked to Myanmar drone attack case
US mercenary Matthew Aaron VanDyke linked to Myanmar drone attack case

ମିଆଁମାରରେ ଏକ ସିଭିଲିଆନ୍ ବିମାନ ଉପରେ ଡ୍ରୋନ୍ ଆକ୍ରମଣ ଘଟଣାକୁ ନେଇ ଦିଲ୍ଲୀ କୋର୍ଟରେ ବଡ଼ ଦାବି କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। ଆମେରିକୀୟ ନାଗରିକ ତଥା ଭାଡ଼ାଟିଆ ଯୋଦ୍ଧା ମାଥ୍ୟୁ ଆରନ୍ ଭାନ୍ଡାଇକ୍ଙ୍କ ସମେତ ୭ ଜଣ ବିଦେଶୀ ନାଗରିକ ଏହି ଡ୍ରୋନ୍ ଆକ୍ରମଣରେ ସମ୍ପୃକ୍ତ ଥିବା NIA କୋର୍ଟକୁ କହିଛି।

ଏହି ୭ ଜଣଙ୍କ ମଧ୍ୟରେ ଭାନ୍ଡାଇକ୍ଙ୍କ ସହ ୬ ଜଣ ୟୁକ୍ରେନୀୟ ନାଗରିକ ଅଛନ୍ତି। ମାର୍ଚ୍ଚରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ସମ୍ପର୍କ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ସମସ୍ତେ ତିହାର ଜେଲ୍ରେ ରହୁଛନ୍ତି।

NIA ୟୁକ୍ରେନୀୟ ନାଗରିକ କାମିନସ୍କି ଭିକ୍ଟର ଏବଂ ମାଥ୍ୟୁ ଭାନ୍ଡାଇକ୍ଙ୍କୁ ଜେଲ୍ ଭିତରେ ପଚରାଉଚରା କରିବା ପାଇଁ ଦିଲ୍ଲୀ କୋର୍ଟର ଅନୁମତି ମାଗିଥିଲା। ଅଗଷ୍ଟ ୩୧ରେ କୋର୍ଟ ଏହି ଆବେଦନକୁ ଅନୁମୋଦନ କରିଥିଲେ।

୧୪ ୟୁକ୍ରେନୀୟ ଭାରତ ଆସିଥିବା ଦାବି

NIAର ଆବେଦନ ଅନୁସାରେ, ମିଆଁମାରରେ ଏକ ସିଭିଲିଆନ୍ ବିମାନ ଉପରେ ଡ୍ରୋନ୍ ଆକ୍ରମଣରେ କିଛି ୟୁକ୍ରେନୀୟ ନାଗରିକ ଓ ଜଣେ ଆମେରିକୀୟ ନାଗରିକଙ୍କ ସମ୍ପୃକ୍ତି ଥିବା ନେଇ କେନ୍ଦ୍ର ସରକାରଙ୍କୁ ‘ବିଶ୍ୱସନୀୟ ସୂଚନା’ ମିଳିଥିଲା।

ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ୧୪ ଜଣ ୟୁକ୍ରେନୀୟ ନାଗରିକ ବିଭିନ୍ନ ସମୟରେ ଟୁରିଷ୍ଟ ଭିସାରେ ଭାରତକୁ ଆସିଥିଲେ। ସେମାନେ ବିମାନ ଯୋଗେ ଆସାମର ଗୁଆହାଟୀ ଯାଇଥିଲେ ଏବଂ ସେଠାରୁ ବାଧ୍ୟତାମୂଳକ Restricted Area Permit (RAP) କିମ୍ବା Protected Area Permit (PAP) ବିନା ମିଜୋରାମ ଯାଇଥିବା ଅଭିଯୋଗ ହୋଇଛି।

ପରେ ସେମାନେ ବେଆଇନ ଭାବେ ମିଆଁମାର ପ୍ରବେଶ କରି ଡ୍ରୋନ୍ ଯୁଦ୍ଧ, ଡ୍ରୋନ୍ ଅପରେସନ୍, ଡ୍ରୋନ୍ ଆସେମ୍ବଲି ଓ ଜାମିଂ ଟେକ୍ନୋଲୋଜି ସମ୍ପର୍କିତ ପୂର୍ବ ନିର୍ଦ୍ଧାରିତ ତାଲିମ ନେଇଥିବା NIA ଦାବି କରିଛି।

