ଅଧିନାୟକ କିଲିଆନ୍ ଏମ୍ବାପେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଫ୍ରାନ୍ସ ଚଳିତ ଫିଫା ବିଶ୍ୱକପ୍ର ପ୍ରିକ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛି। ବୁଧବାର ନ୍ୟୁଜର୍ସିରେ ଖେଳାଯାଇଥିବା ରାଉଣ୍ଡ-୩୨ ମୁକାବିଲାରେ ଗତ ସଂସ୍କରଣର ଉପବିଜେତା ଫ୍ରାନ୍ସ ସ୍ୱିଡେନ୍କୁ ୩-୦ ଗୋଲ୍ରେ ପରାସ୍ତ କରି ବିଜୟୀ ହୋଇଛି। ଏହି ବିଜୟ ସହ ଫ୍ରାନ୍ସ କ୍ୱାର୍ଟରଫାଇନାଲ୍ରେ ପାରାଗୁଏକୁ ଭେଟିବ।
ମ୍ୟାଚ୍ର ଆରମ୍ଭରୁ ଫ୍ରାନ୍ସ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ୱିଡେନ୍ର ରକ୍ଷଣଭାଗକୁ ଭେଦ କରିବାରେ ସଫଳ ହୋଇପାରି ନଥିଲା। ତେବେ ପ୍ରଥମାର୍ଦ୍ଧର ଶେଷ ମୁହୂର୍ତ୍ତରେ ଓସ୍ମାନେ ଡେମ୍ବେଲେଙ୍କ ଦମଦାର ପାସ୍କୁ କିଲିଆନ୍ ଏମ୍ବାପେ ୪୫ତମ ମିନିଟ୍ରେ ଗୋଲ୍ରେ ପରିଣତ କରି ଫ୍ରାନ୍ସକୁ ୧-୦ରେ ଅଗ୍ରଣୀ କରାଇଥିଲେ।
ଦ୍ୱିତୀୟାର୍ଦ୍ଧର ୫୩ତମ ମିନିଟ୍ରେ ମାଇକେଲ୍ ଓଲିଜ୍ଙ୍କ ସହଯୋଗରେ ବ୍ରାଡ୍ଲେ ବାର୍କୋଲା ଦ୍ୱିତୀୟ ଗୋଲ୍ କରି ଫ୍ରାନ୍ସର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ଏହାପରେ ୭୪ତମ ମିନିଟ୍ରେ ପୁଣିଥରେ ଓଲିଜ୍ଙ୍କ ପାସ୍କୁ ଏମ୍ବାପେ ଗୋଲ୍ରେ ପରିଣତ କରି ନିଜର ଦ୍ୱିତୀୟ ଏବଂ ଦଳର ତୃତୀୟ ଗୋଲ୍ ସ୍କୋର କରିଥିଲେ।
ଏହି ଗୋଲ୍ ସହ କିଲିଆନ୍ ଏମ୍ବାପେ ବିଶ୍ୱକପ୍ରେ ନିଜର ମୋଟ ଗୋଲ୍ ସଂଖ୍ୟାକୁ ୧୮ରେ ପହଞ୍ଚାଇଛନ୍ତି। ଏଥିସହ ଚଳିତ ସଂସ୍କରଣରେ ସେ ୬ଟି ଗୋଲ୍ କରି ଆର୍ଜେଣ୍ଟିନାର ତାରକା ଲିଓନେଲ୍ ମେସିଙ୍କ ସହ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ରହିଛନ୍ତି। ଦମଦାର ପ୍ରଦର୍ଶନ ପାଇଁ ଏମ୍ବାପେଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା।
ଓଡ଼ିଶାରେ ବଡ଼ IAS ଅଦଳବଦଳ! ରୂପା ମିଶ୍ରଙ୍କୁ ପଞ୍ଚାୟତିରା...
ଶ୍ରୀନଗର: ଜମ୍ମୁ-କଶ୍ମୀରର ରାଜନୀତିରେ ନୂଆ ବିବାଦ। ନ୍ୟାସନ...
୪୩ ବର୍ଷର ଆଇନ ଲଢ଼େଇରେ ଓଡ଼ିଶା ସରକାରଙ୍କ ବଡ଼ ବିଜୟ! ୮୦୦...
ଝାରସୁଗୁଡ଼ାରେ ବେଦାନ୍ତର ସବୁଜ ଅଭିଯାନ, ରୋପଣ କଲା ୨ ହଜାର...
ଭୋଟର ପଞ୍ଜୀକରଣ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି ଭାର...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...
ଦରବୃଦ୍ଧିର ଝଟକାରେ ଗ୍ରାହକଙ୍କୁ ଆଉ ଏକ ଝଟକା ଦେଇଛି କର୍ଣ୍...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...