ସପ୍ତାହର ଚତୁର୍ଥ ବାଣିଜ୍ୟ ଦିନରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ମୂଲ୍ୟରେ ଲକ୍ଷଣୀୟ ପତନ ଦେଖିବାକୁ ମିଳିଛି। ଫ୍ୟୁଚର୍ସ କାରବାର ଆରମ୍ଭ ହେବା ସହିତ ରୁପା ମୂଲ୍ୟ ଏକ ଝଟକାରେ ୪୭୦୦ ଟଙ୍କାରୁ ଅଧିକ କମିଯାଇଛି। ଏହି ହ୍ରାସ ପରେ ୧ କିଲୋଗ୍ରାମ ରୁପାର ଦର ସର୍ବୋଚ୍ଚ ସ୍ତରଠାରୁ ପ୍ରାୟ ୨.୦୪ ଲକ୍ଷ ଟଙ୍କା କମିଛି।
ବୁଧବାର ରୁପା ମୂଲ୍ୟ ପ୍ରତି କିଲୋଗ୍ରାମ ୨,୩୯,୯୧୮ ଟଙ୍କାରେ ବନ୍ଦ ହୋଇଥିବାବେଳେ, ଗୁରୁବାର ଏହା ୨,୩୫,୧୩୩ ଟଙ୍କାକୁ ହ୍ରାସ ପାଇଛି। ସେହିପରି ସୁନା ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଯାଇଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୧,୫୧,୭୭୬ ଟଙ୍କାରୁ କମି ୧,୫୦,୬୪୭ ଟଙ୍କାକୁ ଆସିଛି, ଅର୍ଥାତ୍ ପ୍ରାୟ ୧୧୨୯ ଟଙ୍କାର ହ୍ରାସ।
ଏହା ଉଲ୍ଲେଖନୀୟ ଯେ, ଆମେରିକା-ଇରାନ ଯୁଦ୍ଧବିରତି ଘୋଷଣା ପରେ ସୁନା ଓ ରୁପାର ଦର ହଠାତ୍ ବଢ଼ିଥିଲା। କିନ୍ତୁ ମାତ୍ର ଗୋଟିଏ ଦିନ ପରେ ପୁଣି ଦର ଗଡ଼ିଯାଇଛି। ବିଶେଷଜ୍ଞମାନଙ୍କ ମତରେ ବଜାରର ଏହି ଉତ୍ତାଳତା ନିବେଶକ ଏବଂ ଗ୍ରାହକଙ୍କ ପାଇଁ ସୁଯୋଗ ନେଇଆସିଛି।
ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୫୧,୪୮୦ ଟଙ୍କା, ୨୨ କ୍ୟାରେଟ୍ ସୁନା ୧,୩୮,୮୫୦ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧,୧୩,୬୧୦ ଟଙ୍କା ରହିଛି। ଆଗାମୀ ଦିନରେ ବାହାଘର କିମ୍ବା ନିବେଶ ଯୋଜନା ଥିଲେ, ଏହା ସୁନା-ରୁପା କିଣିବା ପାଇଁ ଉପଯୁକ୍ତ ସମୟ ହୋଇପାରେ।
ୟଶଙ୍କ ଅଭିନୀତ‘Toxic: A Fairy Tale for Grown-U...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାୱତ ଏବଂ ଯୋଗଗୁର...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ନେପାଳ-ତିବ୍ବତ ସୀମାରେ ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ସହାୟତା...
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
କନ୍ନଡ ଅଭିନେତା ୟଶଙ୍କ ଅଭିନୀତ ଫିଲ୍ମ **‘Toxic: A...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...