ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ଏସିଆନ୍ ହସ୍ପିଟାଲର NICUରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। NICUରେ ଭର୍ତ୍ତି ଥିବା ୯ ଜଣ ନବଜାତ ଶିଶୁଙ୍କୁ ତୁରନ୍ତ ସୁରକ୍ଷିତ ଭାବେ ବାହାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ହସ୍ପିଟାଲ କର୍ମଚାରୀ ଏକ ଏସି ୟୁନିଟ୍ରୁ ଧୂଆଁ ବାହାରୁଥିବା ଦେଖିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସତର୍କତାମୂଳକ ପଦକ୍ଷେପ ଭାବେ ନିକଟସ୍ଥ ଜେନେରାଲ ୱାର୍ଡରେ ଥିବା ରୋଗୀମାନଙ୍କୁ ମଧ୍ୟ ବାହାର କରାଯାଇଥିଲା।
ହସ୍ପିଟାଲ ପରିଚାଳକ ଶୋଏବ ହାଶମିଙ୍କ କହିବା ଅନୁଯାୟୀ, ଘଟଣାଟି ଛୋଟ ଥିଲା ଏବଂ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇଥିବାରୁ କୌଣସି ଅଘଟଣ ଘଟିନାହିଁ। ପରେ ଜେନେରାଲ ୱାର୍ଡର ରୋଗୀମାନଙ୍କୁ ପୁଣି ହସ୍ପିଟାଲକୁ ଅଣାଯାଇଥିବା ବେଳେ, ପରିବାରର ସମ୍ମତିରେ ୯ ନବଜାତ ଶିଶୁଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଛି।
ଜୱାହରନଗର ଥାନାର ଅଧିକାରୀ ମଧ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ନିଶ୍ଚିତ କରିଛନ୍ତି ଏବଂ କୌଣସି ମୃତାହତ ହୋଇନଥିବା କହିଛନ୍ତି। ହସ୍ପିଟାଲକୁ ସଫା କରାଯିବା ପରେ ଏହା ସ୍ୱାଭାବିକ ଭାବେ ଚାଲୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରାୟ ୧୦ ଦିନ ପୂର୍ବରୁ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ମହିଳା ହସ୍ପିଟାଲର NICUରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ମହାରାଷ୍ଟ୍ର ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...
ଦେଶରେ ଗବେଷଣା ଓ ନୂତନ ଉଦ୍ଭାବନକୁ ଉତ୍ସାହିତ କରିବା ଲକ୍ଷ୍...
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...
ଆଧୁନିକ ଚିକିତ୍ସା ବିଜ୍ଞାନ ଅନେକ ରୋଗର ଚିହ୍ନଟ ଓ ଚିକିତ୍ସ...
ମାଲିପଦର ଗାଁରେ ଗର୍ଭବତୀଙ୍କୁ ହଠାତ୍ ପ୍ରସବ ଯନ୍ତ୍ରଣା...
ଦୀପାବଳିକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା...
ଗବେଷଣା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ନୂଆ ସହଯୋଗ ଉଚ୍ଚଶିକ...
‘ଅରାଜକତା ହଟାଅ, ଗଣତନ୍ତ୍ର ବଞ୍ଚାଅ’ ସ୍ଲୋଗା...