ଏହି ତାଲିମ ମିଆଁମାରରେ ସକ୍ରିୟ Ethnic Armed Groups (EAGs) ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ଏହି ଗୋଷ୍ଠୀଗୁଡ଼ିକ ଦେଶର ସାମରିକ ଜୁଣ୍ଟା ବିରୋଧରେ ଲଢ଼ୁଥିବା NIA କହିଛି।

ଡିଭାଇସରୁ ମିଳିଥିବା ତଥ୍ୟ ଯାଞ୍ଚ କରୁଛି NIA

ଗିରଫ ଅଭିଯୁକ୍ତଙ୍କଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ ଡିଭାଇସରୁ ମିଳିଥିବା ତଥ୍ୟର ଯାଞ୍ଚ ବେଳେ ଛବି, ଭିଡିଓ ଓ ଭଏସ୍ ସାମ୍ପଲ ଆକାରରେ ‘ଅପରାଧ ସୂଚକ ତଥ୍ୟ’ ମିଳିଥିବା NIA କୋର୍ଟକୁ କହିଛି।

ତଦନ୍ତର ଅଂଶ ଭାବେ ଏହି ତଥ୍ୟକୁ ଗିରଫ ଅଭିଯୁକ୍ତଙ୍କ ସମ୍ମୁଖରେ ରଖି ତାଙ୍କ ବୟାନ ସହ ଏହାର ସମ୍ପର୍କ ଯାଞ୍ଚ ଓ ପୁଷ୍ଟି କରିବା ଆବଶ୍ୟକ ବୋଲି NIA ଦର୍ଶାଇଛି।

NIAର ଆବେଦନକୁ ଅନୁମତି ଦେବା ବେଳେ ଦିଲ୍ଲୀ କୋର୍ଟ କହିଥିଲେ ଯେ ଏପରି ପଚରାଉଚରାକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଇନ କିମ୍ବା ରାୟ ନାହିଁ। ଚାଲୁଥିବା ତଦନ୍ତରେ ସାଧାରଣତଃ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ତେବେ ଅଭିଯୁକ୍ତଙ୍କ ପକ୍ଷର ଓକିଲ NIAର ଏହି ପର୍ଯ୍ୟାୟରେ ପଚରାଉଚରା ଦାବିକୁ ବିରୋଧ କରିଥିଲେ। ଏହି ନିଷ୍ପତ୍ତି ପଛରେ ପର୍ଯ୍ୟାପ୍ତ ଆଇନଗତ କିମ୍ବା ତଥ୍ୟଗତ ଆଧାର ନଥିବା ଡିଫେନ୍ସ ପକ୍ଷରୁ ଦାବି କରାଯାଇଥିଲା।

ମାର୍ଚ୍ଚରେ ୭ ବିଦେଶୀ ଗିରଫ

ମାର୍ଚ୍ଚରେ NIA ତିନୋଟି ସହରର ତିନୋଟି ବିମାନବନ୍ଦରରୁ ୭ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଥିଲା। ଭାନ୍ଡାଇକ୍ଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ବେଳେ ୬ ଜଣ ୟୁକ୍ରେନୀୟଙ୍କ ମଧ୍ୟରୁ ୩ ଜଣଙ୍କୁ ଲକ୍ଷ୍ନୌ ଓ ୩ ଜଣଙ୍କୁ ଦିଲ୍ଲୀରୁ ଧରାଯାଇଥିଲା।

NIAର ଅଭିଯୋଗ ଅନୁସାରେ, ଭାନ୍ଡାଇକ୍ ଓ ୟୁକ୍ରେନୀୟ ନାଗରିକମାନେ EAGs ସହ ଯୋଗାଯୋଗ କରି ତାଲିମ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ। ଏହି EAGsର ଉତ୍ତର-ପୂର୍ବ ଭାରତର ବିଦ୍ରୋହୀ ସଂଗଠନଗୁଡ଼ିକ ସହ ସମ୍ପର୍କ ଥିବା ମଧ୍ୟ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛି।

