ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହ ପୁଣିଥରେ ନିଜର ସ୍ପଷ୍ଟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଆସିଛନ୍ତି। ସମ୍ପ୍ରତି ତାଙ୍କ ଅଭିନୀତ ଫିଲ୍ମ 'ମେଁ ୱାପସ୍ ଆଉଙ୍ଗା' ସଫଳତାର ସହ ୫୦ ଦିନ ପୂରଣ କରିଥିବା ବେଳେ, ସେ ନିଜ କ୍ୟାରିୟର ଓ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡକୁ ନେଇ ଖୋଲାଖୋଲି ମତ ରଖିଛନ୍ତି।
ମୁମ୍ବାଇରେ ଆୟୋଜିତ ସଫଳତା ଉତ୍ସବରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନସିରୁଦ୍ଦିନ ଶାହ କହିଛନ୍ତି ଯେ, ସମ୍ପ୍ରତି ତାଙ୍କୁ ଅନେକ ସଂସ୍ଥା ପକ୍ଷରୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରିବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ସେ ସମସ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।
ଏହାର କାରଣ ବୁଝାଇ ସେ କହିଛନ୍ତି, "ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡର ଅର୍ଥ ହେଉଛି ଆପଣଙ୍କ କାମ ଶେଷ ହୋଇଯାଇଛି। କିନ୍ତୁ ମୋର କାମ ଏବେ ବି ବାକି ଅଛି। ମୁଁ ଏବେ ବି ଅଭିନୟ କରିବାକୁ ଚାହୁଁଛି, ତେଣୁ ଏଭଳି ସମ୍ମାନ ଗ୍ରହଣ କରି ଘରେ ବସିବାକୁ ଚାହୁଁନି।"
ନସିରୁଦ୍ଦିନ ଶାହଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଲୋକ ତାଙ୍କ ଚିନ୍ତାଧାରାକୁ ପ୍ରଶଂସା କରୁଥିବା ବେଳେ, ଆଉ କିଛି ଏହାକୁ ନେଇ ଭିନ୍ନ ମତ ରଖୁଛନ୍ତି।
ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଦ୍ୱୀପରେ ଭୟଙ୍କର ଭୂମିକମ୍...
ସ୍ପେନ୍‌ର ଉତ୍ତର ଆଫ୍ରିକାସ୍ଥିତ ସ୍ୱୟଂଶାସିତ ଅଞ୍ଚଳ...
ଚନ୍ଦ୍ରନାଥ ରଥ ହତ୍ୟାକାଣ୍ଡର ତଦନ୍ତ କରୁଥିବା କେନ୍ଦ୍ରୀୟ ଅ...
ଲକ୍ଷ୍ଣୌ:ଉତ୍ତର ପ୍ରଦେଶର ରାୟବରେଲୀ ଜିଲ୍ଲାରେ ଏକ ଚାଞ୍ଚଲ୍...
ଜନ୍ତର ମନ୍ତରରେ ହୋଇଥିବା ସମ୍ପ୍ରତିର ପ୍ରତିବାଦକୁ ନେଇ ପ୍ର...
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ବତାରୋହୀ ଭାବେ ପରିଚିତ ନେପାଳ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ୍ ମିଡି...
ଜନ୍ତର ମନ୍ତରରେ ହୋଇଥିବା ଏକ ପ୍ରତିବାଦ ସମୟରେ ପ୍ରଧାନମନ୍ତ...
କମର୍ସିଆଲ୍ LPG ସିଲିଣ୍ଡର ଦରରେ ହ୍ରାସ ହେବା ପରେ ଦେଶର ବ୍...