ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି,ଅଗଷ୍ଟ ୧୩ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଗତରାତିରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ (BEO)ଙ୍କୁ ନିଜ ଅଧୀନରେ ଥିବା ସ୍କୁଲ୍ଗୁଡ଼ିକୁ ଆଜି ବନ୍ଦ ରଖିବା ପାଇଁ ସୂଚନା ଦେବାକୁ କୁହାଯାଇଛି।
ଏହି ନିର୍ଦ୍ଦେଶସରକାରୀ, ସରକାରୀ ସହାୟତାପ୍ରାପ୍ତ ଓ ଘରୋଇ ସ୍କୁଲ୍ସମେତ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ।
ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ବନ୍ଦ ରହିବା ସତ୍ତ୍ୱେହେଡମାଷ୍ଟର, ହେଡମିଷ୍ଟ୍ରେସ୍, ପ୍ରିନ୍ସିପାଲ୍ ଓ ଶିକ୍ଷକମାନେ ସାଧାରଣ ଭାବେ ସ୍କୁଲ୍ରେ ଉପସ୍ଥିତ ରହିବେ।
ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସ୍କୁଲ୍ ବନ୍ଦ ଥିବା ବିଷୟରେ ଜଣାଇବା ପାଇଁ କ୍ଲାସ୍ WhatsApp ଗ୍ରୁପ୍, ଫୋନ୍ କଲ୍, SMS ଓ ଅନ୍ୟ ଉପଲବ୍ଧ ଯୋଗାଯୋଗ ମାଧ୍ୟମ ବ୍ୟବହାର କରିବାକୁ କୁହାଯାଇଛି। ଯାହାଦ୍ୱାରା ଛୁଟି ବିଷୟରେ ଜାଣିନଥିବା କୌଣସି ଛାତ୍ରଛାତ୍ରୀ ସ୍କୁଲ୍କୁ ନଆସନ୍ତି।
ଏପଟେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଓଡ଼ିଶାର ଅନେକ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ ରହିଛି। ଏଥିରେ ମୟୂରଭଞ୍ଜ ମଧ୍ୟ ସାମିଲ ରହିଛି।
ବର୍ଷାଜନିତ ପରିସ୍ଥିତି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ଏହି ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେଇଛି।
ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କ ନିକଟରେ ବଲିଉଡ୍ ଅଭିନ...
ହସ୍ପିଟାଲଗୁଡ଼ିକରେ ଥରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ମେଡିକାଲ...
ଘୋଣ୍ଡା ଓ ନାଙ୍ଗଲୋଇରେ ଚଢ଼ାଉ ଦିଲ୍ଲୀ ପୋଲିସ କ୍ରାଇମ୍...
MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...
ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...
ଡର୍ମାଟୋଲୋଜିଷ୍ଟ ଡା. ଜୁଶ୍ୟା ଭାଟିଆ ସରିନ୍ ଭାରତୀୟ ତ୍ୱଚା...
ପଶ୍ଚିମ ଓଡ଼ିଶାର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ବୁର୍ଲା ଭ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...