ଆଗାମୀ ରାଜନୈତିକ ଚ୍ୟାଲେଞ୍ଜ ଓ ସଂଗଠନ ସୁଦୃଢ଼ୀକରଣକୁ ନଜରରେ ରଖି ଓଡ଼ିଶା ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦମନମୋହନ ସାମଲଗୁରୁବାର ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଜାତୀୟ ଅଧ୍ୟକ୍ଷନିତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ସାକ୍ଷାତକାର ପରେ ସୋସିଆଲ ମିଡିଆରେ ମନମୋହନ ସାମଲ କହିଛନ୍ତି ଯେ, ଏହି ସାକ୍ଷାତକାର କେବଳ ସୌଜନ୍ୟମୂଳକ ନୁହେଁ, ବରଂ ସଂଗଠନ ଓ ସମସାମୟିକ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବାର ସୁଯୋଗ ମିଳିଥିଲା।
ଆଲୋଚନାରେ ଓଡ଼ିଶାରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା, କର୍ମୀମାନଙ୍କ ସକ୍ରିୟ ଭୂମିକା ବଢ଼ାଇବା ଏବଂ ଜନସେବାମୂଳକ କାର୍ଯ୍ୟକ୍ରମକୁ ବିସ୍ତାର କରିବା ଉପରେ ମତ ବିନିମୟ ହୋଇଥିଲା।
ମନମୋହନ ସାମଲ କହିଛନ୍ତି ଯେ, ଜାତୀୟ ଅଧ୍ୟକ୍ଷଙ୍କ ମାର୍ଗଦର୍ଶନ ଓ ପରାମର୍ଶ ଆଗାମୀ ଦିନରେ ଓଡ଼ିଶାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାରେ ପ୍ରେରଣା ଯୋଗାଇବ।
ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବା, କର୍ମୀଙ୍କ ସକ୍ରିୟ ଭୂମିକା ବଢ଼ାଇବା ଓ ଜନସେବାମୂଳକ କାର୍ଯ୍ୟକ୍ରମକୁ ବିସ୍ତାର କରିବା ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦୃ...
ଭୁବନେଶ୍ୱରର ହରିଦାସପୁର ଅଞ୍ଚଳରେ ଲଗାଣ ବର୍ଷା ପରେ ପରିସ୍ଥ...
ଓଡ଼ିଶାରେ ପରମାଣୁ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବଡ଼ ପଦକ୍ଷେ...
ଓଡ଼ିଶାର ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ସୁବିଧାକୁ ନେ...
ଓଡ଼ିଶାରେ କ୍ୟାନ୍ସର ରୋଗୀଙ୍କ ପାଇଁ ଚିକିତ୍ସା ସୁବିଧାକୁ ଆ...
ଭୁବନେଶ୍ୱରରେ ଆୟୋଜିତ ୧୩ତମBRICS ଶିକ୍ଷାମନ୍ତ୍ରୀ ସମ୍ମିଳନ...