ମହାଠକ ଶଶଧର ପଣ୍ଡାଙ୍କ ଠକେଇର ଗୁମର ଦିନକୁ ଦିନ ଖୋଲିବାରେ ଲାଗିଛି। କଟକ ସିଡିଏ ଥାନାରେ ତାଙ୍କ ବିରୋଧରେ ଆଉ ୫ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପ୍ରାୟ ୫୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ବିଶ୍ୱାସରେ ବିଷ ଦେଇ ଏଗ୍ରିମେଣ୍ଟ ମାଧ୍ୟମରେ ଲୋକଙ୍କୁ ପ୍ରତାରଣା କରି ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ, ପୁରୀ ଜିଲ୍ଲାର ନିମାପଡ଼ା ଥାନାରେ ମଧ୍ୟ ୫୮ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି। ଶଶଧରଙ୍କୁ ରିମାଣ୍ଡରେ ନେଇ ପୁଲିସ ଅଧିକ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି। ସେହିପରି, ୨ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ବାଲିଅନ୍ତା ଥାନା ପୁଲିସ ମଧ୍ୟ ଅଧିକ ତଥ୍ୟ ସଂଗ୍ରହ କରିପାରେ।
ପ୍ରଥମେ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ କମିସନରେଟ ପୁଲିସ ଶଶଧର ପଣ୍ଡାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ବିରୋଧରେ ଏକ ପରେ ଏକ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ଠକାମୀର ଶିକାର ହୋଇଥିବା ଅନେକ ଲୋକ ଥାନାରେ ଏତଲା ଦେବାକୁ ଆଗକୁ ଆସୁଛନ୍ତି।
ପୁଲିସ ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାର ଧୁଷୁରୀ ଅଞ୍ଚଳର ଶଶଧର ପଣ୍ଡା କଟକ ସିଡିଏ ଅଞ୍ଚଳରେ ରହୁଥିଲେ। ସେ ନିଜକୁ ବିଇଓ, ସମାଜସେବୀ, ରେଳବାଇ ଅଧିକାରୀ ଓ ବଡ଼ ବ୍ୟବସାୟୀ ଭାବେ ପରିଚୟ ଦେଇ ଲୋକଙ୍କ ବିଶ୍ୱାସଭାଜନ ହେଉଥିଲେ। ପରେ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି।
ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ବିରୋଧରେ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ପୁଲିସ ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତକୁ ଆହୁରି ତୀବ୍ର କରିଛି।
ସୋନପୁର:ସୋନପୁରରେ କ୍ୟାଟରିଂ କର୍ମଚାରୀଙ୍କ ମୃତ୍ୟୁକୁ ନେଇ...
ଭୁବନେଶ୍ୱର:ଓଡ଼ିଶାରେ ବୃହତ୍ ଶିଳ୍ପ ଓ ନିବେଶ ଆଣିବା ଲକ୍ଷ୍...
ରାୟଗଡ଼ା:ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଟ୍ରେନ୍ ଇଞ୍ଜିନ୍ ଧକ...
ପୁରୀ:ପୁରୀ ଜିଲ୍ଲାରେ ପୁଣି ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି...