ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର କଥିତ କଳାବଜାରିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସାଧାରଣ ଗ୍ରାହକମାନେ ପେଟ୍ରୋଲ ପମ୍ପରୁ ସହଜରେ ଇନ୍ଧନ ପାଉନଥିବା ବେଳେ ରାତି ସମୟରେ ବ୍ୟାରେଲ ଓ ଜାରିକେନ୍ରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କରାଯାଉଛି।
ଅଭିଯୋଗ ରହିଛି ଯେ, ସରକାରୀ ନିର୍ଦ୍ଧାରିତ ଦରଠାରୁ ପ୍ରତି ଲିଟର ଇନ୍ଧନରେ ଅତିରିକ୍ତ ୫ ଟଙ୍କା ଆଦାୟ କରାଯାଉଛି। ଫଳରେ ସାଧାରଣ ଗ୍ରାହକମାନେ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଇନ୍ଧନ ଅଭାବ ଭଳି ପରିସ୍ଥିତି ସୃଷ୍ଟି ହେଉଛି।
ସ୍ଥାନୀୟ ଜଣେ ବାସିନ୍ଦା କହିଛନ୍ତି, “ଆମେ ପେଟ୍ରୋଲ ଓ ଡିଜେଲ ପାଉନାହୁଁ। କିନ୍ତୁ ରାତିରେ ବ୍ୟାରେଲ ଓ ଜାରିକେନ୍ରେ ଅଧିକ ଦରରେ ଇନ୍ଧନ ବିକ୍ରି କରାଯାଉଛି। ପ୍ରତି ଲିଟର ପିଛା ଅତିରିକ୍ତ ୫ ଟଙ୍କା ନିଆଯାଉଛି। ପ୍ରଶାସନ ଏହି ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ।”
ଏହି ଅଭିଯୋଗ ନେଇ ପ୍ରତିକ୍ରିୟା ଦେଇ ଚିତ୍ରକୋଣ୍ଡା ସିଭିଲ ସପ୍ଲାଏଜ୍ ମାର୍କେଟିଂ ଇନ୍ସପେକ୍ଟର ହରିଶ ମଲ୍ଲିକ କହିଛନ୍ତି ଯେ, ରାତି ସମୟରେ ବ୍ୟାରେଲରେ ଇନ୍ଧନ ବିକ୍ରି ଉପରେ ପୂର୍ବରୁ ନିଷେଧାଦେଶ ଜାରି କରାଯାଇଛି। ପେଟ୍ରୋଲ ପମ୍ପ ପରିଚାଳକମାନଙ୍କୁ ଏପରି କାର୍ଯ୍ୟ ବନ୍ଦ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଇନ୍ଧନ ଭଳି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରି ଅଭିଯୋଗ ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ଭୂମିକା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଜିମ୍‌ରୁ ବାହାରିବା ପରେ ଚାରିଜଣ ସନ୍ଦିଗ୍ଧ ଆକ୍ରମଣକା...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଆଗ୍ରାରେ ତାମିଲନାଡୁ ଏକ୍ସପ୍ରେସ୍ର ଏକ ଅନରିଜର୍ଭ୍ଡ କୋଚ୍ରୁ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
‘KGF’ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ସମର୍ଥ...
ସୋସିଆଲ୍ ମିଡିଆରେ‘Hanuman Ansh’ଫିଲ୍ମକୁ ନ...
ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ **‘Last Man in T...
AI ଦ୍ୱାରା ତିଆରିDeepfakeଓ ମର୍ଫଡ୍ ଫଟୋ-ଭିଡିଓର ଅନଧିକୃତ...