ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ମନୋରି ସମୁଦ୍ରତଟ ନିକଟରେ ଏକ ରହସ୍ୟମୟ ବିଦେଶୀ ଜାହାଜ ଭାସି ଆସି ପହଞ୍ଚିବା ଘଟଣା ସୁରକ୍ଷା ଏଜେନ୍ସିମାନଙ୍କ ଚିନ୍ତା ବଢ଼ାଇଛି। ଜାହାଜଟି କେଉଁ ଦେଶର ଏବଂ କିପରି ସମୁଦ୍ରତଟ ନିକଟକୁ ଆସିଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଜାହାଜରେ କୌଣସି କ୍ରୁ ସଦସ୍ୟ କିମ୍ବା ଅନ୍ୟ ବ୍ୟକ୍ତି ଉପସ୍ଥିତ ନାହାନ୍ତି। ଉଚ୍ଚ ଜୁଆର ଏବଂ ଅଶାନ୍ତ ସମୁଦ୍ର ପରିସ୍ଥିତି ଯୋଗୁଁ ଜାହାଜଟି ଭାସି ଭାସି ଏହି ଅଞ୍ଚଳକୁ ଆସିଥିବା ସମ୍ଭାବନା ରହିଛି।
ତେବେ ଏତେ ବଡ଼ ଏକ ବିଦେଶୀ ଜାହାଜ କୌଣସି ନିୟନ୍ତ୍ରଣ ବିନା ଭାରତୀୟ ଉପକୂଳ ନିକଟକୁ ଆସି ପହଞ୍ଚିବା ଘଟଣାକୁ ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ସତର୍କ ହୋଇପଡ଼ିଛନ୍ତି। ପୋଲିସ ଓ ସମ୍ପୃକ୍ତ ଏଜେନ୍ସିମାନେ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ କରୁଛନ୍ତି।
ସୂଚନା ଅନୁଯାୟୀ, ଜାହାଜଟି ଗତ୫ ତାରିଖରୁ ସମୁଦ୍ର କୂଳ ନିକଟରେ ରହିଛି। ଘଟଣାସ୍ଥଳରେଭାରତୀୟ ତଟରକ୍ଷୀ ବାହିନୀପହଞ୍ଚି ଜାହାଜ ସହ ସମ୍ପର୍କ ସ୍ଥାପନ କରିବା ସହ ଏହାର ପରିଚୟ ଜାଣିବାକୁ ଉଦ୍ୟମ କରୁଛି।
ଏହାସହଆଇଏନଏସ୍ ହମଲାର ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଘଟଣାସ୍ଥଳରେ ମୁତୟନ ହୋଇଛି। ଜାହାଜର ମାଲିକାନା, ଏହାର ଉତ୍ସ ଓ ସମୁଦ୍ରତଟକୁ ଆସିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ଦଳବଦଳ ପ୍ରସଙ୍ଗ ଚର୍ଚ୍ଚ...
ରାଜ୍ୟରେ ଆଡଭେଞ୍ଚର ପର୍ଯ୍ୟଟନର ବିକାଶକୁ ଆହୁରି ଗତି ଦେବା...
ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଅନ୍ତର୍ଗତ ଖୁଲୁଡ଼ି ଝରଣ...
ପଶ୍ଚିମବଙ୍ଗ ରାଜନୀତିରେ ତୃଣମୂଳ କଂଗ୍ରେସ ପାଇଁ ଆଉ ଏକ ବଡ଼...
ଇରାନର ସର୍ବୋଚ୍ଚ ନେତା ଅଲି ଖେମିନିଙ୍କ ମୃତ୍ୟୁ ପରେ ରବିବା...
ଓଡ଼ିଶାରେ ସରକାରୀ ଡାକ୍ତରଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ଚତୁର...
ଡାକ୍ତରମାନଙ୍କ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟରେ ନୂଆପଡ଼ା ଜି...
ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ...
ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳକୁ ବିଶ୍ୱସ୍ତରରେ ପରିଚିତ...
ଓଡ଼ିଶାରେ ଚାଲିଥିବାସ୍ୱତନ୍ତ୍ର ନିବିଡ଼ ଭୋଟର ତାଲିକା ସଂଶୋ...
ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର ଗ୍ରାମାଞ୍ଚଳର ରାସ୍ତା...