ଏହା ପୂର୍ବରୁ ଭାନ୍ଡାଇକ୍ ତିହାର ଜେଲ୍ର ଖାଦ୍ୟକୁ ନେଇ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଜେଲ୍ର ଅଧିକ ମସଲାଯୁକ୍ତ ଓ ତେଲିଆ ଖାଦ୍ୟ ଯୋଗୁଁ ଏକ ମାସରୁ ଅଧିକ ସମୟ ଧରି ଖାଇପାରୁନଥିବା ଦାବି କରି ସେ ଜେଲ୍ ଭିତରେ ନିଜେ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ମାଗିଥିଲେ।

LIVE TV
LIVE
Latest News
ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ ଧନୁ-ତୀର ଚଳାଇବା ଢଙ୍ଗରେ ଦୀପାବଳି ଜଶ୍ନ!

ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ଚମତ୍କାର କ୍ୟାଚ୍, ପରେ...

ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବିରାଟ କୋହଲି ପୁଣି...

କର୍କଟ ଔଷଧ ଦାମରେ ବଡ଼ ହ୍ରାସ! ୧୩୭ ପ୍ରକାର ଔଷଧର ଦର ସଂଶୋଧନ, କିଛିରେ ୭୦%ରୁ ଅଧିକ ଶସ୍ତା

କର୍କଟ ଔଷଧ ଦାମରେ ବଡ଼ ହ୍ରାସ! ୧୩୭...

କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ଅନେକ ପରିବାର ପାଇଁ ବଡ଼ ଆର...

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ ରୋହିତ-କୋହଲି, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଆଜିଠୁ ନୁହେଁ, କାଲିଠୁ ମହାମୁକାବିଲା! ନ୍ୟୁଜିଲାଣ୍ଡ ବିପକ୍ଷରେ...

ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...

ସପ୍ଲିମେଣ୍ଟ ଔଷଧ ନୁହେଁ! ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍ ଖାଉଛନ୍ତି କି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ସପ୍ଲିମେଣ୍ଟ ଔଷଧ ନୁହେଁ! ଡାକ୍ତରଙ୍କ ପରାମର୍ଶ ବିନା...

ସୁସ୍ଥ ରହିବା ପାଇଁ ପ୍ରତିଦିନ ସପ୍ଲିମେଣ୍ଟ ଖାଇବା ଜରୁରୀ କ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ABVPର ବିଶାଳ ରାଲି, କଂଗ୍ରେସ ଓ ବାମଦଳକୁ ଟାର୍ଗେଟ୍

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ABVPର ବିଶାଳ ରାଲି, କଂଗ୍ରେସ...

‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି! ODI ରନ୍ ଚେଜ୍‌ରେ ହେଲେ ସର୍ବାଧିକ ରନ୍ ସଂଗ୍ରହକାରୀ

ସଚିନଙ୍କ ମହାରେକର୍ଡ ଭାଙ୍ଗିଲେ ବିରାଟ କୋହଲି! ODI...

ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପୁଣିଥର...

ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା! ୭୪ ରନ୍‌ର ଧମାକାଦାର ଇନିଂସ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଜନ୍ମଦିନର ଦିନକ ପୂର୍ବରୁ ବିରାଟଙ୍କ ବ୍ୟାଟ୍‌ରୁ ରନ୍...

ଭାରତୀୟ କ୍ରିକେଟ୍‌ର ରନ୍‌ମେସିନ୍ ବିରାଟ କୋହଲି...

IIT କାନପୁର ଓ BIT ମେସ୍ରା ମଧ୍ୟରେ ୫ ବର୍ଷିଆ ଚୁକ୍ତି, ଛାତ୍ରଛାତ୍ରୀଙ୍କୁ ମିଳିବ ଗବେଷଣା ଓ ଇଣ୍ଟର୍ନସିପ୍ ସୁଯୋଗ

IIT କାନପୁର ଓ BIT ମେସ୍ରା ମଧ୍ୟରେ...

ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+