ରାୟଗଡ଼ାର ପ୍ରସିଦ୍ଧମା’ ମଝିଘରିଆଣୀ ମନ୍ଦିରର ହୁଣ୍ଡି ଗଣତିସୋମବାର ଆରମ୍ଭ ହୋଇଛି। ତହସିଲଦାରଙ୍କ ତତ୍ତ୍ୱାବଧାନରେ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୁଣ୍ଡିଗୁଡ଼ିକ ଖୋଲାଯାଇ ଦାନ ଟଙ୍କା ଗଣାଯାଉଛି।
ଏହି ଗଣତି ପ୍ରକ୍ରିୟାରେ ପ୍ରାୟ୨୫୦ ଜଣ ମହିଳାସାମିଲ ହୋଇଛନ୍ତି। ପ୍ରାୟ୯ଟି ହୁଣ୍ଡିଖୋଲାଯାଇଥିବା ବେଳେ ସନ୍ଧ୍ୟା ପ୍ରାୟ ୫ରୁ ୭ଟା ମଧ୍ୟରେ ଗଣତି ଶେଷ ହେବା ଆଶା କରାଯାଉଛି।
ମନ୍ଦିର ଟ୍ରଷ୍ଟର ସଦସ୍ୟ ରାଧାକୃଷ୍ଣ ଦଳେଇଙ୍କ ସୂଚନା ଅନୁସାରେ, ଗତଜୁନ୍ ୨୯ ତାରିଖରେହୁଣ୍ଡି ଗଣତି ହୋଇଥିଲା। ସେତେବେଳେ ପ୍ରାୟ୧ କୋଟି ୨୬ ଲକ୍ଷ ଟଙ୍କାଦାନ ଭାବେ ମିଳିଥିଲା। ଏହାସହ୩୦ ଗ୍ରାମ ସୁନା, ୧.୩ କିଲୋଗ୍ରାମ ରୁପା ଏବଂ ବିଦେଶୀ ମୁଦ୍ରାମଧ୍ୟ ମିଳିଥିଲା।
ଦୁଇ ମାସର ବ୍ୟବଧାନ ପରେ ପୁଣିଥରେ ହୁଣ୍ଡି ଖୋଲାଯାଇଥିବାରୁ ଏଥର ପୂର୍ବ ଗଣତି ତୁଳନାରେ କମ୍ ଟଙ୍କା ମିଳିବା ଆଶା କରାଯାଉଛି। ମନ୍ଦିର ପକ୍ଷରୁ ଏଥର୫୦ରୁ ୬୦ ଲକ୍ଷ ଟଙ୍କାଦାନ ମିଳିବ ବୋଲି ଆକଳନ କରାଯାଇଛି।
ଗଣତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ଗଣତି ସ୍ଥାନରେCCTV କ୍ୟାମେରାଲଗାଯାଇଛି। ପୁଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ମନ୍ଦିର କମିଟି ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।
ହଲିଉଡ୍ର ଲୋକପ୍ରିୟ ସାଇ-ଫାଇ ସିରିଜ୍ **‘Silo&rsqu...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଅଭିନେତ୍ରୀମାହି ବିଜଶେଷରେBigg Bossଘରେ ପ୍ରବେଶ କରିଛନ୍ତି...
ଦୁଇ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବାBigg Bossଭାରତର ସବୁ...
‘Taali’ ସିରିଜ୍ରେ ଟ୍ରାନ୍ସଜେଣ୍ଡର ଆକ୍ଟିଭି...