ବ୍ରିଜଟାଉନରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ରୋମାଞ୍ଚକ ମୁକାବିଲାରେ ୱେଷ୍ଟଇଣ୍ଡିଜ୍କୁ ୧ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ କିୱି ଦଳ ସିରିଜ୍ରେ ୩-୧ରେ ଅଗ୍ରଣୀ ହୋଇପାରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଦଳ ୪୪.୪ ଓଭରରେ ୧୮୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଅମୀର ଜାଙ୍ଗୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଗୁଡାକେଶ ମୋତି ୪୧ ରନ୍ ଓ ଆକିମ୍ ଅଗଷ୍ଟି ୩୩ ରନ୍ର ଅବଦାନ ରଖିଥିଲେ।
ନ୍ୟୁଜିଲାଣ୍ଡ ପକ୍ଷରୁ ମାଥ୍ୟୁ ଫିସର୍ ୩ଟି ୱିକେଟ୍ ନେଇ ସର୍ବାଧିକ ସଫଳ ବୋଲର ହୋଇଥିଲେ। ମାଇକେଲ୍ ବ୍ରେସୱେଲ୍ ଓ ମିଚେଲ୍ ସାଣ୍ଟନର୍ ୨ଟି ଲେଖାଏଁ ୱିକେଟ୍ ନେଇ ଦଳକୁ ଶକ୍ତିଶାଳୀ ସ୍ଥିତିରେ ରଖିଥିଲେ।
୧୮୯ ରନ୍ର ସହଜ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଅତ୍ୟନ୍ତ ଖରାପ ରହିଥିଲା। ଦଳ ଖାତା ଖୋଲିବା ପୂର୍ବରୁ ପ୍ରଥମ ୱିକେଟ୍ ହରାଇଥିବା ବେଳେ ୬ ରନ୍ରେ ଦ୍ୱିତୀୟ ଓ ୪୬ ରନ୍ରେ ତୃତୀୟ ୱିକେଟ୍ ହରାଇଥିଲା।
ଏହି ସମୟରେ ମାର୍କ ଚାପମ୍ୟାନ୍ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ୮୦ ରନ୍ର ଲଢ଼ୁଆ ପାଳି ଖେଳିଥିଲେ। ସେ ମାଇକେଲ୍ ବ୍ରେସୱେଲ୍ (୩୨) ଓ ମିଚେଲ୍ ସାଣ୍ଟନରଙ୍କ ସହ ଉପଯୋଗୀ ଭାଗୀଦାରି ଗଢ଼ି ଦଳକୁ ବିଜୟ ଆଡ଼କୁ ନେଇଥିଲେ।
କିନ୍ତୁ ବ୍ରେସୱେଲ୍ ଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮୦ ରନ୍ରେ ୯ଟି ୱିକେଟ୍ ହରାଇଥିଲା। ଶେଷ ୱିକେଟ୍ରେ ବିଜୟ ପାଇଁ ୯ ରନ୍ ଆବଶ୍ୟକ ଥିବାବେଳେ ମିଚେଲ୍ ସାଣ୍ଟନର୍ ଅପରାଜିତ ୩୪ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦଳକୁ ସ୍ମରଣୀୟ ବିଜୟ ଦେଇଥିଲେ।
ମାର୍ଭେଲ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଅଭିନେତ...
ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଏନ୍ଏସି ଏବେ ବିଜେପି ଦଖଲରେ ଆସି...
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ...
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ବିରୋଧୀ ଦଳ ବି...
ମା’ ହେବା ପରେ ଶରୀରରେ ଅନେକ ପରିବର୍ତ୍ତନ ଆସିବା ସ୍...
ଶ୍ରୀ ନୀମ କରୋଳି ବାବାଙ୍କ ଜୀବନ ଓ ଆଧ୍ୟାତ୍ମିକ ଦର୍ଶନକୁ ବ...
ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ **‘ରାମାୟଣ’...
କୋଟା ପରେ ଏବେ ଉତ୍ତରାଖଣ୍ଡର ଡେହେରାଦୂନରେ ‘ଛାତ୍ରୋ...