ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଅବସ୍ଥିତ ଆତଙ୍କବାଦ ବିରୋଧୀ କୋର୍ଟ ଏକ ଚର୍ଚ୍ଚିତ ରାୟ ଦେଇଛନ୍ତି। ବାଲୁଚ୍ ଅଧିକାର ଆନ୍ଦୋଳନର ପ୍ରମୁଖ ଚେହେରା ଏବଂ ‘ବେଲୁଚିସ୍ତାନର ସିଂହୀ’ ଭାବେ ପରିଚିତ ମାହରାଙ୍ଗ ବାଲୁଚ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ସୂଚନା ଅନୁସାରେ, ୨୦୨୪ ମସିହାରେ ଗ୍ୱାଦରରେ ଆୟୋଜିତ ଏକ ବିଶାଳ ରାଲି ସମୟରେ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଏହି ମାମଲା ରୁଜୁ ହୋଇଥିଲା। ସେହି ରାଲିରେ ବେଲୁଚିସ୍ତାନ ସହ ଆଫଗାନିସ୍ତାନ ଓ ଇରାନର ବାଲୁଚ୍ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ।
ଏହି ମାମଲାରେ ବାଲୁଚ୍ ୟାକଜେହାତି କମିଟି (BYC)ର ଅନ୍ୟତମ ନେତା ସିବଘାତୁଲ୍ଲା ଶାହଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। କ୍ୱେଟା-୧ ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ମହମ୍ମଦ ଅଲି ମୋବିନ୍ ଏହି ରାୟ ପ୍ରକାଶ କରିଥିଲେ।
ମାହରାଙ୍ଗ ବାଲୁଚ୍ ଏବଂ ଅନ୍ୟ BYC ନେତାମାନେ କୋର୍ଟ କାର୍ଯ୍ୟବିଧିକୁ ବର୍ଜନ କରିଥିବା ବେଳେ ସେମାନଙ୍କ ପକ୍ଷରୁ ସରକାର ନିଯୁକ୍ତ ଆଇନଜୀବୀଙ୍କୁ ମଧ୍ୟ ଗ୍ରହଣ କରାଯାଇନଥିଲା। ଜୁନ୍ ୧୨ ତାରିଖରୁ କ୍ୱେଟା ଜେଲ୍ରେ ଅଟକ ଥିବା BYC ନେତାମାନେ ବିକ୍ଷୋଭ ଜାରି ରଖିଥିବା ଜଣାପଡ଼ିଛି।
ଏହି ରାୟକୁ ବାଲୁଚ୍ ୟାକଜେହାତି କମିଟି ତୀବ୍ର ବିରୋଧ କରିଛି। ସଂଗଠନର ଅଭିଯୋଗ ଅନୁସାରେ, ଏହି ମାମଲାର କୌଣସି ଦୃଢ଼ ଆଇନଗତ ଆଧାର ନାହିଁ ଏବଂ ଏହା ବାଲୁଚ୍ ସମୁଦାୟ ବିରୋଧୀ ମନୋଭାବର ପ୍ରତିଫଳନ। ମାହରାଙ୍ଗ ବାଲୁଚ୍ଙ୍କ ଭଉଣୀ ନାଦିଆ ବାଲୁଚ୍ ମଧ୍ୟ ଏହି ରାୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ରାୟ ପରେ ବେଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ପ୍ରତିବାଦ ଓ ଅସନ୍ତୋଷ ବଢ଼ିଥିବା ବେଳେ ପାକିସ୍ତାନର ରାଜନୈତିକ ଓ ମାନବାଧିକାର ପରିସ୍ଥିତିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।
ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍...
ମାଲକାନଗିରି ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣ ରାକେଟ୍ର ପର୍ଦ୍...
ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଥିବା ଏକ ଭୟାବହ ଅ...
ଏମ୍‌ବିବିଏସ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍...
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...
ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ଶ୍ରୀ ବାଲାଜୀ ଗୋଲ୍ଡ ରିଫାଇ...
ବିଶ୍ୱସ୍ତରୀୟ କ୍ରେଡିଟ୍ ରେଟିଂ ଏଜେନ୍ସି ମୁଡିଜ୍ ରେଟିଂସ୍...
ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...
ନୂଆଦିଲ୍ଲୀରେ ମଙ୍ଗଳବାର ଆୟୋଜିତ ୧୬ତମ ବ୍ରିକ୍ସ ଜାତୀୟ ସୁର...
ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ...
ବିଶ୍ୱର ପାଞ୍ଚଟି ବୃହତ୍ତମ ଗୁପ୍ତଚର ସଂସ୍ଥାଙ୍କ ମେଣ୍ଟ &ls...